1. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
(A) ପେଟୁ
(B) ଦୂର ପାହାଡ଼
(C) ସ୍ନାୟୁସଂହାର
(D) ପାଗଳ ଜନତାର ବାହାରେ
2. ରୀନାବୋଉ କ’ଣ ହାତରେ ଧରି ପ୍ରବେଶ କଲେ ?
(A) ଗରା
(B) ପାନଡ଼ାଲା
(C) ପହଁରା (ଝାଡ଼ୁର ଏକ ରୂପ)
(D) ଝାଡ଼ୁ
3. ସୁମିତ୍ରା ଦେବୀଙ୍କୁ ଭଗବାନ୍ କେଉଁ ଜଞ୍ଜାଳରୁ ମୁକ୍ତ କରିଛନ୍ତି ବୋଲି ହରେନ୍ଦ୍ର କହିଛନ୍ତି ?
(A) ଘର ବୁଝିବା
(B) ଚାକିରି କରିବା
(C) ପିଲାଛୁଆ ଜଞ୍ଜାଳ
(D) ନେତ୍ରୀ ହେବା
4. ହରେନ୍ଦ୍ରଙ୍କ ସ୍ତ୍ରୀ କେଉଁଠି ବଢ଼ି ଆସିଥିଲେ ?
(A) କଟକରେ
(B) କଲିକତାରେ
(C) ମୁମ୍ବାଇରେ
(D) ପୁରୀରେ
5. ବୀଣାଦେବୀଙ୍କ ବୟସ କେତେ ?
(A) ୨୫
(B) ୩୫
(C) ୩୬
(D) ୩୭
6. ‘ଆପଣଙ୍କ ମିଜାଜ ଥଣ୍ଡା ଥିଲାବେଳେ ଆସିବ’ – ଏହା କିଏ କହିଛି ?
(A) ହରେନ୍ଦ୍ର
(B) ବିମଳ
(C) ରାଜୀବ
(D) ଗୋପାଳ
7. ପଦୀ ଗୁରିଆଠାରୁ କେତେ ବର୍ଷ ବଡ଼ ଥିଲା ?
(A) ସାତ କି ଆଠ
(B) ଆଠ କି ବାର ବର୍ଷ
(C) ଆଠ କି ଦଶ ବର୍ଷ
(D) ଆଠ କି ନଅ ବର୍ଷ
8. ‘ମୁଁ ଘରେ ଜଳ ସ୍ପର୍ଶ କରିବିନି’ – ଏହା କିଏ କହିଛି ?
(A) ରାଜୀବ
(B) ଗୁରିଆ
(C) ହରେନ୍ଦ୍ର
(D) 비ମଳ
9. ବିମଳ କାହା ଆଗରେ ରୀନାବୋଉଙ୍କୁ ଭୀଷଣ ଅପମାନ ଦେଲେ ?
(A) ପଦୀ
(B) ହରେନ୍ଦ୍ର
(C) ସୁମିତ୍ରା ଦେବୀ
(D) ଦୁଇ ଝିଅ
10. ‘ଦୂର ପାହାଡ଼ ସୁନ୍ଦର ପରା’ – ଏହା କିଏ କହିଲା ?
(A) ବୀଣା
(B) ମୀନା
(C) ରୀନା
(D) ପଦୀ
11. କେଉଁମାନେ ଲୋକମାନଙ୍କ ମନ କଥା ଜାଣିପାରନ୍ତି ?
(A) ଜ୍ୟୋତିଷ
(B) ମହାପୁରୁଷ
(C) ବୈଜ୍ଞାନିକ
(D) ମନୋବିଜ୍ଞାନୀ
12. ରାଜୀବବାବୁ ନିଜକୁ କ’ଣ ବୋଲି ପରିଚୟ ଦେଇଛନ୍ତି ?
(A) ସାଇକୋଲୋଜିଷ୍ଟ
(B) ମେଡ଼ିସିନ୍ ଏଜେଣ୍ଟ
(C) ଜୀବନବୀମା ଏଜେଣ୍ଟ
(D) ଆକ୍ୱାଗାର୍ଡ଼ ଏଜେଣ୍ଟ
13. ଅଜରାମରବତ୍ ପ୍ରାଜ୍ଞୀ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – ଏହା କିଏ କହିଛନ୍ତି ?
(A) କାଳିଦାସ
(B) ବାଣଭଟ୍ଟ
(C) ଚାଣକ୍ୟ
(D) ଶଙ୍କରାଚାର୍ଯ୍ୟ
14. କେଉଁମାନେ ହିନ୍ଦୀ ଫିଲିମ୍ ଦେଖି ଅତି ମାତ୍ରାରେ ଭାବପ୍ରବଣ ହୋଇପଡୁଛନ୍ତି ?
(A) ପାଠୋଇ ଝିଅ
(B) ପାଠୁଆ ପୁଅ
(C) ଛୋଟ ଛୁଆ
(D) ବୁଢ଼ାବୁଢ଼ୀ
15. କଂସା ଲୋଟା, ଯାହା ହାବୁଡୁଛି ______________ ଉଠା ।
(A) ଅଣ୍ଟାକୁ
(B) ଅଣ୍ଟିକି
(C) କାଖକୁ
(D) ମୁଣ୍ଡକୁ
16. ବିମଳବାବୁଙ୍କ ପାଦ କ’ଣ ହେଉଥିଲା ?
(A) ବିନ୍ଧୁଥିଲା
(B) ଦରଜ ହୋଇଥିଲା
(C) କଟ୍ କରୁଥିଲା
(D) କଟି ଯାଇଥିଲା
17. ବିମଳବାବୁଙ୍କ ପାଦ କାହିଁକି କଟ୍କଟ୍ ହେଉଥିଲା ?
(A) ଜୋତା ପିନ୍ଧିଥିବାରୁ
(B) ଜୋତାକୁ ଚାପି ଚାପି ଭିଡ଼ିଥିବାରୁ
(C) ଜୋତା ପିନ୍ଧି ନ ଥିବାରୁ
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥିବାରୁ
18. କିଏ ତାଙ୍କ ପାଦରୁ ଜୋତା ମୋଜା ଖୋଲି ଦେଉ ବୋଲି ବିମଳବାବୁ ଚାହୁଁଥିଲେ ?
(A) ମୀନା
(B) ରୀନା
(C) ବୀଣାଦେବୀ
(D) ପଦୀ
19. ‘ମୁଁ ତମ ସାଥ୍ରେ ଆଉ ଚଳିପାରିବିନି’ – ବିମଳବାବୁ କାହାକୁ କହିଥିଲେ ?
(A) ମୀନାକୁ
(B) ରୀନାକୁ
(C) ହରେନ୍ଦ୍ରବାବୁଙ୍କୁ
(D) ତାଙ୍କ ପତ୍ନୀକୁ
20. ବିମଳବାବୁଙ୍କ ସାନଝିଅ କ’ଣ ଶିଖୁଛି ?
(A) ଗୀତ
(B) ନାଚ
(C) ବାଦ୍ୟ
(D) ସିଲେଇ