1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ମଧୁସୂଦନ ଦାସ
(C) ଗୋପବନ୍ଧୁ ଦାସ
(D) ନନ୍ଦକିଶୋର ବଳ
2. କବି ‘ଲକ୍ଷ୍ମୀକାନ୍ତ ମହାପାତ୍ର’ କେଉଁ କବି ନାମରେ ଓଡ଼ିଶାରେ ପ୍ରସିଦ୍ଧ ?
(A) କବିବର
(B) କାନ୍ତକବି
(C) ପ୍ରକୃତି କବି
(D) ପଲ୍ଲୀକବି
3. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଜନ୍ମ ଗ୍ରହଣ କରିଥିଲେ ?
(A) ୧୮୮୫
(B) ୧୯୦୦
(C) ୧୮୮୮
(D) ୧୯୦ ୬
4. କବି ଲକ୍ଷ୍ମୀକାନ୍ତ କଟକର କେଉଁ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ?
(A) ଖ୍ରୀଷ୍ଟ
(B) ଜେକେବିକେ
(C) କଟକ
(D) ରେଭେନ୍ସା
5. କାହା ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ?
(A) ଗୋପବନ୍ଧୁ ଦାସ
(B) ମହାତ୍ମା ଗାନ୍ଧୀ
(C) ବୀର ସୁରେନ୍ଦ୍ର ସାଏ
(D) ମଧୁସୂଦନ ଦାସ
6. ‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ?
(A) ୨୦୨୦ ମସିହା ଜୁନ୍ ୭ ତାରିଖ
(B) ୨୦୧୯ ମସିହା ଅଗଷ୍ଟ ୧୫ ତାରିଖ
(C) ୨୦୦୦ ମସିହା ଜୁନ୍ ୭ ତାରିଖ
(D) ୨୦୨୧ ମସିହା ଜାନୁୟାରୀ ୨୬ ତାରିଖ
7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ଚାରୁ ହାସମୟୀ’ର ଅର୍ଥକୁ ବୁଝାଉଛି ?
(A) ଯାହାର ହସ ସୁନ୍ଦର
(B) ହସିହସି କା
(C) ଠୋଠୋ ହସ
(D) ମୁରୁକି ହସ
8. ଅଲଗା ଶବ୍ଦଟିକୁ ବାଛି ଲେଖ ।
(A) ଜନନୀ
(B) ଭଗିନୀ
(C) ମାଆ
(D) ବୋଉ
9. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ’ଣ ଥିଲା ?
(A) ଚୌଧୁରୀ ବିଷ୍ଣୁ ପ୍ରସାଦ ସାମନ୍ତରାୟ ମହାପାତ୍ର
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ
(C) ଚୌଧୁରୀ ରୁଦ୍ର ପ୍ରସାଦ ସାମନ୍ତରାୟ ମହାପାତ୍ର
(D) ଚୌଧୁରୀ ରମାକାନ୍ତ ସାମନ୍ତରାୟ ମହାପାତ୍ର
10. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ’ଣ ଥିଲା ?
(A) ରାଧାରାଣି ଦେବୀ
(B) ଜେମାମଣି ଦେବୀ
(C) ତିଳୋତ୍ତମ ଦେବୀ
(D) ସତ୍ୟଭାମା ଦେବୀ
11. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(A) ପୁରୀ ଜିଲ୍ଲାର ସୁଆଣ୍ଡୋରେ
(B) କଟକ ଜିଲ୍ଲାର ସତ୍ୟଭାମାପୁରରେ
(C) ଭଦ୍ରକ ଜିଲ୍ଲାର ବାସୁଦେବପୁରରେ
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ
12. ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
(A) ସଙ୍ଗୀତ ଓ ନାଟକ
(B) କଳା ଓ ସଙ୍ଗୀତ
(C) ସାହିତ୍ୟ ଓ ସଙ୍ଗୀତ
(D) ବିଜ୍ଞାନ ଓ ଗଣିତ
13. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ?
