A. ଚାରିଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ରଚନାର ଭିନ୍ନ ଭିନ୍ନ ରୋଚକ ଭାବ ଓ …………………… ଶୈଳୀ ପାଇଁ ପାଠକ ମହଲରେ ସୁପରିଚିତ।

(A) ହୃଦୟଗ୍ରାହୀ (B) ଅନୁପମ (C) ମନୋରମ (D) ବୈଚିତ୍ର୍ୟମୟ

Answer: (C) ମନୋରମ

2. ଲକ୍ଷ୍ମୀକାନ୍ତ …………………… ମସିହାରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ।

(A) ୧୯୮୮ (B) ୧୮୮୮ (C) ୧୭୮୮ (D) ୧୮୮୯

Answer: (B) ୧୮୮୮

3. ଲକ୍ଷ୍ମୀକାନ୍ତଙ୍କ ପିତା …………………… ସହରର ଦଶ ମାଇଲ ପୂର୍ବ ଦିଗରେ ଅବସ୍ଥିତ ତାଳପଦା ଗ୍ରାମର ବାସିନ୍ଦା ଥିଲେ।

(A) ବାଲେଶ୍ଵର (B) କଟକ (C) ଭଦ୍ରକ (D) କେନ୍ଦ୍ରପଡ଼ା

Answer: (C) ଭଦ୍ରକ

4. ଲକ୍ଷ୍ମୀକାନ୍ତ ଜନ୍ମବେଳକୁ ପିତା ଭାଗବତ ପ୍ରସାଦ …………………… ସ୍କୁଲରେ ଶିକ୍ଷକତା କରୁଥିଲେ।

(A) କଟକ ଏକାଡେମୀ (B) କଲେଜିଏଟ (C) ଭଦ୍ରକ (D) ବାଲେଶ୍ଵର

Answer: (A) କଟକ ଏକାଡେମୀ

5. ପିତା ଭାଗବତ ପ୍ରସାଦ ଶିକ୍ଷକତା ସାଙ୍ଗକୁ …………………… ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

(A) ବି.ଏ. (B) ବି.ଏଡ୍. (C) ଏମ୍.ଏ. (D) ଆଇନ

Answer: (D) ଆଇନ

6. ଓକିଲାତିରେ କୃତକାର୍ଯ୍ୟ ହୋଇ ଭାଗବତ ପ୍ରସାଦ ପ୍ରଥମେ …………………… ଠାରେ ଓକିଲାତି କଲେ।

(A) ବାଲେଶ୍ଵର (B) କଟକ (C) ଭଦ୍ରକ (D) ପୁରୀ

Answer: (A) ବାଲେଶ୍ଵର

7. …………………… ରେ ପାଠ ପଢ଼ିବାବେଳେ ଲକ୍ଷ୍ମୀକାନ୍ତ ଜିଲ୍ଲା ସ୍କୁଲର ବୁଦ୍ଧିମାନ ଓ ଉତ୍ତମ ଖେଳାଳି ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ।

(A) ଭଦ୍ରକ (B) ବାଲେଶ୍ଵର (C) ପୁରୀ (D) କଟକ

Answer: (B) ବାଲେଶ୍ଵର

8. ଭଦ୍ରକରେ ଅନେକ ପିଲାଙ୍କ ସାଥିରେ …………………… କରିବାରେ ମାତି ଥିବାରୁ ଲକ୍ଷ୍ମୀକାନ୍ତଙ୍କୁ କଟକ ପଠାଯାଇଲା।

(A) ଖେଳକୁଦ (B) ଗଣ୍ଡଗୋଳ (C) ନେତାଗିରି (D) ନାଟକ ଅଭିନୟ

Answer: (D) ନାଟକ ଅଭିନୟ

9. ଉମାଚରଣଙ୍କ ତତ୍ତ୍ୱାବଧାନରେ …………………… ରେ ରହି ଲକ୍ଷ୍ମୀକାନ୍ତ ପାଠ ପଢ଼ିଲେ।

(A) ମେସ୍ (B) ଛାତ୍ରାବାସ (C) ଭଡ଼ାଘର (D) ନିଜସ୍ୱ ଗୃହ

Answer: (B) ଛାତ୍ରାବାସ

10. ଲକ୍ଷ୍ମୀକାନ୍ତ ୧୯୦୭ ମସିହାରେ …………………… ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ।

(A) ଆଇ.ଏ. (B) ବି.ଏ. (C) ଏଣ୍ଟ୍ରାନ୍ସ (D) ଆଇନ

Answer: (C) ଏଣ୍ଟ୍ରାନ୍ସ

11. ବାଲେଶ୍ଵର ସୁନହଟ ଲାଲମୋହନ ଦାସଙ୍କ କନ୍ୟା …………………… ଙ୍କ ସହ ତାଙ୍କର ବିବାହ ହୋଇଥିଲା।

(A) ଚାରୁଲତା (B) ଲବଙ୍ଗଲତା (C) ପ୍ରେମଲତା (D) ମାଳତୀଲତା

Answer: (B) ଲବଙ୍ଗଲତା

12. କବିତା ଲେଖୁଥିବାରୁ ତାଙ୍କୁ ସାଧାରଣେ …………………… ବୋଲି ଡାକୁଥିଲେ।

(A) ସ୍ଵଭାବକବି (B) ଆଶୁକବି (C) ବ୍ୟଙ୍ଗକବି (D) କାନ୍ତକବି

Answer: (D) କାନ୍ତକବି

13. …………………… ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ ୧୯୧୩ ମସିହାରେ ବି.ଏ. ପାଶ୍ କଲେ।

