paika badhura udbodhan mcq

1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ?

(A) ଶ୍ମଶାନରେ
(B) ନଗ୍ରରେ
(C) ଅରଣ୍ୟରେ
(D) ଦୁର୍ଗରେ

Answer: (D) ଦୁର୍ଗରେ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି?

(A) ଅଶ୍ୱକୁଳ
(B) ଗଜକୁଳ
(C) ଶୃଗାଳକୁଳ
(D) ଶ୍ୱାପଦକୁଳ

Answer: (D) ଶ୍ୱାପଦକୁଳ

3. ସ୍ୱାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା?

(A) ବିଜୟ ଚନ୍ଦନ
(B) ବିଜୟ କଜ୍ଜଳ
(C) ବିଜୟ ଟୀକା
(D) 비ଜୟ ସିନ୍ଦୂର

Answer: (D) ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦଟିର ଉପଯୁକ୍ତ ଅର୍ଥଟିକୁ ବାଛ।

(A) ଅତି ଘୃଣାରେ
(B) ଅତି ସ୍ନେହରେ
(C) ଅତି ଈର୍ଷାରେ
(D) ଅତି ଯତ୍ନରେ

Answer: (B) ଅତି ସ୍ନେହରେ

5. ପାଇକବଧୂ ତା’ସ୍ୱାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା?

(A) ତୁଳସୀର ମାଳା
(B) କର୍ପୂରମାଳା
(C) କୁସୁମର ମାଳା
(D) ମନ୍ଦାରର ମାଳା

Answer: (D) ମନ୍ଦାରର ମାଳା

6. ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା?

(A) ପ୍ରଣୟ ସଂଗୀତ
(B) ଜାତୀୟ ସଂଗୀତ
(C) ଭକ୍ତି ସଂଗୀତ
(D) ସମର ସଂଗୀତ

Answer: (D) ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ ________________ ଫୋପାଡ଼ି ଲକ୍ଷତୀର।

(A) ପାଇକ
(B) ଶତ୍ରୁ
(C) ସଇନି
(D) ଜୀବନ

Answer: (C) ସଇନି

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି?

(A) ଧନସମ୍ପଦ
(B) ସ୍ୱାର୍ଥତ୍ୟାଗ
(C) ରକ୍ତ
(D) ଜୀବନ

Answer: (D) ଜୀବନ

9. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି?

(A) ସୈନିକକୁ
(B) ପାଇକଜାତିକୁ
(C) ରାଜାଙ୍କୁ
(D) ତା’ର ସ୍ୱାମୀକୁ

Answer: (D) ତା’ର ସ୍ୱାମୀକୁ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି?

(A) ଜନ୍ମଭୂମି ପାଇଁ
(B) ପରିବାର ପାଇଁ
(C) ଜନନୀ ପାଇଁ
(D) ତରୁଣୀର ବକ୍ଷ

Answer: (D) ତରୁଣୀର ବକ୍ଷ

11. ଖଣ୍ଡାୟତ ବଧୂ ତା’ ସ୍ୱାମୀର ପୃଷ୍ଠଦେଶରେ କ’ଣ ବାନ୍ଧୁଥିଲା?

(A) ଖଡ୍‌ଗ
(B) ବର୍ଚ୍ଛା
(C) ଶରମୁଣା
(D) ଧନୁତୀର

Answer: (C) ଶରମୁଣା

12. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ କ’ଣ ଦେଉଥିଲା?

(A) ଖଡ୍‌ଗ
(B) ଧନୁଶର
(C) ଛୁରିକା
(D) ବନ୍ଧୁକ

Answer: (B) ଧନୁଶର

13. ଖଣ୍ଡାୟତ ବଧୂ କାହାକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା?

(A) ତା’ର ପୁତ୍ରକୁ
(B) ତା’ର ଭାଇକୁ
(C) ତା’ର ସ୍ୱାମୀକୁ
(D) ତା’ର ପିତାକୁ

Answer: (C) ତା’ର ସ୍ୱାମୀକୁ

14. କବି କାହାକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରିଛନ୍ତି?