(A) ଭକ୍ତି ଓ ବାତ୍ସଲ୍ୟ ରସାତ୍ମକ
(B) ସାମାଜିକ ଓ କାଳ୍ପନିକ
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ
(D) ଚେତନାଧର୍ମୀ ଓ ବିପ୍ଳବାତ୍ମକ
14. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ନିସୃତ ନିମ୍ନୋକ୍ତ କେଉଁ କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
(A) କଣାମାମୁ
(B) ବୁଢ଼ା ଶଙ୍ଖାରି
(C) ଅସହଯୋଗୀର ଆତ୍ମକଥା
(D) ଜୀବନସଙ୍ଗୀତ
15. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ‘ଡଗର’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
(A) ୧୯୨୭
(B) ୧୯୩୭
(C) ୧୯୪୭
(D) ୧୯୫୭
16. ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
(A) ଓଡ଼ିଶା
(B) ବିହାର
(C) ପଶ୍ଚିମବଙ୍ଗ
(D) ଆନ୍ଧ୍ରପ୍ରଦେଶ
17. କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
(A) ଉତ୍କଳ ମାତାଙ୍କ
(B) ଭାରତ ମାତାଙ୍କ
(C) ନିଜ ମାତାଙ୍କ
(D) ଜଗଜ୍ଜନନୀଙ୍କ
18. କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
(A) ଚାରୁ ହାସ୍ୟମୟୀ ଓ ଚାରୁ ଲାସ୍ୟମୟୀ
(B) ପୂତ-ପୟୋଧି-ବିଧୌତ ଶରୀରା
(C) ଚାରୁ ଲାସ୍ୟମୟୀ ଓ ଚାରୁ ଭାଷମୟୀ
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ
19. ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
(A) ନଦନଦୀର ପୂତ ବାରିରାଶି
(B) ପାର୍ବତ୍ୟ ଝରଣାର ନିର୍ମଳ ଜଳରାଶି
(C) ମହୋଦଧିର ପୂତ ବାରିରାଶି
(D) ଶ୍ରାବଣୀ ବର୍ଷାର ପୂତ ବାରିରାଶି
20. ମହୋଦଧି ତଟଦେଶ କେଉଁ ବୃକ୍ଷରେ ଶୋଭା ପାଉଅଛି ?
(A) ପନ୍ନଙ୍ଗ ନାରିକେଳ
(B) ତାଳତମାଳ
(C) ଶାଳ ପିଆଶାଳ
(D) ତାଳ ନାରିକେଳ
21. ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
(A) ମନ୍ଦ ମନ୍ଦ ଶୀତଳ ସମୀର
(B) ମନ୍ଦ ମନ୍ଦ ଶୀତୋଷ୍ଣ ସମୀର
(C) ବେଗଗାମୀ ଶୀତଳ ସମୀର
(D) ମନ୍ଦ ମନ୍ଦ ଉଷ୍ଣ ଅନିଳ
22. ଉତ୍କଳ ମାତାର କେଉଁ ଅଞ୍ଚଳ ସୁମନୋହାରିଣୀ ?
(A) ପାହାଡିଆ ଅଞ୍ଚଳ
(B) ମରୁ ଅଞ୍ଚଳ
(C) ସମତଳ ଅଞ୍ଚଳ
(D) ଉପରୋକ୍ତ ସମସ୍ତ
23. ମୁନି, ଯୋଗୀ, ଋଷିଗଣ କେଉଁଠାରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
(A) ଜଙ୍ଗଲରେ
(B) ପବିତ୍ର କୁଟୀରରେ
(C) ଆଶ୍ରମରେ
(D) ଉପରୋକ୍ତ ସମସ୍ତ
24. ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
(A) କାକ ଓ କୋକିଳ
(B) ଶୁନ ଓ ଛଞ୍ଚାଣ
(C) ସୁନ୍ଦର ବିହଙ୍ଗ କୁଳ
(D) ଶାଗୁଣା ଓ ଚିଲ