BSE Odisha Class 9 Odia Chapter 6 Paika Badhura Udbodhan Question Answer – Odia Medium

Paika Badhura Udbodhan Class 9 Question Answer | Odisha Board Class 9 Odia Chapter 6 Paika Badhura Udbodhan Question Answer

୧. ପଠିତ କବିତାରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

କ) ବୁଲନ୍ତି ଶ୍ଵାପଦ କୁଳ ହୋଇ ଯୋଡ଼ା ଯୋଡ଼ା

ଖ) କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି ।

ଗ) ମାରିବାକୁ ହବ ଲକ୍ଷ ସଇନି ଫୋପାଡି ଲକ୍ଷ ତୀର ।

ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।

ଙ) ଆଗେ ବାଜୁଥିବ ସଂଗ୍ରାମ ବାଜା ପଛେ ଆସୁଥିବ ତମେ ।

୨. ନିମ୍ନଲିଖିତ ଉକ୍ତିଗୁଡିକ ମଧ୍ୟରୁ ଯେଉଁ ଗୁଡିକ ଠିକ ସେଗୁଡିକୁ ଲେଖ : –

କ) ପାଇକ ବାଦ୍ୟ ରଣ –ଶିଙ୍ଗା ବର୍ତ୍ତମାନ ଓଡ଼ିଶାର ସବୁଠାରେ ଅଛି ।

ଖ) ପାଇକ ବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।

ଗ) ସ୍ଵାମୀଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେଇ ପାଇକବଧୂ ଘରେ ବହୁତ କାନ୍ଦୁଥିଲା ।

ଘ) ଜୀବନକୁ ଉପଭୋଗରେ ବିତାଇ ଦେବାକୁ ମଣିଷ ଜନ୍ମ ହୋଇଛି ।

ଉତ୍ତର :

ଖ) ଓଡ଼ିଶାର ଐତିହ୍ୟ ସମ୍ପନ୍ନ ସ୍ଥାନ ଗୁଡିକରୁ ଅନେକ ଅବହେଳିତ ଭାବରେ ପଡିଛି ।

ଗ) ପାଇକ ବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧ କ୍ଷେତ୍ରକୁ ପଠାଉଥିଲା ।

୩. ନିମ୍ନଲିଖିତ ସମାଚ୍ଚାରିତ ଶବ୍ଦର ଅର୍ଥ ଲେଖ :-

ଉତ୍ତର :

କୁଳ – ବଂଶ – ଭଗବାନ ଶ୍ରୀରାମଚନ୍ଦ୍ର ରଘୁକୁଳର ସୁଯୋଗ୍ୟ ଉତ୍ତରାଧିକାରୀ ଥିଲେ ।

କୁଳ – ନଦୀତଟ – ମହାନଦୀ କୂଳରେ ଶ୍ରୀ ଶ୍ରୀ ଧବଳେଶ୍ଵରଙ୍କ ମନ୍ଦିର ଅବସ୍ଥିତ ।

ଲକ୍ଷ – ସଂଖ୍ୟା – ଦରିଦ୍ର ବାଳକଟି ତା’ର ଅଧ୍ୟବସାୟ ବଳରେ ଲକ୍ଷପତି ହୋଇଗଲା ।

ଲକ୍ଷ୍ୟ – ଦୃଷ୍ଟି / ଏକାଗ୍ରତା – ଅର୍ଜ୍ଜୁନ ମାଛର ଲକ୍ଷ୍ୟ ଭେଦ କରି ମାଛର ଆଖିରେ ତୀର ଭେଦ କରି ପାଞ୍ଚାଳୀଙ୍କୁ ପ୍ରାପ୍ତ ହୋଇଥିଲେ ।

ଶର – ତୀର – ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶରାଘାତରେ ରାବଣ ନିହତ ହେଲା ।

