BSE Odisha Class 9 Odia Chapter 1 Bande Utkala Janani Question Answer – Odia Medium

Bande Utkala Janani Class 9 Question Answer | bande utkala janani question answer 9th class

୧. ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି । ଠିକ୍
ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି । ଠିକ୍
ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ । ଠିକ୍
ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା । ଭୂଲ୍
ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ । ଠିକ୍
ଚ) ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ । ଭୂଲ୍
ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ । ଠିକ୍

୨. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୃତବର, ଉଟଜ, ତାଳତମାଳ, ମୁଖରିତ, ତୀର୍ଥଚୟ)
କ) କଳକଳ ମୁଖରିତ ଚାରୁ ବିହଙ୍ଗେ ।
ଖ) ତାଳତମାଳ ସୁଶୋଭିତ ତୀରା ।
ଗ) ଯୋଗୀ ଋଷିଗଣ ଉଟଜ ପବିତ୍ରା ।
ଘ) ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶ ।
ଙ) ବିଶ୍ଵଭୂମଣ୍ଡଳ କୃତବର ସ୍ନେହା ।
୩. ନିମ୍ନଲିଖିତ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।​
ପୟୋଧି, ଜନନୀ, ନୀଳ, ଯୋଗୀ, ପୁଣ୍ୟ, ଶୋଣିତ, ମନ୍ଦିର
ଉତ୍ତର :

ପୟୋଧି – ପୟୋଧି ଜଳରେ ଭଗବାନ ମୀନ ଅବତରରେ ଜନ୍ମଗ୍ରହଣ କରିଥିଲେ ।

ଜନନୀ – ଜନନୀର ଆଶୀର୍ବାଦ ସନ୍ତାନକୁ ଉଚ୍ଚତମ ସୋପାନରେ ପହଞ୍ଚାଇ ଦେଇଥାଏ । ଜନନୀ ଓ ଜନ୍ମଭୂମିର ଟେକ ରଖିବା ଆମର କର୍ତ୍ତବ୍ୟ ।

ନୀଳ – ସମୁଦ୍ରର ନୀଳ ଜଳରାଶିରେ ଦର୍ଶକ ପ୍ରାଣରେ ପୁଲକ ସଞ୍ଚାର କରେ ।
ଯୋଗୀ – ଭାରତ ବର୍ଷକୁ ଯୋଗୀ ଋଷିମାନନଙ୍କର ଦେଶ ଭାବରେ ଅଭିହିତ କରାଯାଇଥାଏ ।
ପୁଣ୍ୟ – କୋଟି ଜନ୍ମର ପୁଣ୍ୟ ଯୋଗୁଁ ଆମେ ଭାରତବର୍ଷରେ ଜନ୍ମଗ୍ରହଣ କରିଛୁ ।
ଶୋଣିତ – ଉତ୍କଳର ବୀରପୁରୁଷମାନେ ଶତ୍ରୁବକ୍ଷର ଶୋଣିତ୍ରରେ ଉତ୍କଳମାଟିକୁ ରଞ୍ଜିତ କରିଥିଲେ ।
ମନ୍ଦିର – ଦେବଦେବୀଙ୍କ ପୂଜନ ପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି ।

୪. ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।

ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
ଉତ୍ତର :

ଶବ୍ଦ – ବିପରୀତ ଶବ୍ଦ
ପବିତ୍ର – ଅପବିତ୍ର
ସୁଶୋଭିତ – ଅଶୋଭିତ
ସୁନ୍ଦର – କୁସିତ
ସ୍ନେହ – ଘୃଣା

ସୁନନ୍ଦନ – କୁନନ୍ଦନ

ପୁଣ୍ୟ – ପାପ

୫. ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କର ।
ଭିଶୋସୁତ, ମାତାଳତଳ, ମଣ୍ଡଭୂଶ୍ୱଳବି, ଅଭିକୀର୍ଯ୍ୟାନି, ରଶୂରବ
ଅସଜଡ଼ା – ଅର୍ଥପୂର୍ଣ୍ଣ ଶବ୍ଦ
ଭିଶୋସୁତ – ସୁଶୋଭିତ
ମାତାଳତଳ – ତାଳତମାଳ
ମଣ୍ଡଭୂଶ୍ୱଳବି – ବିଶ୍ୱଭୂମଣ୍ଡଳ
ଆର୍ତ୍ତିକୀନ୍ଦ୍ୟାନି – କୀର୍ତ୍ତି ଅନିନ୍ଦ୍ୟା

