Matira Manisha MCQs

1. କବି କାହାକୁ ଲୁହାର ଫଉଜ ବୋଲି ଅଭିହିତ କରିଛନ୍ତି?

(A) ଶତ୍ରୁସୈନ୍ୟଙ୍କୁ
(B) ସାହସୀ ସୈନିକମାନଙ୍କୁ
(C) ବିଶାଳ ସେନାବାହିନୀକୁ
(D) କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ

Answer: (D) କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ

2. କଳକାରଖାନାର ଧ୍ୱନିକୁ କବି କ’ଣ ବୋଲି ବର୍ଣ୍ଣନା କରିଛନ୍ତି?

(A) ଘର୍ଘର ଧ୍ୱନି
(B) ମେଘମନ୍ଦ୍ର ଧ୍ୱନି
(C) ଭୀଷଣ ଗର୍ଜନ
(D) ଭୀମଭୈରବ ରବ

Answer: (D) ଭୀମଭୈରବ ରବ

3. କାହାର ସୁବାସ ମଣିଷ ମନରେ ଆନନ୍ଦ ଦେଇପାରୁ ନାହିଁ?

(A) ଫୁଲର ସୁବାସ
(B) ଜମିର ସୁବାସ
(C) ବନର ସୁବାସ
(D) ବୃକ୍ଷର ସୁବାସ

Answer: (B) ଜମିର ସୁବାସ

4. କାହାର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ?

(A) ପକ୍ୱଧାନର
(B) ପୁଷ୍ପରାଜିର
(C) ଅତରର
(D) ଉପବନର

Answer: (A) ପକ୍ୱଧାନର

5. କବି କାହାକୁ ପୌଷ ମାସର ଅମୀୟ ବୋଲି ବର୍ଣ୍ଣନା କରିଛନ୍ତି?

(A) ପୁଷ୍ପରସ
(B) ଫଳରସ
(C) ଆଖୁରସ
(D) ତାଳରସ

Answer: (C) ଆଖୁରସ

6. କବି କାହାର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ?

(A) ଗଛ ଛାଇରେ
(B) ଘର ଛାଇରେ
(C) ଆଖୁ କିଆରୀ ଛାଇରେ
(D) ବରଗଛ ଛାଇରେ

Answer: (C) ଆଖୁ କିଆରୀ ଛାଇରେ

7. ତଇଳାରେ କାହାର ଦୃଶ୍ୟ ତାରା ଫୁଟିବା ପରି ପ୍ରତୀୟମାନ ହୁଏ?

(A) ଫୁଲ ଫୁଟିବା
(B) କପା ଫୁଟିବା
(C) ସୋରିଷ ଫୁଟିବା
(D) ବାଣ ଫୁଟିବା

Answer: (B) କପା ଫୁଟିବା

8. ଗୋଷ୍ଠ ବିହାରୀ ଧେନୁ- କହିଲେ କ’ଣ ବୁଝ?

(A) ଗୋଠର ଧେନୁ
(B) ଗୋଠରୁ ଫେରୁଥିବା ଗାଈ
(C) ଗୋଠରେ ବିଚରଣ କରୁଥିବା ଗାଈ
(D) ଗୋଠରୁ ଚୋରି ହୋଇଥିବା ଗାଈ

Answer: (C) ଗୋଠରେ ବିଚରଣ କରୁଥିବା ଗାଈ

9. ଯନ୍ତ୍ରଶାଳାକୁ କବି କାହା ସହିତ ତୁଳନା କରିଛନ୍ତି?

(A) ଚିନ୍ତା ସହିତ
(B) ଚିତା ସହିତ
(C) ଚନ୍ଦନ ସହିତ
(D) ତିଳକ ସହିତ

Answer: (B) ଚିତା ସହିତ

10. କାହାର ଧୀର ମୂର୍ଚ୍ଛିତ ବେଣୁସ୍ୱନ ମଣିଷର ଆଉ ମନେ ପଡୁନାହିଁ?

(A) କୃଷ୍ଣଙ୍କର
(B) ଗୋପାଳ ପୁଅର
(C) ଗୋପପୁରର
(D) ଯମୁନା କୂଳର

Answer: (B) ଗୋପାଳ ପୁଅର

11. ମାନବର ଅଙ୍ଗ କିପରି ପୁଷ୍ଟ ହୋଇଛି ବୋଲି କବି କହିଛନ୍ତି?

(A) ନଦୀର ଜଳଦାନରେ
(B) ଉଭିଦର ଫଳଦାନରେ
(C) ମାଟିମାଆର ସ୍ତନ୍ୟଦାନରେ
(D) ମଳୟ ପବନରେ

Answer: (C) ମାଟିମାଆର ସ୍ତନ୍ୟଦାନରେ

12. ମଣିଷ ଆଜି କ’ଣ ଭୁଲିଯାଉଛି ବୋଲି କବି କହିଛନ୍ତି?

(A) ପରୋପକାରକୁ
(B) କର୍ତ୍ତବ୍ୟକୁ
(C) ଆପଣା କୋଳକୁ
(D) ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ

Answer: (D) ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ

13. ରୁକ୍ଷ ଉରସରେ କିଏ ପଡ଼ିରହିଛି ବୋଲି କବି କହିଛନ୍ତି?

(A) କ୍ଷେତ
(B) ନଦୀ
(C) ପଲ୍ଲୀ
(D) ବନ

Answer: (A) କ୍ଷେତ

14. ଆଜିର ମଣିଷ କେଉଁ ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି?

