Jatiya Jibana MCQs

1. ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ, ତାହା କି ଜୀବନ?

(A) ଜାତୀୟ ଜୀବନ
(B) ପାର୍ଥିବ ଜୀବନ
(C) ବ୍ୟକ୍ତିଗତ ଜୀବନ
(D) ସ୍ୱର୍ଗୀୟ ଜୀବନ

Answer: (C) ବ୍ୟକ୍ତିଗତ ଜୀବନ

2. କେଉଁ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ତଳକୁ ଓଟାରୁଅଛି?

(A) ସ୍ୱର୍ଗୀୟ ଜୀବନ
(B) ଜାତୀୟ ଜୀବନ
(C) ବ୍ୟକ୍ତିଗତ ଜୀବନ
(D) ପାର୍ଥିବ ଜୀବନ

Answer: (D) ପାର୍ଥିବ ଜୀବନ

3. କେଉଁ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ଉପରକୁ ଟାଣୁଅଛି?

(A) ଜାତୀୟ ଜୀବନ
(B) ପାର୍ଥିବ ଜୀବନ
(C) ଜାତୀୟ ଜୀବନ
(D) ସ୍ୱର୍ଗୀୟ ଜୀବନ

Answer: (D) ସ୍ୱର୍ଗୀୟ ଜୀବନ

4. କେଉଁ ସ୍ୱଭାବ ଚିରସ୍ଥାୟୀ ନୁହେଁ, କ୍ଷଣଭଙ୍ଗୁର?

(A) ଜାତିଗତ
(B) ବ୍ୟକ୍ତିଗତ
(C) ସମଷ୍ଟିଗତ
(D) ସାମୂହିକ

Answer: (B) ବ୍ୟକ୍ତିଗତ

5. ସବୁ ଅବସ୍ଥାରେ, ସବୁ ସ୍ଥଳରେ କିଏ ନିଜ ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖୁଛି?

(A) ମାନବ
(B) ପଶୁ
(C) ଜଳ
(D) ଆକାଶ

Answer: (C) ଜଳ

6. ଜଳର ଜାତୀୟ ଗୁଣ କ’ଣ?

(A) ଊର୍ଦ୍ଧ୍ୱଗତି
(B) ନିମ୍ନଗତି
(C) ସ୍ଥିର ଗତି
(D) ଶୀଘ୍ର ଗତି

Answer: (B) ନିମ୍ନଗତି

7. ‘‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ’’ ଏହା କେଉଁ ଜାତିର ଉନ୍ନତିର ମୂଳମନ୍ତ୍ର?

(A) ମାନବ ଜାତିର
(B) ଓଡ଼ିଆ ଜାତିର
(C) ଜାପାନୀ ଜାତିର
(D) ଇଂରେଜ ଜାତିର

Answer: (C) ଜାପାନୀ ଜାତିର

8. ଜାପାନୀ ଜାତି ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବା ମାତ୍ରେ କେଉଁମାନେ ତାଙ୍କୁ ଟଙ୍କା କରଜ ଦେବାକୁ ପ୍ରସ୍ତୁତ ହେଉଛନ୍ତି?

(A) ଇଂରେଜ ଜାତି
(B) ଫରାସୀ ଜାତି
(C) ଜର୍ମାନୀ ଜାତି
(D) ସମସ୍ତ ସଭ୍ୟ ଜାତି

Answer: (D) ସମସ୍ତ ସଭ୍ୟ ଜାତି

9. ଜଗତ ଚକ୍ଷୁରେ କାହାର ମୂଲ୍ୟ ନିରନ୍ତର ବୃଦ୍ଧି ପାଉଅଛି?

(A) ଭାରତୀୟ ଜାତିର
(B) ଓଡ଼ିଆ ଜାତିର
(C) ଜାପାନୀ ଜାତିର
(D) ମାନବ ଜାତିର

Answer: (C) ଜାପାନୀ ଜାତିର

10. ଯେ ପର୍ଯ୍ୟନ୍ତ ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳି ଦେବାକୁ ଶିଖି ନାହାନ୍ତି ସେ ପର୍ଯ୍ୟନ୍ତ କ’ଣ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ?

(A) ବ୍ୟକ୍ତିଗତ ଜୀବନ
(B) ସ୍ୱର୍ଗୀୟ ଜୀବନ
(C) ଜାତୀୟ ଜୀବନ
(D) ପାର୍ଥିବ ଜୀବନ

Answer: (C) ଜାତୀୟ ଜୀବନ

11. ପ୍ରାବନ୍ଧିକ କାହାର ରୂପକୁ ଭାରତମାତାଙ୍କର ଏକ ଅବତାର ବୋଲି କହିଛନ୍ତି?

(A) ଉତ୍କଳ ଜନନୀଙ୍କର
(B) ମାନଚିତ୍ରର
(C) ଶିଳାଲେଖର
(D) ଅଭିଲେଖର

Answer: (A) ଉତ୍କଳ ଜନନୀଙ୍କର

12. ଆମ୍ଭେ ସବୁବେଳେ କାହାର ଟେକ ରଖି କାର୍ଯ୍ୟ କରିବା ଉଚିତ?

(A) ବ୍ୟକ୍ତିଗତ ଜୀବନର
(B) ପାର୍ଥିବ ଜୀବନର
(C) ଜାତୀୟ ଜୀବନର
(D) ସ୍ୱର୍ଗୀୟ ଜୀବନର

Answer: (C) ଜାତୀୟ ଜୀବନର

13. କେତେବେଳେ ଜାତି ଜାତି ମଧ୍ୟରେ ସଦ୍ଭାବ ସୃଷ୍ଟି ହୋଇଥାଏ?

