1. ନିମ୍ନଲିଖିତ କୃତି ମଧ୍ୟରୁ କେଉଁଟି ଏକ କବିତା ପୁସ୍ତକ?
(A) ନୀଳ ମାଷ୍ଟ୍ରାଣୀ
(B) ଏବେ ମଧ୍ୟ ବଞ୍ଚିଛି
(C) କଣ୍ଟା ଓ ଫୁଲ
(D) ଶ୍ରୁତି ସଞ୍ଚୟନ
2. ଗୋଦାବରୀଶଙ୍କ ପ୍ରଥମ କବିତାର ନାମ କ’ଣ?
(A) ଚିଲିକା
(B) ବାଣପୁର
(C) ଉଠାକଙ୍କାଳ
(D) ବରୁଣେଇ
3. କବି ଚିରବିପ୍ଳବୀ ଓ ଚିରମୌନୀ ବୋଲି କାହାକୁ କହିଛନ୍ତି?
(A) ନିଜକୁ
(B) ସମାଜକୁ
(C) କଲମକୁ
(D) ମଣିଷକୁ
4. ‘ବନ୍ଧୁର ଧରାତଳ’ କହିଲେ କ’ଣ ବୁଝୁଛ?
(A) ଅସମତଳ ଧରାପୃଷ୍ଠ
(B) ଅସମତଳ ମାଟି
(C) ଅସମତଳ କ୍ଷେତ
(D) ଅସମତଳ ଜମିବାଡ଼ି
5. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି?
(A) ମଣିଷ
(B) ପଶୁ
(C) ଭୋକ
(D) କଲମର ଅମରଗାର
6. ଏଇ ଧରଣୀ କେତେଦିନର ବୋଲି କବି କହିଛନ୍ତି?
(A) ପାଞ୍ଚଦିନର
(B) ଦି’ଦିନର
(C) ତିନିଦିନର
(D) ଚାରିଦିନର
7. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି?
(A) ପ୍ରତାରଣା
(B) ବଞ୍ଚନା
(C) ଛଳନା
(D) ଠକାମି
8. ସମସ୍ତେ କାହାର ଇଙ୍ଗିତରେ ଲୁଚିଗଲେ?
(A) ସମୟ
(B) କଲମ
(C) କାଳ
(D) କବି
9. କଲମ କେଉଁଥରେ ଚାଲି ନାହିଁ?
(A) ଗୀତିରେ
(B) ଛଳନାରେ
(C) ପ୍ରତାରଣାରେ
(D) ବିଶ୍ଵାସରେ
10. କଲମ କେଉଁଥିରେ ଥକିଯାଇ ନାହିଁ?
(A) ଭଣ୍ଡାମି
(B) ଛଳନା
(C) ଗୁଣ୍ଡାମି
(D) ଆଦେଶ
11. କବି କଲମକୁ କ’ଣ ବୋଲି ସମ୍ବୋଧନ କରିଛନ୍ତି?
(A) ଚିର ବିପ୍ଳବୀ
(B) ଚିର ବିଦ୍ରୋହୀ
(C) ଦେଶଦ୍ରୋହୀ
(D) ମହାନ୍ ବିପ୍ଳବୀ
12. କାହାର ତନୁ ଦୁର୍ବଳ ବୋଲି କବି କହିଛନ୍ତି?
(A) କବିଙ୍କର
(B) ଜନତାର
(C) କଲମର
(D) ସମସ୍ତଙ୍କର
13. କବି କାହାକୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି?
(A) ଏ ବୀର ଜାତିକୁ
(B) ମାନବ ଜାତିକୁ
(C) ଭାରତବାସୀଙ୍କୁ
(D) ଏ ମଡ଼ା ଜାତିକୁ
14. କାହାର ତୀକ୍ଷ୍ଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି?
(A) ଖଡ୍ଗର
(B) ତୀରର
(C) କଲମର
(D) ବର୍ଚ୍ଛାର
15. କେଉଁ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି?
(A) ରୁଦ୍ଧଦ୍ବାର
(B) ଧନଦ୍ବାର
(C) ଭକ୍ତିଦ୍ଵାର
(D) ମୁକ୍ତିଦ୍ଵାର
16. ଚେଙ୍ଗିସ୍ ଖାଁ କାହାର ଅଧିନାୟକ ଥିଲେ?
(A) ମୋଗଲମାନଙ୍କର
(B) ମଙ୍ଗୋଲମାନଙ୍କର
(C) ମୁସଲମାନମାନଙ୍କର
(D) ପଠାଣମାନଙ୍କର
17. ହିଟ୍ଲରଙ୍କ ପୂର୍ଣ୍ଣ ନାମ କ’ଣ?
(A) ଉଡ଼ଲଫ୍ ହିଟ୍ଲର
(B) ଆଡ଼ଲଫ୍ ହିଟ୍ଲର
(C) ଏଡ଼ଲଫ୍ ହିଟ୍ଲର
(D) ଓଡ଼ଲଫ୍ ହିଟ୍ଲର
18. ବାଡ଼ବ କହିଲେ କାହାକୁ ବୁଝାଏ?
(A) ବନର ଅଗ୍ନି
(B) ସମୁଦ୍ରର ଅଗ୍ନି
(C) ଉଦରର ଅଗ୍ନି
(D) ଯଜ୍ଞକୁଣ୍ଡର ଅଗ୍ନି
19. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି?
(A) ଶିଶୁମାନଙ୍କର
(B) ନାରୀମାନଙ୍କର
(C) ବୃଦ୍ଧମାନଙ୍କର
(D) ଗୌତମ, ଶଙ୍କର, ଯିଶୁଙ୍କର
20. ପୃଥିବୀରେ ସମସ୍ତ ମତବାଦ କିପରି ହୋଇଥାଏ?
(A) ଚିରସ୍ଥାୟୀ
(B) ଦୀର୍ଘସ୍ଥାୟୀ
(C) କ୍ଷଣସ୍ଥାୟୀ
(D) ସ୍ଥାୟୀ
21. କାହାର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ?
(A) ଖଡ୍ଗର
(B) ଗ୍ରନ୍ଥର
(C) ବଜ୍ରର
(D) କଲମର
22. ଦୁର୍ବଳ ଶରୀର ସତ୍ତ୍ଵେ କଲମ କାହାକୁ ଥରାଇ ଦେଇଛି?
(A) ଗ୍ରନ୍ଥକୁ
(B) ଖଡ଼କୁ
(C) ଧରାତଳକୁ
(D) କାହାକୁ ନୁହେଁ
23. ପ୍ରାକ୍ତନ ଉତ୍କଳରେ କବି କାହାକୁ ବନ୍ଦୀ ହୋଇଯାଇଛ ବୋଲି ପ୍ରଶ୍ନ କରିଛନ୍ତି?
(A) ଉତ୍କଳୀୟମାନଙ୍କୁ
(B) ନିଜକୁ
(C) ଖଡ୍ଗକୁ
(D) କଲମକୁ
24. ଏ ମଡ଼ାଜାତିକୁ କ’ଣ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି?
(A) ସୁପ୍ତ କରିବାକୁ
(B) ଜାଗ୍ରତ କରିବାକୁ
(C) ନୀରବ କରିବାକୁ
(D) ରକ୍ଷା କରିବାକୁ
25. କବିଙ୍କର ବିଶ୍ଵାସୀ ସଖା କିଏ?
(A) ଖଡ୍ଗ
(B) ପୁସ୍ତକ
(C) କଲମ
(D) ସମ୍ବାଦପତ୍ର
26. କବି କାହାକୁ ଅଳୀକ ବୋଲି କହିଛନ୍ତି?
(A) ପୃଥିବୀକୁ
(B) ସାହିତ୍ୟକୁ
(C) ଜ୍ଞାନକୁ
(D) ବିଦ୍ୟାକୁ
27. ଆଜି କଲମ କ’ଣ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି?
(A) ଚତୁର
(B) ଜଡ଼
(C) ଶକ୍ତିହୀନ
(D) ଅଶାନ୍ତ
28. ଆଜି କଲମର ଧାର କିପରି ହୋଇଯାଇଛି ବୋଲି କବି ଭାବିଛନ୍ତି?
(A) ତୀକ୍ଷ୍ଣ
(B) ମୁଣ୍ଡା
(C) ଶାଣିତ
(D) ପ୍ରଶାନ୍ତ
29. ପୃଥିବୀ ପୃଷ୍ଠରେ କେତେ ଅବତାରରେ ନର କ’ଣ ହୋଇଛି?
(A) ପୁରୁଷ
(B) ମହାପୁରୁଷ
(C) ଉଦାର ପୁରୁଷ
(D) ଦେବତା
30. କାଳ ଇଙ୍ଗିତରେ ସବୁ ଲୁଚିଗଲା ପରେ କେବଳ କ’ଣ ରହିଛି?
(A) ସତ୍ୟ
(B) ଧର୍ମ
(C) କୀର୍ତ୍ତି
(D) କଲମର ଗାର
31. କେଉଁ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ?
(A) ଅମାବାସ୍ୟାର
(B) ମେଘଅନ୍ଧାରର
(C) ଯୁଗଯୁଗାନ୍ତର
(D) ସଂସାରର