1. ‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ?
(A) ପୌରାଣିକ
(B) ଐତିହାସିକ
(C) ଭକ୍ତିମୂଳକ
(D) କାଳ୍ପନିକ
2. ‘ରସକଲ୍ଲୋଳ’ର ପ୍ରଣେତା କିଏ?
(A) ବଳରାମ ଦାସ
(B) ଦୀନକୃଷ୍ଣ ଦାସ
(C) ଦନେଇ ଦାସ
(D) ଜଗନ୍ନାଥ ଦାସ
3. କେତେ ଶତାବ୍ଦୀରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା?
(A) ଚତୁର୍ଦ୍ଦଶ
(B) ପଞ୍ଚଦଶ
(C) ଷୋଡ଼ଶ
(D) ସପ୍ତଦଶ
4. ପାଞ୍ଚଜଣ ଭକ୍ତକବି କେଉଁ ନାମରେ ପରିଚିତ ଥିଲେ?
(A) ପଞ୍ଚବନ୍ଧୁ
(B) ପଞ୍ଚସଖା
(C) ପଞ୍ଚମିତ୍ର
(D) ପଞ୍ଚତନ୍ତ୍ର
5. ଷୋଡ଼ଶ ଶତାବ୍ଦୀରେ ଉତ୍କଳର ଗଜପତି କିଏ ଥିଲେ?
(A) ପୁରୁଷୋତ୍ତମଦେବ
(B) ପ୍ରତାପରୁଦ୍ରଦେବ
(C) କପିଳେନ୍ଦ୍ରଦେବ
(D) ମୁକୁନ୍ଦଦେବ
6. ଶ୍ରୀଚୈତନ୍ୟ କେତେ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ?
(A) ୧୫୦୫
(B) ୧୫୦୪
(C) ୧୫୧୦
(D) ୧୫୧୫
7. ପଞ୍ଚସଖା କାହାକୁ ମାନିଲେ ନାହିଁ, ମଣିଷକୁ ମାନିଲେ?
(A) ଗୁରୁଙ୍କୁ
(B) ବ୍ରାହ୍ମଣଙ୍କୁ
(C) ଜାତିକୁ
(D) ଧର୍ମକୁ
8. ପଞ୍ଚସଖା ନିଜକୁ କ’ଣ ବୋଲି ଘୋଷଣା କଲେ?
(A) ଭକ୍ତ
(B) ସଖା
(C) ଶୂଦ୍ର
(D) ବୈଷ୍ଣବ
9. ପଞ୍ଚସଖା କାହାକୁ କେନ୍ଦ୍ର କରି ମାନବ-ମୈତ୍ରୀର ଉଦ୍ବୋଧକ ହେଲେ?
(A) ଭକ୍ତିକୁ
(B) ଧର୍ମକୁ
(C) ଶ୍ରୀଜଗନ୍ନାଥଙ୍କୁ
(D) ଶ୍ରୀଲୋକନାଥଙ୍କୁ
10. ଓଡ଼ିଶାରେ ଶ୍ରୀଚୈତନ୍ୟ କେଉଁ ଭକ୍ତି ପ୍ରଚାର କରିଥିଲେ?
(A) ପ୍ରେମଭକ୍ତି
(B) ଜ୍ଞାନଭକ୍ତି
(C) କୃଷ୍ଣଭକ୍ତି
(D) ରାମଭକ୍ତି
11. ‘ଗୋବିନ୍ଦ ଚନ୍ଦ୍ର’ (ଟୀକା ଗୋବିନ୍ଦଚନ୍ଦ୍ର) ର ରଚୟିତା କିଏ?
(A) ଅଚ୍ୟୁତାନନ୍ଦ
(B) ବଳରାମ
(C) ଜଗନ୍ନାଥ
(D) ଯଶୋବନ୍ତ
12. ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବିପ୍ରତିଭାର ଅଧିକାରୀ କିଏ ଥିଲେ?
(A) ବଳରାମ
(B) ଜଗନ୍ନାଥ
(C) ଅଚ୍ୟୁତାନନ୍ଦ
(D) ଯଶୋବନ୍ତ
13. ଅଚ୍ୟୁତାନନ୍ଦଙ୍କ ପ୍ରଣୀତ ପ୍ରସିଦ୍ଧ ପୁରାଣ ଗ୍ରନ୍ଥର ନାମ କ’ଣ?
(A) ଲକ୍ଷ୍ମୀପୁରାଣ
(B) ଗରୁଡ଼ ପୁରାଣ
(C) ହରିବଂଶ
(D) ବୃନ୍ଦାରାସ
14. ଅଚ୍ୟୁତାନନ୍ଦ କେଉଁ ଭାବରେ ଓଡ଼ିଶାରେ ସୁପରିଚିତ?
(A) କବି ଭାବରେ
(B) ଭକ୍ତ ଭାବରେ
(C) ପଞ୍ଚସଖା ଭାବରେ
(D) ମାଳିକାକାର ଭାବରେ
15. ‘ହେତୁଉଦୟ ଭାଗବତ’ର ରଚୟିତା କିଏ?
(A) ଶିଶୁ ଅନନ୍ତ ଦାସ
(B) ଯଶୋବନ୍ତ ଦାସ
(C) ବଳରାମ ଦାସ
(D) ଜଗନ୍ନାଥ ଦାସ
16. ପଞ୍ଚସଖା କାହାକୁ ଇଷ୍ଟଦେବ ଭାବରେ ଗ୍ରହଣ କରିଥିଲେ?
(A) ଶ୍ରୀଜଗନ୍ନାଥଙ୍କୁ
(B) ଶ୍ରୀବଳଭଦ୍ରଙ୍କୁ
(C) ଶ୍ରୀଲୋକନାଥଙ୍କୁ
(D) ମାତା ସୁଭଦ୍ରାଙ୍କୁ
17. ବତ୍ସା ଦାସଙ୍କ ରଚିତ ଚଉତିଶାର ନାମ କ’ଣ?
(A) ତୁଳସୀ ଚଉତିଶା
(B) କଳସା ଚଉତିଶା
(C) ମନବୋଧ ଚଉତିଶା
(D) ଭାବ ଚଉତିଶା
18. ‘କେଶବ କୋଇଲି’ର ରଚୟିତା କିଏ?
(A) ବତ୍ସା ଦାସ
(B) ମାର୍କଣ୍ଡ ଦାସ
(C) ଜଗନ୍ନାଥ ଦାସ
(D) ବଳରାମ ଦାସ
19. କେତେ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବଙ୍କ ଦେହାନ୍ତ ହୋଇଥିଲା?
(A) ୧୫୩୦
(B) ୧୫୪୦
(C) ୧୫୫୦
(D) ୧୫୬୦
20. ପ୍ରତାପରୁଦ୍ରଦେବଙ୍କ ଦୁଇପୁଅଙ୍କୁ ହତ୍ୟା କରି କିଏ ଓଡ଼ିଶାର ରାଜା ହୋଇଥିଲେ?
(A) ମୁକୁନ୍ଦଦେବ
(B) ଦିବ୍ୟସିଂହଦେବ
(C) ଗୋବିନ୍ଦ ବିଦ୍ୟାଧର
(D) ରାମଚନ୍ଦ୍ରଦେବ
21. କେତେ ମସିହାରେ ଶ୍ରୀଚୈତନ୍ୟଙ୍କର ତିରୋଧାନ ହୋଇଥିଲା?
(A) ୧୫୩୦
(B) ୧୫୧୦
(C) ୧୫୧୫
(D) ୧୫୩୩
22. ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି କିଏ ଥିଲେ?
(A) ଜଗନ୍ନାଥ ଦାସ
(B) ଅଚ୍ୟୁତାନନ୍ଦ ଦାସ
(C) ବଳରାମ ଦାସ
(D) ଯଶୋବନ୍ତ ଦାସ
23. ‘ଜଗମୋହନ ରାମାୟଣ’ (ବା ଦାଣ୍ଡି ରାମାୟଣ) ର ରଚୟିତା କିଏ?
(A) ବଳରାମ ଦାସ
(B) ଜଗନ୍ନାଥ ଦାସ
(C) ଉପେନ୍ଦ୍ର ଭଞ୍ଜ
(D) ସାରଳା ଦାସ