ରଶୂରବ – ଶୂରବର

୬. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି । ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ ।​
କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର, ହସିହସିକା, ଠୋଠୋ ହସ, ମୁରୁକି ହସ
ଖ) ତଟିନୀ – ସମୁଦ୍ର, ବିଲ, ନଦୀ, ତୋଟା
ଗ) ଭୂଧର – ପୃଥିବୀ , ପର୍ବତ, ଭୂମିକମ୍ପ, ଭୂଗୋଳ
ଘ) ଊଟଜ – ଓଟ, ପତ୍ରକୁଡ଼ିଆ, ବଗିଚା, ମୁନିଋଷି
ଙ) ଅରି – ଅରମା, ଅରଣା, ଶତ୍ରୁ, ରୋଷ
ଚ) ବିହଙ୍ଗ – ଉଡ଼ାଜାହାଜ, ଆକାଶ, ପକ୍ଷୀ, ବିଲୁଆ
ଉତ୍ତର

କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର
ଖ) ତଟିନୀ – ନଦୀ
ଗ) ଭୂଧର – ପର୍ବତ
ଘ) ଊଟଜ – ପତ୍ରକୁଡ଼ିଆ
ଙ) ଅରି – ଶତ୍ରୁ
ଚ) ବିହଙ୍ଗ – ପକ୍ଷୀ

୭. ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଶୂରବର, ପୟୋଧ, ଅନିଦ୍ୟା, ଭୂଧର, ଶୋଣିତ- ଚର୍ଚ୍ଚିତ
ଉତ୍ତର :
ଶୂରବର – ଶୂରମାନଙ୍କ ମଧ୍ୟରେ ବର – ୭ ମୀ
ପୟୋଧ – ପୟୋକୁ ଧାରଣ କରିଛି ଯେ – ଉପପଦ୍ ତତ୍‌ପୁରୁଷ
ଅନିନ୍ଦ୍ୟା – ନ ନିନ୍ଦ୍ୟା/ ନୁହେଁ ନିନ୍ଦ୍ୟା – ନଞ୍ ତତ୍‌ପୁରୁଷ
ଭୂଧର – “ଭୂ” କୁ ଧାରଣ କରେ ଯେ – ଉପପଦ ତତ୍‌ପୁରୁଷ
ଶୋଣିତ-ଚର୍ଚ୍ଚିତ – ଶୋଣିତଦ୍ୱାରା ଚର୍ଚ୍ଚିତ- ତୃତୀୟା ତତ୍‌ପୁରୁଷ

୮. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ ।
କ) ଜନନୀ, ମାଆ, ଭଗିନୀ, ବୋଉ, ମାତା

ଉ : ଭଗିନୀ
ଖ) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ

ଉ : ଘନ
ଗ) ଯୋଗୀ, ଋଷି, ତପସ୍ୱୀ, ଦୟାଳୁ, ମୁନି

ଉ : ଦୟାଳୁ
ଘ) ପବନ, ବାୟୁ, ମରୁତ, ଶୀକର, ଅନିଳ

ଉ : ଶୀକର
ଙ) ଭୂଧର, ପାହାଡ଼, ବାରିଧି ପର୍ବତ, ଅଚଳ
ଉ : ବାରିଧି
୯. ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ପୂତ – ପୁତ, ଶାଳି – ଶାଳୀ, ଧନ୍ୟ – ଧନ, ସଜ -ସାଜ, ଚାରୁ – ଚରୁ ।
ଉତ୍ତର :
ପୂତ – ପବିତ୍ର
ପୁତ – ପୁତ୍ର
ଶାଳି – ଧାନ୍ୟ ବିଶେଷ

ଶାଳୀ – ସ୍ତ୍ରୀର ସାନଭଉଣୀ ।
ଧନ୍ୟ – ପ୍ରଶଂସାର ଯୋଗ୍ୟ
ଧନ – ସମ୍ପତ୍ତି
ସଜ – କାରିଗରଙ୍କ ଯନ୍ତ୍ରପାତି ତଟକା
ସାଜ – ବେଶ, ଅଳଙ୍କାର

ଚାରୁ – ସୁନ୍ଦର , ମନୋରମ
ଚରୁ – ଯଜ୍ଞରୁ ପ୍ରସ୍ତୁତ ପ୍ରସାଦ

୧୦. ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧି , ଶୁଭ୍ର, ଋଷି, ବିହଙ୍ଗ, ତରଙ୍ଗ
ଉତ୍ତର :
ପୟୋଧି – ସାଗର, ସମୁଦ୍ର , ପାରାବାର

ଶୁଭ୍ର – ସ୍ଵଚ୍ଛ , ନିର୍ମଳ
ଋଷି – ମୁନି, ତପସ୍ଵୀ
ବିହଙ୍ଗ – ପକ୍ଷୀ, ଖଗ, ଚଢେଇ
ତରଙ୍ଗ – ଢେଉ , ଊର୍ମି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :
୧୧. ଚିର ହାସମୟୀ ଚିର ଭାଷମୟୀ କାହାକୁ କୁହାଯାଇଛି ?​
ଉ : ଚିର ହାସମୟୀ ଚିର ଭାଷମୟୀ ଓଡ଼ିଶାକୁ କୁହାଯାଇଛି ।