(A) ବ୍ୟକ୍ତିଗତ ଜୀବନ ପ୍ରତିଷ୍ଠିତ ହେଲେ
(B) ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ
(C) ପାର୍ଥିବ ଜୀବନ ପ୍ରତିଷ୍ଠିତ ହେଲେ
(D) ସ୍ୱର୍ଗୀୟ ଜୀବନ ପ୍ରତିଷ୍ଠିତ ହେଲେ

Answer: (B) ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ

14. ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ କେଉଁ ଗୁଣ ରହିଛି?

(A) ଅନୁକରଣ ଯୋଗ୍ୟ
(B) ଅନୁକରଣ ଅଯୋଗ୍ୟ
(C) ତ୍ୟାଗ ଯୋଗ
(D) ନିନ୍ଦା ଯୋଗ୍ୟ

Answer: (A) ଅନୁକରଣ ଯୋଗ୍ୟ

15. ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ କିଏ?

(A) ଗୌରୀଶଙ୍କର
(B) ଗୋପବନ୍ଧୁ
(C) ମଧୁସୂଦନ ଦାସ
(D) ଶ୍ରୀ ରାମଚନ୍ଦ୍ର ଭଞ୍ଜ

Answer: (C) ମଧୁସୂଦନ ଦାସ

16. ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରେରଣା ଓ ନେତୃତ୍ୱରେ କ’ଣ ଗଠିତ ହୋଇଥିଲା?

(A) ଉତ୍କଳ ସମ୍ମିଳନୀ
(B) ଭାଷା ସମ୍ମିଳନୀ
(C) ରାଜ୍ୟ ସମ୍ମିଳନୀ
(D) ଦେଶ ସମ୍ମିଳନୀ

Answer: (A) ଉତ୍କଳ ସମ୍ମିଳନୀ

17. ଉତ୍କଳ ସମ୍ମିଳନୀ କେଉଁ ମସିହାରେ ଗଠିତ ହୋଇଥିଲା?

(A) ୧୮୦୩
(B) ୧୯୦୩
(C) ୧୯୩୬
(D) ୧୯୪୭

Answer: (B) ୧୯୦୩

18. ଶରୀରର ଅଭ୍ୟନ୍ତରରେ ଯେଉଁ ଆତ୍ମା ବିଦ୍ୟମାନ ତାହା କାହା ନିକଟରେ ପହଞ୍ଚିବ?

(A) ଜାତି
(B) ବ୍ୟକ୍ତି
(C) ସମାଜ
(D) ଈଶ୍ୱରଙ୍କ

Answer: (D) ଈଶ୍ୱରଙ୍କ

19. ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ, କାହା କାହା ମଧ୍ୟରେ ସଦ୍ଭାବ ହେବ?

(A) ବ୍ୟକ୍ତି ବ୍ୟକ୍ତି ମଧ୍ୟରେ
(B) ଜାତି ଜାତି ମଧ୍ୟରେ
(C) ପ୍ରାଣୀ ଓ ଅପ୍ରାଣୀ ମଧ୍ୟରେ
(D) କେଉଁଟି ନୁହେଁ

Answer: (B) ଜାତି ଜାତି ମଧ୍ୟରେ

20. ବ୍ୟକ୍ତିଗତ ଜୀବନରେ ଅସଦ୍ଭାବ ହେଲେ ସୁଦ୍ଧା କେଉଁ ସଦ୍ଭାବରେ କିଛି ଅଭାବ ଘଟିବ ନାହିଁ?

(A) ଜାତୀୟ
(B) ସାଂପ୍ରଦାୟିକ
(C) ଗୋଷ୍ଠୀଗତ
(D) ବ୍ୟକ୍ତିଗତ

Answer: (A) ଜାତୀୟ

21. ଡାହାଳ କୁକୁରର ଜାତୀୟ ଗୁଣ କ’ଣ?

(A) ସାହସୀକତା
(B) ସାହସିକତା
(C) ଭୀରୁତା
(D) ଭିରୁତା

Answer: (B) ସାହସିକତା

22. 비ଲୁଆଟି ଖଙ୍କାରି ଦେବାମାତ୍ରକେ କିଏ ଲାଙ୍ଗୁଡ଼ଗୁଞ୍ଜି ପଳାଇ ଆସିବ?

(A) ଡାହାଳ କୁକୁର
(B) ପୋଷା କୁକୁର
(C) ଦେଶୀ କୁକୁର
(D) ଜାତି କୁକୁର

Answer: (C) ଦେଶୀ କୁକୁର

23. ମହାବଳ ବାଘକୁ ଦେଖି କିଏ ନିର୍ଭୟରେ ତା’ ଆଡ଼କୁ ଝପଟିଯିବ?

(A) ଦେଶୀ କୁକୁର
(B) ପୋଷା କୁକୁର
(C) ସମସ୍ତ କୁକୁର
(D) ଡାହାଳ କୁକୁର

Answer: (D) ଡାହାଳ କୁକୁର

24. ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବା ଯୋଗ୍ୟ ଅନେକଗୁଡ଼ିଏ କ’ଣ ଅଛି?

(A) ଗୁଣ
(B) ବୁଦ୍ଧି
(C) ସ୍ନେହ
(D) ଦୟା

Answer: (A) ଗୁଣ

25. ପ୍ରାବନ୍ଧିକ ବନ୍ଦ ଆଖିରେ ଅନ୍ୟ ଜାତିଙ୍କର କ’ଣ ଦେଖିବାକୁ କହିଛନ୍ତି?

(A) ଗୁଣ
(B) ଦୋଷ
(C) ସୁକର୍ମ
(D) କୁକର୍ମ

Answer: (B) ଦୋଷ