ସର – ପୁଷ୍କରିଣୀ – ସର ଜଳରେ ପଦ୍ମ ଫୁଟିଛି ।

ଅନଳ – ଅଗ୍ନି – ଅନଳ ଧାରରେ ଦେହ ହାତ ପୋଡି ଉଠେ ।

ଅନିଳ – ବାୟୁ – ସମୁଦ୍ର କୂଳରେ ଶାନ୍ତ ଅନିଳ ଦେହକୁ ଆରାମ ଲାଗେ ।

୪. ନିମ୍ନଲିଖିତ ଶବ୍ଦ ଗୁଡିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

ବନ,ଘୋଡା,ସମୀରଣ,ଲକ୍ଷ୍ମୀ,ଶୈଳ

ଉତ୍ତର :- ଶବ୍ଦ ପ୍ରତିଶବ୍ଦ

ବନ ଜଙ୍ଗଲ , ଅରଣ୍ୟ

ଲକ୍ଷ୍ମୀ ପଦ୍ମାଳୟା ,କମଳା

ଘୋଡା ଅଶ୍ଵ , ଘୋଟକ

ଶୈଳ ପର୍ବତ ,ଭୂଧନ

ସମୀରଣ ପବନ , ବାତ

୫. ନିମ୍ନଲିଖିତ ଶବ୍ଦ ଗୁଡିକର ଲିଙ୍ଗ ପରିବର୍ତ୍ତନ କର :-

ତରୁଣୀ ,ବୀର ,ଘୋଡା ,ପ୍ରିୟତମ , ବଧୂ

ଉତ୍ତର : ତରୁଣୀ – ତରୁଣ ,ବୀର – ବୀରାଙ୍ଗନା , ଘୋଡା – ଘୋଡୀ ,ପ୍ରିୟତମ – ପ୍ରିୟତମା , ବଧୂ – ବାର

୬. ନିମ୍ନଲିଖିତ ଶବ୍ଦ ଗୁଡିକର ଗଦ୍ୟରୂପ ଲେଖ :-

ଶବ୍ଦ ଗଦ୍ୟରୂପ

ଶମଶାନ ଶ୍ମଶାନ

ଗଦ୍ୟରୂପ ଗୌରବ

ଶଇଳ ଶୈଳ

ଯତନ ଯତ୍ନ

ସଇନ ସୈନ୍ୟ

୭. ନିମ୍ନରେ ଲେଖାଯାଇଥିବା ପ୍ରତ୍ୟେକ ଧାଡ଼ିରୁ ଭିନ୍ନ ଶବ୍ଦଟିକୁ ବାଛ ।

କ) ଅତୀତ, ପୂର୍ବତନ, ଅତୀବା, ପ୍ରାଚୀନ ,ପୁରାତନ

ଖ) ଖଣ୍ଡା ,ବନ୍ଧୁକ , ତୋପ ,ଢାଲ , ଛୁରୀ

ଗ) ସମୀରଣ , କାକର ,ପବନ , ମଳୟ , ବାଆ

ଘ) ଘୋଡା , ବଳଦ , ଗଧ ,କୁକୁର , ବିଲୁଆ

ଙ) ବାଳକ , ବାଳିକା , ତରୁଣ , ବୃଦ୍ଧ , ପ୍ରୌଢ

ଉତ୍ତର : କ) ଅତୀବ ଖ) ଢାଲ ଗ) କାକର ଘ) ବିଲୁଆ ଙ) ବାଳିକା

୮. ନିମ୍ନରେ ଦିଆଯାଇଥିବା ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ମିଳାଅ ।

ଉତ୍ତର : – “କ” ସ୍ତମ୍ଭ “ଖ”ସ୍ତମ୍ଭ

ଶ୍ଵାପଦ କୂଳ

ସଂଗ୍ରାମ ବାଜା

ଦୀପ୍ତ ଧନୁଶର

ସମର ସଙ୍ଗୀତ

୯. ନିମ୍ନରେ “ସୋହାଗେ” ର ଚାରିଗୋଟି ଅର୍ଥ ଦିଆଯାଇଛି । ଠିକ୍ ଅର୍ଥଟିକୁ ବାଛ ।

କ) ଅତି ଘୃଣାରେ

ଖ) ଅତି ସ୍ନେହରେ

ଗ) ଅତି ଇର୍ଷାରେ

ଘ)ଅତି ଯତ୍ନରେ

୧୦. ନିମ୍ନଲିଖିତ ଶବ୍ଦଗୁଡିକୁ ବ୍ୟବହାର କରି ବାକ୍ୟ ଗଢ ?

ସମର – ଅତୀତର ଓଡ଼ିଶାର ଖଣ୍ଡାୟତ କୂଳର ବୀରଙ୍ଗନା ସମର ସଙ୍ଗୀତ ଗାନକରି ସେମାନଙ୍କର ଅସୀମ ଶୌର୍ଯ୍ୟର ପ୍ରତିପାଦନ ବିଜୟ ଲକ୍ଷ୍ମୀ ପ୍ରାପ୍ତ ହେଉଥିଲେ ।

ସଂଗ୍ରାମ – ଖଣ୍ଡାୟତ ବୀରମାନେ ସଂଗ୍ରାମ କ୍ଷେତ୍ରରେ ସେମାନଙ୍କର ଅସୀମ ଶୌର୍ଯ୍ୟର ପ୍ରତିପାଦନ କରି ବିଜୟଲକ୍ଷ୍ମୀ ପ୍ରାପ୍ତ ହେଉଥିଲେ।

ପ୍ରାଙ୍ଗଣ – ପ୍ରତ୍ୟେକ ହିନ୍ଦୁର ଗୃହ ପ୍ରାଙ୍ଗଣ ରେ ତୁଳସୀ ବୃକ୍ଷର ସ୍ଥାପନା କରାଯାଏ ।

ବିଜୟ – ବୀରମାନେ ଶତ୍ରୁକୁ ପରାଜୟ କରି ବିଜୟ କେତନ ଉଡ଼ାଇ ଦେଶର ଗୌରବକୁ ଅକ୍ଷୁଣ୍ଣ ରଖୁଥିଲେ ।

ଗୌରବ – ଉତ୍କଳମଣି ଗୋପବନ୍ଧୁଙ୍କର ପୁଣ୍ୟ ଚରିତ ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :

୧୧. ଶ୍ମଶାନପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?