(A) କାଲିର ଜୀବନ
(B) ଆଜିର ଜୀବନ
(C) ଯନ୍ତ୍ର ଜୀବନ
(D) ଆଗାମୀ ଜୀବନ

Answer: (A) କାଲିର ଜୀବନ

15. କାହାର ସୌନ୍ଦର୍ଯ୍ୟ ଦଣ୍ଡକ ଲାଗି ମାନବ ବକ୍ଷରେ ଦେଖାଯାଉନାହିଁ ବୋଲି କବି କହିଛନ୍ତି?

(A) ମାଟି ମାଆର
(B) ସ୍ୱର୍ଣ୍ଣଧାନର
(C) ଉପବନର
(D) କାନନର

Answer: (B) ସ୍ୱର୍ଣ୍ଣଧାନର

16. ପକ୍ୱଧାନର ମନମତାଣିଆ ଗନ୍ଧ କାହା ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ?

(A) ଜାତି ପ୍ରାଣରେ
(B) ବ୍ୟକ୍ତି ପ୍ରାଣରେ
(C) ରାଜା ପ୍ରାଣରେ
(D) ମାଟିର ମଣିଷ ପ୍ରାଣରେ

Answer: (D) ମାଟିର ମଣିଷ ପ୍ରାଣରେ

17. କେଉଁ କ୍ଷେତର ସୌନ୍ଦର୍ଯ୍ୟ ଦଣ୍ଡକ ପାଇଁ ଅନ୍ତରକୁ ଆନ୍ଦୋଳିତ କରୁନାହିଁ?

(A) ଧାନ କ୍ଷେତର
(B) ଆଖୁକିଆରୀର
(C) ସୋରିଷ କ୍ଷେତର
(D) ଗହମ କ୍ଷେତର

Answer: (C) ସୋରିଷ କ୍ଷେତର

18. ପଲ୍ଲୀବଧୂମାନଙ୍କର କେଉଁଠାରୁ ପାଣି ଆଣିବାର ଦୃଶ୍ୟ କବି ବର୍ଣ୍ଣନା କରିଛନ୍ତି?

(A) ପୋଖରୀରୁ
(B) ନଈରୁ
(C) ଗାଁ କୂଅରୁ
(D) ହ୍ରଦରୁ

Answer: (B) ନଈରୁ

19. ମାଟିର ମଣିଷର ଉର୍ବର ପ୍ରାଣ କିପରି ଟାଣ ହୋଇଯାଇଛି ବୋଲି କବି କହିଛନ୍ତି?

(A) ପାହାଡ଼ ପରି
(B) ପଥର ପରି
(C) ବଜ୍ର ପରି
(D) ଯନ୍ତ୍ରପୁରୀର ଇସ୍ପାତ ପରି

Answer: (D) ଯନ୍ତ୍ରପୁରୀର ଇସ୍ପାତ ପରି

20. ଯନ୍ତ୍ର ତଳେ କ’ଣ ନାହିଁ ବୋଲି କବି କହିଛନ୍ତି?

(A) ମୁକ୍ତି
(B) ପ୍ରାଣ
(C) ମୃତ୍ୟୁ
(D) ଆନନ୍ଦ

Answer: (B) ପ୍ରାଣ

21. ଯନ୍ତ୍ର ତଳେ କାହାର ଘର ବୋଲି କବି କହିଛନ୍ତି?

(A) ମଣିଷର
(B) ଧନିକର
(C) ଜୀବନର
(D) ମରଣର

Answer: (D) ମରଣର

22. ମଣିଷର ସନ୍ତକ ଭାବରେ କବି କାହାକୁ ବିବେଚନା କରିଛନ୍ତି?

(A) କ୍ଷେତକୁ
(B) ଯନ୍ତ୍ରକୁ
(C) ଲଙ୍ଗଳକୁ
(D) ଗୋଷ୍ଠକୁ

Answer: (C) ଲଙ୍ଗଳକୁ

23. କବି ରାଧାମୋହନ ତାଙ୍କ କବିତାରେ ମଣିଷକୁ କେଉଁ ମଣିଷ ବୋଲି ଅଭିହିତ କରିଛନ୍ତି?

(A) ମୁକ୍ତିର ମଣିଷ
(B) ମାଟିର ମଣିଷ
(C) ନିରୀହ ମଣିଷ
(D) ସୁପ୍ତ ମଣିଷ

Answer: (B) ମାଟିର ମଣିଷ

24. ମାଟିର ମଣିଷକୁ ଯନ୍ତ୍ର କ’ଣ ଦେଇଛି ବୋଲି କବି କହିଛନ୍ତି?

(A) ମନ୍ତ୍ର
(B) ତନ୍ତ୍ର
(C) ଶକ୍ତି
(D) ମାୟା

Answer: (A) ମନ୍ତ୍ର

25. ଯନ୍ତ୍ର ସର୍ବଦା ମଥା ତୋଳି କିପରି ଛିଡ଼ା ହୋଇଅଛି?

(A) ଗର୍ବରେ
(B) ଅହଂକାରୀ ପରି
(C) ରୁଦ୍ରଙ୍କ ପରି
(D) ରୁଦ୍ର ଦାନବ ପରି

Answer: (D) ରୁଦ୍ର ଦାନବ ପରି