Gopa Prayana mcqs

1. 1. ପଦାତିକ, ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାକୁ କ’ଣ କୁହାଯାଏ?

(A) ଅନିକିନୀ
(B) ଅନୀକିନୀ
(C) ଅନୀକୀନୀ
(D) ଅନିକୀନୀ

Answer: (B) ଅନୀକିନୀ

2. 2. ନିମ୍ନପ୍ରଦତ୍ତ ମଧ୍ୟରୁ କେଉଁଟି ଏକ ପ୍ରକାର କଂସାରେ ତିଆରି ବାଦ୍ୟଯନ୍ତ୍ର?

(A) କରତାଳ
(B) ପଖଉଜ
(C) ଖୋଳ
(D) ବେହେଲା

Answer: (A) କରତାଳ

3. 3. ଯଜ୍ଞର ପୁରୋହିତଙ୍କୁ କ’ଣ କୁହାଯାଏ?

(A) ଆଚାର୍ଯ୍ୟ
(B) ବ୍ରହ୍ମա
(C) ଋତ୍ୱିକ୍
(D) କର୍ତ୍ତା

Answer: (C) ଋତ୍ୱିକ୍

4. 4. କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି?

(A) ଗୋପବନ୍ଧୁଙ୍କୁ
(B) ଉତ୍କଳମଣିଙ୍କୁ
(C) ଗୋପବନ୍ଧୁଙ୍କ ମରଶରୀରକୁ
(D) ଉତ୍କଳର ମଥାମଣିଙ୍କୁ

Answer: (C) ଗୋପବନ୍ଧୁଙ୍କ ମରଶରୀରକୁ

5. 5. ଗୋପବନ୍ଧୁଙ୍କ ସମ୍ମାନାର୍ଥେ କ’ଣ ନଗ୍ନ କରି ରାଜପଥକୁ ଆସିବାକୁ କବି କହିଛନ୍ତି?

(A) ହସ୍ତ
(B) ଚରଣ
(C) ଆନନ
(D) ନୟନ

Answer: (B) ଚରଣ

6. 6. ସ୍ୱର୍ଗତ ମହାଜନଙ୍କୁ କ’ଣ ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି?

(A) ଶରୀର
(B) ମଥା
(C) ଆଣ୍ଠୁ
(D) ନୟନ

Answer: (B) ମଥା

7. 7. ବ୍ରାହ୍ମଣମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି?

(A) ଯଜ୍ଞ କରିବାପାଇଁ
(B) ପୂଜା କରିବାପାଇଁ
(C) ମନ୍ତ୍ର ଗାଇବାପାଇଁ
(D) ହୋମ କରିବାପାଇଁ

Answer: (C) ମନ୍ତ୍ର ଗାଇବାପାଇଁ

8. 8. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ କ’ଣ କରିବାପାଇଁ କବି ନିବେଦନ କରିଛନ୍ତି?

(A) ବାଦ୍ୟ ବଜାଇବାକୁ
(B) ଗୀତ ଗାଇବାକୁ
(C) ପାଳି ଧରିବାକୁ
(D) ନୀରବରେ ଯିବାକୁ

Answer: (C) ପାଳି ଧରିବାକୁ

9. 9. ଖୋଳତାଳ – କହିଲେ କ’ଣ ବୁଝ?

(A) ଏକ ପ୍ରକାର ଯନ୍ତ୍ର
(B) ଏକ ପ୍ରକାର ବାଦ୍ୟଯନ୍ତ୍ର
(C) ତାଳରେ ଖୋଳ କରିବା
(D) ଖୋଳ ଓ ତାଳ

Answer: (D) ଖୋଳ ଓ ତାଳ

10. 10. କୁଳବଧୂମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି?

