Kaha Mukha Anai Banchibi Mcqs

1. ‘ଝସ’ କହିଲେ କାହାକୁ ବୁଝାଏ?

(A) ଜଳ
(B) ମାଛ
(C) କଚ୍ଛପ
(D) କୁମ୍ଭୀର

Answer: (B) ମାଛ

2. କାହା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ?

(A) ମନ୍ତ୍ରୀ
(B) ସଚିବ
(C) ରାଜା
(D) ସେନାପତି

Answer: (C) ରାଜା

3. କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି?

(A) ପୋଖରୀର ପଦ୍ମ
(B) ନବନୀତ
(C) ଆକାଶର ଚନ୍ଦ୍ର
(D) ଧନ

Answer: (C) ଆକାଶର ଚନ୍ଦ୍ର

4. ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମକୁ କ’ଣ କୁହାଯାଏ?

(A) ଚତୁଃସମ
(B) ଚତୁଃରସ
(C) ଚତୁର୍ଦ୍ରବ୍ଯ
(D) ଚତୁର୍ଲେପ

Answer: (A) ଚତୁଃସମ

5. କୃଷ୍ଣ କେଉଁ ସ୍ଥାନକୁ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି?

(A) ପର୍ବତକୁ
(B) ଗଛ ଉପରକୁ
(C) ପାବଚ୍ଛକୁ
(D) ପଲ୍ଯଙ୍କକୁ

Answer: (C) ପାବଚ୍ଛକୁ

6. କେଉଁଥରେ ଉଯଙ୍କର ମୂର୍ତ୍ତିର ଚିତ୍ର ଦେଖି କୃଷ୍ଣ ପଳାଇ ଯାଇଥଲେ?

(A) କାନ୍ଥରେ
(B) ଭୂତଳେ
(C) ନୃତ୍ୟଶାଳାରେ
(D) ଚିତ୍ରଶାଳାରେ

Answer: (A) କାନ୍ଥରେ

7. କୃଷ୍ଣ କ୍ଳାନ୍ତ ହୋଇ ରାତ୍ରିରେ କେଉଁଠାରେ ଶୋଇ ଯାଉଥିଲେ?

(A) ଭୂତଳେ
(B) ବନରେ
(C) ପିତାଙ୍କ କୋଳରେ
(D) ମାତାଙ୍କ କୋଳରେ

Answer: (D) ମାତାଙ୍କ କୋଳରେ

8. କୃଷ୍ଣ ଶୋଇଥିବାବେଳେ ଚମକି ଉଠୁଥିଲେ କାହିଁକି?

(A) ଜ୍ଵର ହେତୁ
(B) ରୋଗ ହେତୁ
(C) କ୍ଳାନ୍ତ ହେତୁ
(D) ଭୟଙ୍କର ସ୍ବପ୍ନ ଦେଖି

Answer: (D) ଭୟଙ୍କର ସ୍ବପ୍ନ ଦେଖି

9. କୃଷ୍ଣ ଚମକିପଡ଼ି କାହା କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ?

(A) ନନ୍ଦଙ୍କର
(B) ବଳରାମଙ୍କର
(C) ମାତାଙ୍କର
(D) ଗୋପବାଳକଙ୍କର

Answer: (C) ମାତାଙ୍କର

10. ଯଶୋଦା କୃଷ୍ଣଙ୍କ ଆଜ୍ରେ କ’ଣ ଲଗାଇ ଦିଅନ୍ତି?

(A) ଚନ୍ଦନ
(B) କୁଙ୍କୁମ
(C) ଅଞ୍ଜନ
(D) ଅଗୁରୁ

Answer: (C) ଅଞ୍ଜନ

11. କୃଷ୍ଣ ମଥୁରାକୁ ଗଲେ ଯଶୋଦା କେଉଁଠାରେ ନିଜ ଜୀବନ ବିସର୍ଜନ କରିବେ ବୋଲି କହିଛନ୍ତି?