(A) ରେଭେନ୍ସା (B) ରିପନ୍ (C) ଖ୍ରୀଷ୍ଟ (D) କଲିକତା

Answer: (A) ରେଭେନ୍ସା

14. ଲଣ୍ଡନର …………………… ଙ୍କ ଅଭିଷେକ ଉଦ୍ଦେଶ୍ୟରେ ଭାରତରେ ଉତ୍ସବମାନ କରାଯାଉଥିଲା।

(A) ଚତୁର୍ଥ ଜର୍ଜ (B) ପଞ୍ଚମ ଜର୍ଜ (C) ଷଷ୍ଠ ଜର୍ଜ (D) ସପ୍ତମ ଜର୍ଜ

Answer: (B) ପଞ୍ଚମ ଜର୍ଜ

15. ରେଭେନ୍ସା ମହାବିଦ୍ୟାଳୟରେ ୧୯୧୨ ମସିହାରେ …………………… ନାଟକ ଅଭିନୟ କରାଯାଉଥିଲା।

(A) ବାବାଜୀ (B) ଶାନ୍ତ (C) କାଞ୍ଚିକାବେରୀ (D) ପଦ୍ମମାଳୀ

Answer: (C) କାଞ୍ଚିକାବେରୀ

16. ‘ବୁଢ଼ାଶଙ୍ଖାରୀ’ ଗଳ୍ପଟିର ପରିଣତି ବେଶ୍ …………………… ନାଟକରେ ହୋଇଥିଲା।

(A) ହାସ୍ୟ (B) କଣାମାମୁ (C) କାଞ୍ଚବେରୀ (D) ପଦ୍ମମାଳୀ

Answer: (D) ପଦ୍ମମାଳୀ

17. …………………… ର ଗୀତଗୁଡ଼ିକର ଭାବସମ୍ପଦ ଅନନ୍ୟକୃତିର ମାନ୍ୟତା ଦେଇଛି।

(A) ପାଠମାଳା (B) ବିବିଧ କବିତା (C) ଜୀବନ ସଙ୍ଗୀତ (D) ଦେଶାତ୍ମବୋଧ

Answer: (C) ଜୀବନ ସଙ୍ଗୀତ

18. କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ……………………

(A) ଶୈବ (B) ଶାକ୍ତ (C) ଗାଣସତ୍ୟ (D) ବୈଷ୍ଣବ

Answer: (D) ବୈଷ୍ଣବ

19. …………………… ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ମାନ ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଘୋଷଣା କରାଗଲା।

(A) ୧୯୩୨ (B) ୧୯୩୩ (C) ୧୯୩୪ (D) ୧୯୩୫

Answer: (C) ୧୯୩୪

20. …………………… ଙ୍କୁ ଦେଖା କରିବାକୁ ଲକ୍ଷ୍ମୀକାନ୍ତ ପୁରୀ ଯାଇଥିଲେ।

(A) ମଧୁସୂଦନ (B) ରମାବଲ୍ଲଭ (C) ଉମାବଲ୍ଲଭ (D) ଉମାଚରଣ

Answer: (D) ଉମାଚରଣ

21. ନାଟ୍ୟରୀତିର …………………… ରେ ଲକ୍ଷ୍ମୀକାନ୍ତଙ୍କ ହାସ୍ୟସୃଷ୍ଟିକାର ରଚନାଶୈଳୀ ଲକ୍ଷ୍ୟ କରାଯାଏ।

(A) ମାଳିକା (B) ରଚନା (C) ପ୍ରହସନ (D) ବ୍ୟଙ୍ଗ

Answer: (C) ପ୍ରହସନ

22. କୁଳଗୁରୁ ବାବାଜୀ …………………… ଙ୍କ ଠାରୁ ଲକ୍ଷ୍ମୀକାନ୍ତ ଦୀକ୍ଷା ଗ୍ରହଣ କଲେ।

(A) ହରିଦାସ (B) ମଧୁଦାସ (C) ଶ୍ୟାମଦାସ (D) ରାମଦାସ

Answer: (D) ରାମଦାସ

23. ଲକ୍ଷ୍ମୀକାନ୍ତ ପିତାମାତାଙ୍କ …………………… ସନ୍ତାନ ଥିଲେ।

(A) ଜ୍ୟେଷ୍ଠ (B) କନିଷ୍ଠ (C) ମଧ୍ୟମ (D) ଦ୍ୱିତୀୟ

Answer: (A) ଜ୍ୟେଷ୍ଠ

24. ‘ଅସହଯୋଗୀର ଆତ୍ମକଥା’ ଲେଖାଟି …………………… ପତ୍ରିକାରେ ପ୍ରକାଶ ପାଇଥିଲା।

(A) ଉତ୍କଳ ସାହିତ୍ୟ (B) ମୁଗୁର (C) ସତ୍ୟବାଦୀ (D) ଡଗର

Answer: (D) ଡଗର