ଉତ୍ତର : ଅତୀତ ଉତ୍କଳରେ ବନ, ଦୁର୍ଗ ଓ ପ୍ରାନ୍ତରକୁ ଖଣ୍ଡାୟତ ବୀରମାନେ ପାଇକବାଦ୍ୟ ରଣ-ଶିଙ୍ଗା ବଜାଇ ପ୍ରକମ୍ପିତ କରୁଥିଲେ;

ମାତ୍ର ବର୍ତ୍ତମାନ ତାହା ଶ୍ମଶାନତୁଲ୍ୟ ଶ୍ରୀହୀନ ହୋଇ ପଡ଼ିଛି ବୋଲି କବି ଉଲ୍ଲେଖ କରିଛନ୍ତି ।

୧୨. ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?

ଉତ୍ତର : ପ୍ରାଚୀନ ଉତ୍କଳର ପାଇକକୁଳର ଖଣ୍ଡାୟତ ବୀରମାନେ ଯୋଦ୍ଧାବେଶ ଧାରଣ କରି ଯୁଦ୍ଧଭୂମିରେ ଶତ୍ରୁର ମୁକାବିଲା କରୁଥିଲେ ।

୧୩. ସମୀରଣ କିପରି ବହିଯାଏ ?

ଉତ୍ତର : ଅତୀତ ଉତ୍କଳର ବୀରତ୍ଵ ଗାଥାକୁ ନିରବରେ ଗୁଞ୍ଜରଣ ସୃଷ୍ଟି କରି କରି ସମୀରଣ ପ୍ରବାହିତ ହୁଏ ।

୧୪. ଶ୍ଵାପଦକୁଳ କେଉଁଠାରେ ବୁଲୁଛନ୍ତି ?

ଉତ୍ତର : ଅତୀତରେ ଯେଉଁ ବନପ୍ରାନ୍ତର ବୀରମାନଙ୍କର ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଥୁଲା ଏବେ ସେହି ଗିରିବନ ପ୍ରାନ୍ତରରେ ଶ୍ଵାପଦକୁଳ ବିଚରଣ କରୁଛନ୍ତି ।

୧୫. ବିରମାଟିକୁ ଦେଖିଲେ ମନରେ କି ଭାବନା ସୃଷ୍ଟି ହୁଏ ?

ଉତ୍ତର : ଅତୀତର ଲକ୍ଷ ଲକ୍ଷ ବୀରଙ୍କର ଜୀବନଗାଥାକୁ ବୁକୁତଳେ ଧାରଣକରିଥିବା ବୀରମାଟିକୁ ଦେଖ‌ିଲେ ଏକ ଅପୂର୍ବ ପ୍ରେରଣାରେ ରକ୍ତ ତାତିଉଠେ ବୋଲି କବି ଅଭିମତ ଦେଇଛନ୍ତି ।

୧୬. ବୀର ମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?

ଉତ୍ତର : ବୀର ମାଟି ବୁକୁତଳେ ବୀରମାନଙ୍କର ଜୀବନଗାଥାକୁ ସାଇତିରଖି ପଡ଼ିରହିଛି ।

୧୭. ଖଣ୍ଡାୟତ ବଧୂ ନିଜର ସ୍ଵାମୀକୁ ବୀର ବେଶରେ କିଭଳି ସଜ୍ଜିତ କରୁଥିଲା ?

ଉତ୍ତର : ଭାଲପଟରେ ବିଜୟର ସିନ୍ଦୂର, ପୁଷ୍ପଭାଗରେ ଶରମୁଣା ଓ ଉଭୟ କରଯୁଗଳରେ ତରବାରି ଓ ଧନୁଶର ଦେଇ ଖଣ୍ଡାୟତ ବଧୂ ନିଜର ସ୍ଵାମୀଙ୍କୁ ବୀରବେଶରେ ସଜ୍ଜିତ କରୁଥିଲା ।

୧୮. ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥୁଲା ?

ଉତ୍ତର : ଯୁଦ୍ଧକ୍ଷେତ୍ରକୁ ସ୍ଵାମୀକୁ ପଠାଇ ଖଣ୍ଡାୟତ ବଧୂ ଗୃହ ପ୍ରାଙ୍ଗଣରେ ସମର ସଙ୍ଗୀତ ଗାନକରୁଥିଲା ।

୧୯. ବୀରବାଳା ତା’ ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?