(A) ଗଣ୍ଡଜଳରେ
(B) ଯମୁନା ନଦୀରେ
(C) ସମୁଦ୍ରରେ
(D) ପୁଷ୍କରିଣୀରେ

Answer: (A) ଗଣ୍ଡଜଳରେ

12. ‘ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ’ – ଏଠାରେ ‘ହରି’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି?

(A) ଖେଳଣା
(B) ନାରାୟଣ
(C) ଚାନ୍ଦ
(D) ନେଉଳ

Answer: (C) ଚାନ୍ଦ

13. ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି କିଏ?

(A) ମଧୁସୂଦନ ରାଓ
(B) ଭକ୍ତଚରଣ ଦାସ
(C) ଦୀନବନ୍ଧୁ ଦାସ
(D) ଜଗନ୍ନାଥ ଦାସ

Answer: (B) ଭକ୍ତଚରଣ ଦାସ

14. ଚତୁଃସମ କାହାକୁ କୁହନ୍ତି?

(A) ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ
(B) ଚନ୍ଦନ, ଫୁଲ, ତୁଳସୀ, ମହୁ
(C) ବେଲପତ୍ର, ଚନ୍ଦନ, ତୁଳସୀ, ମହୁ
(D) ଦୁଗ୍ଧ, ମହୁ, ମିଶ୍ରି, ଛେନା

Answer: (A) ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ

15. କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ?

(A) ସୁବର୍ଣ୍ଣକୁଣ୍ଡଳ
(B) ମୋତିମାଳି
(C) ହୀରାଫୁଲ
(D) ସୁବର୍ଣ୍ଣମାଳି

Answer: (A) ସୁବର୍ଣ୍ଣକୁଣ୍ଡଳ

16. କୃଷ୍ଣ କ’ଣ ଦେଖି ଘରୁ ପଳାଇଯା’ନ୍ତି?

(A) ରାକ୍ଷସ ମୂର୍ତ୍ତି
(B) କାନ୍ଥରେ ଥିବା ଭୟଙ୍କର ଚିତ୍ରପନ୍ତି
(C) ଭୟଙ୍କର ପଶୁ
(D) ସର୍ପ

Answer: (B) କାନ୍ଥରେ ଥିବା ଭୟଙ୍କର ଚିତ୍ରପନ୍ତି

17. କଂସପୁର ଗଲେ ଶ୍ରୀକୃଷ୍ଣ କାହାକୁ ଦେଖୁବେ ବୋଲି ଯଶୋଦା କହିଛି?

(A) କଂସକୁ
(B) ରାକ୍ଷସମାନଙ୍କୁ
(C) ଯମୁନାନଦୀକୁ
(D) ହାତୀଘୋଡ଼ାମାନଙ୍କୁ

Answer: (B) ରାକ୍ଷସମାନଙ୍କୁ

18. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି କେଉଁ କାବ୍ୟର ଅଂଶବିଶେଷ?

(A) ଲାବଣ୍ୟବତୀ
(B) ଗୋପମଙ୍ଗଳ
(C) ମଥୁରା ମଙ୍ଗଳ
(D) ଦ୍ବାରିକା ମଙ୍ଗଳ

Answer: (C) ମଥୁରା ମଙ୍ଗଳ

19. ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଣେତା କିଏ?

(A) ଅରକ୍ଷିତ ଦାସ
(B) ବତ୍ସା ଦାସ
(C) ଦନେଇ ଦାସ
(D) ଭକ୍ତଚରଣ ଦାସ

Answer: (D) ଭକ୍ତଚରଣ ଦାସ

20. ମାତା ଯଶୋଦା ‘ଶ୍ୟାମଘନ’ ବୋଲି କାହାକୁ ସମ୍ବୋଧନ କରିଛନ୍ତି?

(A) ମେଘକୁ
(B) କୃଷ୍ଣଙ୍କୁ
(C) ବଳରାମଙ୍କୁ
(D) କଳାହାଣ୍ଡିଆ ମେଘକୁ

Answer: (C) ବଳରାମଙ୍କୁ