1. ବ୍ୟକ୍ତି ନିଜର ଭବିଷ୍ୟତକୁ କାହା ଉପରେ ଛାଡ଼ି ଦିଅନ୍ତି?
(A) କର୍ମ
(B) କର୍ତ୍ତବ୍ୟ
(C) ନିୟତି
(D) ଭଗବାନ୍
2. କିଏ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି କବି କହିଛନ୍ତି?
(A) ମାନବ
(B) ମହାମାନବ
(C) ପରମପୁରୁଷ
(D) ପୁରୁଷୋତ୍ତମ
3. ଏ ବିଶାଳ ଜଗତୀ କାହାର ଯାତ୍ରୀ ନୁହେଁ?
(A) ମୃତ୍ୟୁର
(B) ଧ୍ୱଂସର
(C) ଦାରିଦ୍ର୍ୟର
(D) ଅନଟନର
4. ଏ ସଂସାରକୁ କବି କାହାର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି?
(A) କର୍ମର
(B) ଧର୍ମର
(C) ତ୍ୟାଗର
(D) ଉପକାରର
5. କେଉଁ ପରୀକ୍ଷାରେ ବିଜୟୀ ହୋଇ ବୀରତ୍ୱର ଟୀକା ଲାଭ କରିବାକୁ କବି କହିଛନ୍ତି?
(A) ପଶୁତ୍ୱ-ଦେବତ୍ୱ
(B) ଦେବତ୍ୱ-ମାନବତ୍ୱ
(C) ମାନବତ୍ୱ-ପଶୁତ୍ୱ
(D) ଦେବତ୍ୱ-ଦାନବତ୍ୱ
6. ପରୀକ୍ଷାରେ ବିଜୟୀ ହୋଇ କାହାକୁ ଋଣୀ କରିବାକୁ କବି କହିଛନ୍ତି?
(A) ପୃଥିବୀବାସୀଙ୍କୁ
(B) ଦେବତାଙ୍କୁ
(C) ଈଶ୍ୱରଙ୍କୁ
(D) ସଂସାରକୁ
7. ଏ ସାରା ସଂସାରର ରଚୟିତା କିଏ?
(A) ସୂର୍ଯ୍ୟ
(B) ଈଶ୍ୱର
(C) କର୍ମ
(D) ଚନ୍ଦ୍ର
8. କବି କାହାକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି?
(A) ମହାପୁରୁଷମାନଙ୍କୁ
(B) ସଜ୍ଜନଙ୍କୁ
(C) ମଣିଷକୁ
(D) ଦେବତାଙ୍କୁ
9. କବି ମଣିଷ ଭାଇକୁ କେଉଁ ରଜ୍ଜୁ ଛିଣ୍ଡାଇବାକୁ କହିଛନ୍ତି?
(A) ଜୀବନ ରଜ୍ଜୁ
(B) ବନ୍ଧୁତ୍ୱ ରଜ୍ଜୁ
(C) ଯୁଗାନ୍ତ-ମୃତ୍ୟୁ ରଜ୍ଜୁ
(D) ସମ୍ପର୍କ ରଜ୍ଜୁ
10. କେଉଁ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି?
(A) ସମ୍ପର୍କ ସୂତ୍ର
(B) ଜନ୍ମ ସୂତ୍ର
(C) ଜୀବନ ସୂତ୍ର
(D) ମୃତ୍ୟୁ ସୂତ୍ର
11. କେଉଁ ଧରଣର ପିପାସା ମେଣ୍ଟେ ନାହିଁ?
(A) ଜଳ ପିପାସା
(B) ସୁରା ପିପାସା
(C) ରକ୍ତ ପିପାସା
(D) କେଉଁଟି ନୁହେଁ
12. କେଉଁଟି ମାନବର ଷଡ଼ରିପୁ ମଧ୍ୟରୁ ଏକ ଶତ୍ରୁ ନୁହେଁ?
(A) କାମ
(B) କ୍ରୋଧ
(C) ଲୋଭ
(D) କ୍ଷମା
13. କର୍ମର ଶୁଭ ଭୁବନ ବୋଲି କବି କାହାକୁ କହିଛନ୍ତି?
(A) ସଂସାରକୁ
(B) ପାତାଳକୁ
(C) ସ୍ୱର୍ଗକୁ
(D) ତ୍ରିଲୋକକୁ
14. କବି ଅରିନ୍ଦମ ବୋଲି କାହାକୁ ସମ୍ବୋଧନ କରିଛନ୍ତି?
(A) ଈଶ୍ୱରଙ୍କୁ
(B) ସବଳକୁ
(C) ଦୁର୍ବଳକୁ
(D) ମଣିଷକୁ
15. ତାରା ଦଳେ କାହାର ଆସନ ବୋଲି କବି କହିଛନ୍ତି?
(A) ଚନ୍ଦ୍ରଙ୍କର
(B) ସୂର୍ଯ୍ୟଙ୍କର
(C) ସପ୍ତର୍ଷିମଣ୍ଡଳର
(D) ମଣିଷର
16. ମଣିଷର କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ଆହ୍ୱାନ ଦେଇଛନ୍ତି?
(A) ସତ୍ୟ, ଧର୍ମ, ନ୍ୟାୟ
(B) କ୍ରୋଧ, ଲୋଭ, ମୋହ
(C) ଲାଜ, ଭୟ, ଅପମାନ
(D) ଦୟା, କ୍ଷମା, ସଂଯମ
17. ମଣିଷ କେତେବେଳେ ଦେବତାର ଆସନ ଲାଭ କରିପାରିବ?
(A) ସ୍ୱର୍ଗଜୟ କଲେ
(B) ପୃଥିବୀର ରାଜା ହେଲେ
(C) ତା’ ଭିତରେ ଥିବା ଅନ୍ତଃ ଶତ୍ରୁଗୁଡ଼ିକୁ ଦମନ କଲେ
(D) ସୁକାର୍ଯ୍ୟ କଲେ
18. ଏ ପୃଥିବୀ ନିରନ୍ତର କେଉଁ ପଥରେ ଆଗେଇ ଚାଲିଛି?
(A) ଅବନତି ପଥରେ
(B) ଉନ୍ନତି ପଥରେ
(C) ଧ୍ୱଂସପଥରେ
(D) ଗତିପଥରେ
19. ‘ରୋଚର’ କହିଲେ କ’ଣ ବୁଝ?
(A) ଚାରଣ ଭୂମି
(B) ଗୋଚର ଭୂମି
(C) ମରୁଭୂମି
(D) ସାରା ସଂସାର
20. କୁନ୍ତଳାକୁମାରୀଙ୍କର ବୃତ୍ତି କ’ଣ ଥିଲା?
(A) ସାହିତ୍ୟ
(B) ସମାଜସେବା
(C) ଡାକ୍ତରି
(D) କାରିଗରି