(A) ରାଜମାର୍ଗରେ
(B) ଦ୍ୱାରଦେଶରେ
(C) ସଭାସ୍ଥଳରେ
(D) ଗବାକ୍ଷ ନିକଟରେ

Answer: (D) ଗବାକ୍ଷ ନିକଟରେ

11. 11. କାହା ପରି ଦୁନିଆରେ ଆଉ ଜଣେ ନାହାନ୍ତି ବୋଲି କବି କହିଛନ୍ତି?

(A) ଗୋପବନ୍ଧୁଙ୍କ ପରି
(B) ରାଜାଙ୍କ ପରି
(C) ସେନାପତିଙ୍କ ପରି
(D) ମନ୍ତ୍ରୀଙ୍କ ପରି

Answer: (A) ଗୋପବନ୍ଧୁଙ୍କ ପରି

12. 12. କବି ରାଜା, ଧନିକ, ବଣିକମାନଙ୍କୁ କାହା ସାଥ୍‌ରେ ଚାଲିବାପାଇଁ ନିବେଦନ କରିଛନ୍ତି?

(A) ଗୋପବନ୍ଧୁଙ୍କ ସହିତ
(B) ଗୋପବନ୍ଧୁଙ୍କ ଶବ ସହିତ
(C) ଜନତାଙ୍କ ସହ
(D) ଏକାକୀ

Answer: (C) ଜନତାଙ୍କ ସହ

13. 13. ଗୋପବନ୍ଧୁଙ୍କ ପ୍ରାଣପ୍ରିୟ ମաଟି ଉପରେ ଅଶ୍ରୁ ଝରାଇବାକୁ କବି କାହାକୁ ନିବେଦନ କରିଛନ୍ତି?

(A) ଓଡ଼ିଆମାନଙ୍କୁ
(B) ନାଗରିକମାନଙ୍କୁ
(C) କୁଳବଧୂମାନଙ୍କୁ
(D) ସୈନ୍ୟମାନଙ୍କୁ

Answer: (A) ଓଡ଼ିଆମାନଙ୍କୁ

14. 14. କବି କାହାକୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି?

(A) ମଧୁବାବୁଙ୍କୁ
(B) ଫକୀରମୋହନଙ୍କୁ
(C) ଗୌରୀଶଙ୍କରଙ୍କୁ
(D) ଗୋପବନ୍ଧୁଙ୍କୁ

Answer: (D) ଗୋପବନ୍ଧୁଙ୍କୁ

15. 15. କବି କବିତାରେ ଗୋପବନ୍ଧୁଙ୍କୁ କ’ଣ ବୋଲି ଅଭିହିତ କରିଛନ୍ତି?

(A) ଜାତିର ଜନକ
(B) ଜାତିର ରାଜା
(C) ଜାତିର ସ୍ରଷ୍ଟା
(D) ଜାତିର କର୍ତ୍ତା

Answer: (B) ଜାତିର ରାଜା

16. 16. ସନାତନ ଧର୍ମାବଲମ୍ବୀମାନଙ୍କୁ କ’ଣ କୁହାଯାଏ?

(A) ସନାତନି
(B) ସନାନ୍ତନି
(C) ସନନ୍ତନୀ
(D) ସନାତନୀ

Answer: (D) ସନାତନୀ

17. 17. କ’ଣ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କବି ହିନ୍ଦୁ, ଖ୍ରୀଷ୍ଟାନ ଓ ମୁସଲମାନମାନଙ୍କୁ ନିବେଦନ କରିଛନ୍ତି?

(A) ରାଗ
(B) ଲୋଭ
(C) ପରଶ୍ରୀକାତରତା
(D) ସକଳ କ୍ଷୁଦ୍ରତା

Answer: (D) ସକଳ କ୍ଷୁଦ୍ରତା

18. 18. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲିଯାଉଥିଲେ?

(A) ସ୍ୱାର୍ଥ
(B) ଧର୍ମ
(C) ଶତ୍ରୁତା
(D) ଜାତି

Answer: (B) ଧର୍ମ

19. 19. ଗୋପବନ୍ଧୁଙ୍କ ଶବର ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି କ’ଣ ବୋଲି ଅଭିହିତ କରିଛନ୍ତି?