ଉତ୍ତର : ବୀରବାଳା ଜନ୍ମଭୂମିର କଲ୍ୟାଣପାଇଁ ପ୍ରାଣମୂର୍ଚ୍ଛା ସଂଗ୍ରାମ କରିବାକୁ ପ୍ରେରଣାଦେଇ ସ୍ଵାମୀକୁ ଯୁଦ୍ଧଭୂମିକୁ ପଠାଉଥିଲା ।

୨୦. ବୀରବାଳା କେଉଁ ଗୀତ ଗାଉଥିଲେ ?

ଉତ୍ତର : ବୀରବାଳା ଗୃହାଙ୍ଗନରେ ସମର ସଙ୍ଗୀତ ଗାଉଥିଲେ ।

୨୧. “ଯିବା ପାଇଁ ହବ ବୀର” – “ବୀର” ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?

ଉତ୍ତର : ଏହି ସମ୍ବୋଧନ ପାଇକ କୁଳ ଲକ୍ଷ୍ମୀ, ବୀରପତ୍ନୀ, ବୀରାଙ୍ଗନା ତାଙ୍କ ବୀର ସ୍ଵାମୀଙ୍କ ପ୍ରତି କରିଛନ୍ତି ।

୨୨. କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?

ଉତ୍ତର : ବିଳାସ କକ୍ଷଛାଡ଼ି ବୀରଭୂମିରେ ତୀରସନ୍ଧାନ କରି ଲକ୍ଷ ଲକ୍ଷ ସୈନ୍ୟକୁ ପରାଜିତ କରି ଜନ୍ମଭୂମିର ମଙ୍ଗଳ ସାଧନପାଇଁ

ବୀରବାଳା ତାଙ୍କର ବୀର ସ୍ଵାମୀଙ୍କୁ ପ୍ରେରଣା ଦେଇଛନ୍ତି ।

୨୩. କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?

ଉତ୍ତର : ଶତ ଶତ ଶତ୍ରୁସେନାଙ୍କୁ ପରାଜିତ କରି ସାଥୀରେ ବିଜୟଲକ୍ଷ୍ମୀଙ୍କୁ ପ୍ରାପ୍ତହୋଇ ପ୍ରତ୍ୟାବର୍ତ୍ତନ କଲେ ପାଇକବଧୂ ପ୍ରିୟତମଙ୍କୁ

ଆଦର କରି ବରଣ କରିନେବେ ବୋଲି କହିଛନ୍ତି ।

୨୪. ଯୁଦ୍ଧଜୟୀମାନେ କିପରି ଫେରନ୍ତି ?

ଉତ୍ତର : ବିଜୟ କେତନକୁ ସ୍ଵହସ୍ତରେ ଧାରଣ କରି ଆଗରେ ସଂଗ୍ରାମ ବାଦ୍ୟର ଉତ୍ସାହପ୍ରଦ ଧ୍ଵନି ମଧ୍ୟରେ ଯୁଦ୍ଧଜୟୀମାନେ

ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

୨୫. ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?

ଉତ୍ତର : ତରୁଣୀ ଓ ଜନ୍ମଭୂମି ମଧ୍ୟରୁ ଜନ୍ମଭୂମି ବୀର ପାଇଁ ପ୍ରିୟପଦ ହେବା ଉଚିତ ।

୨୬. ବିଜୟୀ ସ୍ଵାମୀକୁ ଦେଖିଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?

ଉତ୍ତର : ବିଜୟୀ ସ୍ଵାମୀକୁ ଦେଖି ପାଇକବଧୂ ହୃଦୟରେ ଗୌରବ ଓ ସୋହାଗ ଉଭୟର ଅନୁଭବ ପ୍ରାପ୍ତ ହେବ ।

୨୭. କିଏ କାହାର ପଦବନ୍ଦନା କରିବ ?

ଉତ୍ତର : ବୀରାଙ୍ଗନା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ଵାମୀର ପଦବନ୍ଦନା କରିବ ।

Paika Badhura Udbodhan Question Answer Class 9 Odia medium PDF

Paika Badhura Udbodhan question answer class 9 (MIL odia) BSE Odisha 9th Class Odia Paika Badhura Udbodhan Question Answer available here. class 9 mil chapter 6 Odia medium All question and answer Available. Paika Badhura Udbodhan question answer 9th class MIL odia medium students. class 9 odia Paika Badhura Udbodhan question answer all bit by bit All question and answer in pdf .

Chapter  Paika Badhura Udbodhan
Class  class 9
Topic  Question Answers / Solution
Subject  MIL ODIA (Sahitya)
Board BSE Odisha Board