(A) କୁଳବଧୂକୁ
(B) ବରବଧୂକୁ
(C) ବାରବଧୂକୁ
(D) ଖଣ୍ଡାୟତ ବଧୂକୁ

Answer: (D) ଖଣ୍ଡାୟତ ବଧୂକୁ

15. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ କେଉଁଠାରେ ବିଦାୟ ଦେଉଥିଲା?

(A) ଯୁଦ୍ଧକ୍ଷେତ୍ରରେ
(B) ଗୃହ ମଧ୍ୟରେ
(C) କୁଟୀର ପ୍ରାଙ୍ଗଣରେ
(D) ମନ୍ଦିରରେ

Answer: (C) କୁଟୀର ପ୍ରାଙ୍ଗଣରେ

16. ବକ୍ଷରେ କ’ଣ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି?

(A) ଅନଳ
(B) ଅନିଳ
(C) ବୁଧ
(D) ସଲିଳ

Answer: (A) ଅନଳ

17. ତରୁଣୀ ବକ୍ଷ ଲାଗି କାହାର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି?

(A) ପୁରୁଷର
(B) ବୀରର
(C) ବରର
(D) ଶବରର

Answer: (B) ବୀରର

18. ବୀର ମାଟିକୁ ନିମିଷେ ଚାହିଁଲେ କି ଭାବନା ସୃଷ୍ଟି ହୁଏ?

(A) ଅନୁଶୋଚନା
(B) ଦୁଃଖ
(C) ରକ୍ତ ତାତିଯାଏ
(D) ବିସ୍ମୟଭାବ

Answer: (C) ରକ୍ତ ତାତିଯାଏ

19. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି?

(A) ଅନେକ ଦୁଃଖ
(B) ଲକ୍ଷବୀର ଗାଥା
(C) ଖଣିଜଦ୍ରବ୍ୟ
(D) ଧନରତ୍ନ

Answer: (B) ଲକ୍ଷବୀର ଗାଥା

20. ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କେଉଁ ବେଶରେ ସୁସଜ୍ଜିତ କରୁଥିଲା?

(A) ବର ବେଶରେ
(B) ବୀରବେଶରେ
(C) ରାଜବେଶରେ
(D) ସୁନାବେଶରେ

Answer: (B) ବୀରବେଶରେ

21. କେତେବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି?

(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ
(B) ପରାଜୟ ବରଣ କରି ଆସିବାବେଳେ
(C) ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହେଲେ
(D) ସ୍ୱାମୀ ମରଶରୀରକୁ

Answer: (A) ଯୁଦ୍ଧ ଜୟକରି ଫେରି ଆସିବାବେଳେ

22. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ କିଏ ବୀରର ପ୍ରିୟ ହେବା ଉଚିତ?

(A) ତରୁଣୀ
(B) ଜନ୍ମଭୂମି
(C) ଉଭୟ
(D) କେହି ନୁହେଁ

Answer: (B) ଜନ୍ମଭୂମି

23. ସ୍ୱାମୀଙ୍କ ହାତରେ କ’ଣ ଦେଖିବାକୁ ପାଇକବଧୂ ଆଶା କରେ?

(A) ବିଜୟ କେତନ
(B) ଶତ୍ରୁର ପତାକା
(C) ସ୍ୱର୍ଣ୍ଣାଳଙ୍କାର
(D) ଗୋଲାପ ଫୁଲ

Answer: (A) ବିଜୟ କେତନ

24. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ କିଏ ନୀରବେ ଗୁଞ୍ଜରି ବହିଯାଏ?

(A) ତଟିନୀ
(B) ସମୟ
(C) ସମୀରଣ
(D) ନିୟତି

Answer: (C) ସମୀରଣ

25. ଆଜି ଖଣ୍ଡାୟତ ବୀରମାନେ କେଉଁ ବେଶ ଧାରଣ କରୁନାହାନ୍ତି?

(A) ବରବେଶ
(B) ରାଜବେଶ
(C) ସୁବେଶ
(D) ଯୋଦ୍ଧବେଶ

Answer: (D) ଯୋଦ୍ଧବେଶ