(A) ଶବଯାତ୍ରୀ
(B) ଶୋଭାଯାତ୍ରୀ
(C) ବ୍ରାହ୍ମଣ
(D) ବରଯାତ୍ରୀ

Answer: (C) ବ୍ରାହ୍ମଣ

20. 20. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ କ’ଣ କୁହାଯାଏ?

(A) ଅମର ମନ୍ତ୍ର
(B) ମରଣ ମନ୍ତ୍ର
(C) ବିଜୟ ମନ୍ତ୍ର
(D) ଜୟ ମନ୍ତ୍ର

Answer: (B) ମରଣ ମନ୍ତ୍ର

21. 21. ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ କାହା ମୁଖରେ ଆଣି ଅନ୍ନ ଦେଇଥିଲେ?

(A) ଦରିଦ୍ରର
(B) ଦୁଃଖୀର
(C) ଧନିକର
(D) ଜାତିର

Answer: (A) ଦରିଦ୍ରର

22. 22. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ କ’ଣ ଥିଲେ?

(A) ଜଣେ ଦରିଦ୍ର
(B) ଏକମାତ୍ର ଧନୀ ବ୍ୟକ୍ତି
(C) ଦରିଦ୍ର-ନାରାୟଣ
(D) ଦରିଦ୍ରଜନ

Answer: (B) ଏକମାତ୍ର ଧନୀ ବ୍ୟକ୍ତି

23. 23. କବି କାହାକୁ ଆମର ପ୍ରିୟ କର୍ମବୀର ବୋଲି କହିଛନ୍ତି?

(A) ଗୌରୀଶଙ୍କର ରାୟଙ୍କୁ
(B) ବିଜୁ ପଟ୍ଟନାୟକଙ୍କୁ
(C) ଗୋଦାବରୀଶଙ୍କୁ
(D) ଗୋପବନ୍ଧୁଙ୍କୁ

Answer: (D) ଗୋପବନ୍ଧୁଙ୍କୁ

24. 24. କାହାର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହିଛନ୍ତି?

(A) ଗୋପବନ୍ଧୁଙ୍କର
(B) ରାଜାଙ୍କର
(C) ସୌଦାଗରଙ୍କର
(D) ମହାଜନଙ୍କର

Answer: (D) ମହାଜନଙ୍କର

25. 25. ମହାବୀରଙ୍କ ମହାପ୍ରୟାଣରେ ପ୍ରତିଟି ଅଧରରେ କାହାର ନାମ ଉଚ୍ଚାରିତ ହେଉଥିଲା?

(A) ଭଗବାନଙ୍କର
(B) ଗୋପବନ୍ଧୁଙ୍କର
(C) ରାମଙ୍କର
(D) କୃଷ୍ଣଙ୍କର

Answer: (B) ଗୋପବନ୍ଧୁଙ୍କର

26. 26. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି?

(A) କ୍ଷୁଦ୍ରତା
(B) ସାମ୍ପ୍ରଦାୟିକତା
(C) ଦୁଃଖ ଓ ଯନ୍ତ୍ରଣା
(D) ଭାଷା

Answer: (C) ଦୁଃଖ ଓ ଯନ୍ତ୍ରଣା

27. 27. ଗୋପବନ୍ଧୁଙ୍କ ମରଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବା ଉଚିତ ବୋଲି କବି ମନେ କରିଛନ୍ତି?

(A) ଦରିଦ୍ର ମୁଖରେ ଅନ୍ନ ଦେଇଥିବାରୁ
(B) ଓଡ଼ିଆ ଭାଷାର ଉନ୍ନତି କରିଥିବାରୁ
(C) ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିବାରୁ
(D) ଦେଶ ସ୍ୱାଧୀନ କରିଥିବାରୁ

Answer: (A) ଦରିଦ୍ର ମୁଖରେ ଅନ୍ନ ଦେଇଥିବାରୁ