୧୨. ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଇଛି ?​
ଉ : ଉତ୍କଳ ଜନନୀଙ୍କ ଶରୀରକୁ ସାଗରର ପବିତ୍ର ନୀଳ ଜଳରାଶି ଧୋଇ ଦେଉଛି ।

୧୩. ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍‌ଫୁଲ୍ଲିତ ହେଉଛନ୍ତି ?
ଉ : ଉତ୍କଳ ଜନନୀ ସ୍ଵଚ୍ଛ ଜଳଧାରଣ କରିଥିବା ନଦୀ କୂଳରେ ଶୀତଳ ପବନରେ ଉତ୍‌ଫୁଲିତ ହେଉଛନ୍ତି ।

୧୪. ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ କେଉଁଥ‌ିରେ ସୁଶୋଭିତ ?
ଉ : ତାଳତମାଳ ପରି ସୁନ୍ଦର ବୃକ୍ଷରାଜିରେ ଉତ୍କଳ ଜନନୀଙ୍କ ସମୁଦ୍ରତଟ ଦେଶ ସୁଶୋଭିତ ।

୧୫. ନୀଳ ପର୍ବତଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ?
ଉ : ନୀଳ ପର୍ବତଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ।

୧୬. ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥିରେ ଶୋଭିତ ?
ଉ : ଉତ୍କଳ ଜନନୀଙ୍କ ଅଙ୍ଗ ନୀଳ ପର୍ବତମାଳାରେ ଶୋଭିତ ।

୧୭. ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ଵଳ ?
ଉ : ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନ ଆଲୋକରେ ଉଜ୍ଜ୍ଵଳ ।

୧୮. କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ?
ଉ : ବହୁ ଯୋଗୀ ଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।

୧୯. ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି ?
ଉ : ଉତ୍କଳ ମାତାଙ୍କ ଶରୀର ଶତ୍ରୁର ରକ୍ତରେ ଚର୍ଚ୍ଚିତ ହୋଇଛି ।

୨୦. ଉତ୍କଳ ପ୍ରଦେଶ କେଉଁଥ‌ିରେ ପୂର୍ଣ୍ଣ ହୋଇଛି ?
ଉ : ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥସ୍ଥାନରେ ପୂର୍ଣ୍ଣ ହୋଇଛି ।

୨୧. ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା ?
ଉ : ମହାନ କବି ଓ ବର ପୁତ୍ରମାନଙ୍କ ପାଇଁ ଉତ୍କଳ ଜନନୀ ବନ୍ଦନୀୟା ।

୨୨. ଉତ୍କଳର କ୍ଷେତ କେଉଁଥିରେ ସୁଶୋଭିତ ?
ଉ : ଉତ୍କଳର କ୍ଷେତ ସ୍ଵର୍ଣ୍ଣଧାନରେ ସୁଶୋଭିତ ।

୨୩. ଉତ୍କଳ ଭୂମିରେ କେଉଁମାନଙ୍କ ଗୃହ ଶୋଭାପାଉଛି ?
ଉ : ଉତ୍କଳ ଭୂମିରେ ବହୁ ବୀର ଓ ଯୋଦ୍ଧାଙ୍କ ଗୃହ ଶୋଭାପାଉଛି ।

୨୪. କେଉଁମାନେ ସାରା ବିଶ୍ୱରେ ସ୍ନେହଭାଜନ ହୋଇଛନ୍ତି ?
ଉ : ଗୁଣୀ, ଜ୍ଞାନୀ ଓ ବିଦ୍ୱାନ୍‌ମାନେ ସାରା ବିଶ୍ଵରେ ସ୍ନେହଭାଜନ ହୋଇଛନ୍ତି ।

୨୫. କାହାର ଅନିନ୍ଦ୍ୟା କୀର୍ତ୍ତି ଭୁବନ ବିଦିତ ?
ଉ : ଉତ୍କଳ ମାଟିର କବି ଓ ସୁପୁତ୍ରମାନଙ୍କ ଅନିନ୍ଦ୍ୟା କୀର୍ତ୍ତି ଭୁବନ ବିଦିତ ।

୨୬. କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ?
ଉ : ପକ୍ଷୀମାନଙ୍କର କଳରବରେ ଉତ୍କଳଭୂମିର ପରିବେଶ ମୁଖରିତ ହେଉଛି ।

୨୭. ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
ଉ : ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି ।