CHSE Odisha 11th Class Sociology Unit 4 Objective Questions in Odia Medium
(କ) ସାମାଜିକ ପ୍ରକ୍ରିୟା (SOCIAL PROCESSES)
ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :
1. ‘‘ସମସ୍ୟାଗୁଡ଼ିକର ସମାଧାନ ଏବଂ ଲକ୍ଷ୍ୟ ପୂରଣ ପାଇଁ କରାଯାଉଥିବା ଉଦ୍ୟମଦ୍ୱାରା ବ୍ୟକ୍ତି ଏବଂ ସମୂହ ମଧ୍ୟରେ ସୃଷ୍ଟି ହେଉଥିବା ପାରସ୍ପରିକ ପ୍ରଭାବକୁ ସାମାଜିକ ଆନ୍ତଃ-କ୍ରିୟା କୁହାଯାଏ ।’’- ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) ଏ.ଡବ୍ଲ୍ୟୁ. ଗ୍ରୀନ୍
(ଖ) ଗ୍ବର୍ଣ୍ଣ
(ଗ) ମାକାଇଭର୍
(ଘ) କୁଲେ
ଉତ୍ତର :
(କ) ଏ.ଡବ୍ଲ୍ୟୁ.ଗ୍ରୀନ୍
2. କେଉଁଟି ସାମାଜିକ ଆନ୍ତଃ-କ୍ରିୟାର ଏକ ସମ୍ବନ୍ଧକାରୀ ପ୍ରକ୍ରିୟା ଅଟେ ?
(କ) ପ୍ରତିଯୋଗିତା
(ଖ) ସଂଘର୍ଷ
(ଗ) ସହଯୋଗିତା
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
ଉତ୍ତର :
(ଗ) ସହଯୋଗିତା
3. କେଉଁଟି ସାମାଜିକ ଆନ୍ତଃ କ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା ଅଟେ ?
(କ) ସହଯୋଗିତା
(ଖ) ଅଭିଯୋଜନ
(ଗ) ଆତ୍ମୀକରଣ
(ଘ) ପ୍ରତିଯୋଗିତା
ଉତ୍ତର :
(ଘ) ପ୍ରତିଯୋଗିତା
4. ନିମ୍ନୋକ୍ତ କାରକଗୁଡ଼ିକ ମଧ୍ୟରୁ କେଉଁଟି ଆତ୍ମୀକରଣକୁ ପ୍ରତିରୋଧ କରିଥା’ନ୍ତି ?
(କ) ସହନଶୀଳତା
(ଖ) ନିଃସଙ୍ଗତା
(ଗ) ମିଳନ
(ଘ) ସାଧାରଣ ଭାଷା ଓ ଧର୍ମ
ଉତ୍ତର :
(ଖ) ନିଃସଙ୍ଗତା
5. କେଉଁଟି ଆତ୍ମୀକରଣର ସହାୟକ ହେଉଥିବା ଏକ କାରକ ଅଟେ ?
(କ) ସହନଶୀଳତା
(ଖ) ନିଃସଙ୍ଗତା
(ଗ) ସାଂସ୍କୃତିକ ପ୍ରଭେଦତା
(ଘ) ଶାରୀରିକ ପ୍ରଭେଦତା
ଉତ୍ତର :
(କ) ସହନଶୀଳତା
6. କେଉଁଟି ଆତ୍ମୀକରଣ ପ୍ରକ୍ରିୟାର ଏକ ଲକ୍ଷଣ ନୁହେଁ ?
(କ) ସଚୈତନିକ ପ୍ରକ୍ରିୟା
(ଖ) ଧୀର ଓ କ୍ରମୋନ୍ନତ ପ୍ରକ୍ରିୟା
(ଗ) ସାର୍ବଜନୀନ ପ୍ରକ୍ରିୟା
(ଘ) ସମୃଷକାରା ପ୍ରକ୍ରିୟା
ଉତ୍ତର :
(କ) ସଚୈତନିକ ପ୍ରକ୍ରିୟା
7. “ଅଭିଯୋଜନ କେଉଁ ପ୍ରକାର ପ୍ରକ୍ରିୟା ଅଟେ ?
(କ) ବିସମ୍ବନ୍ଧକାରୀ
(ଖ) ସମ୍ବନ୍ଧକାରୀ
(ଗ) ପ୍ରତିଯୋଗିତା ମୂଳକ
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
ଉତ୍ତର :
(ଖ) ସମ୍ବନ୍ଧକାରୀ
8. କେଉଁଟି ଅଭିଯୋଜନର ଏକ ଲକ୍ଷଣ ନୁହେଁ ?
(କ) ନିରବଚ୍ଛିନ୍ନ ପ୍ରକ୍ରିୟା
(ଖ) ସାର୍ବଜୀନନ ପ୍ରକ୍ରିୟା
(ଗ) ପ୍ରେମ ଓ ଘୃଣା ମିଶ୍ରିତ ପ୍ରକ୍ରିୟା
(ଘ) ନିଃସଙ୍ଗତା
ଉତ୍ତର :
(ଘ) ନିଃସଙ୍ଗତା
9. କେଉଁଟି ସହଯୋଗିତାର ଏକ ଲକ୍ଷଣ ନୁହେଁ ?
(କ) ସଚୈତନିକ ପ୍ରକ୍ରିୟା
(ଖ) ଅବୈୟକ୍ତିକ ପ୍ରକ୍ରିୟା
(ଗ) ସାର୍ବଜନୀନ ପ୍ରକ୍ରିୟା
(ଘ) ସମ୍ବନ୍ଧକାରୀ ପ୍ରକ୍ରିୟା
ଉତ୍ତର :
(ଖ) ଅବୈୟକ୍ତିକ ପ୍ରକ୍ରିୟା
10. ଏକ ଲକ୍ଷ୍ୟ ପୂରଣ ପାଇଁ ଦୁଇ ବା ତତୋଽଧୂକ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ଉଦ୍ୟମକୁ ପ୍ରତିଯୋଗିତା କୁହାଯାଏ ଏବଂ ଏହା ସୀମିତ ହୋଇଥିବା ଫଳରେ ସମସ୍ତେ ଏଥିରେ ଭାଗୀଦାର ହୋଇପାରନ୍ତି ନାହିଁ ।’’- ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) ଇ.ଏସ୍. ବୋଗାର୍ଡ଼ସ୍
(ଖ) ବିସାଞ୍ଜ ଏବଂ ବିସାଞ୍ଜ
(ଗ) ଏ.ଡବ୍ଲ୍ୟୁ.ଗ୍ରୀନ୍
(ଘ) ଓଗ୍ବର୍ଣ୍ଣ ଏବଂ ନିମ୍ଫ୍
ଉତ୍ତର :
(ଖ) ବିସାଞ୍ଜ ଏବଂ ବିସାଞ୍ଜ
B. ଏକ ପଦରେ ଉତ୍ତର ଦିଅ :
1. ଯେଉଁ ପ୍ରକ୍ରିୟାରେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହ ସେମାନଙ୍କ ଉଦ୍ୟମକୁ ଏକତ୍ର କରି କେତେକ ସାଧାରଣ ଲକ୍ଷ୍ୟ ପୂରଣ ନିମନ୍ତେ ଉଦ୍ୟମ କରିଥା’ନ୍ତି, ସେହି ପ୍ରକ୍ରିୟାକୁ କ’ଣ କୁହାଯାଏ ?
ଉତ୍ତର :
ସହଯୋଗିତା
2. ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ପରସ୍ପରକୁ ସହଯୋଗ କରିଥା’ନ୍ତି ଏବଂ ଏକତ୍ର ମିଳିମିଶି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି, ସେତେବେଳେ ତାହାକୁ କ’ଣ କୁହାଯାଏ ?
ଉତ୍ତର :
ପ୍ରତ୍ୟକ୍ଷ ସହଯୋଗିତା
3. ‘ଯେଉଁ ପ୍ରକ୍ରିୟା ଦ୍ୱାରା ମନୁଷ୍ୟ ତା’ର ପରିବେଶ ସହିତ ସମନ୍ଵୟ ରକ୍ଷା କରିଥାଏ, ତାହାକୁ ଅଭିଯୋଜନ କୁହାଯାଏ ।’’ ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
ଉତ୍ତର :
ମାକାଇଭର୍ ଏବଂ ପେଜ୍
4. ଯେଉଁ ସାମାଜିକ ପ୍ରକ୍ରିୟାଦ୍ୱାରା ବ୍ୟକ୍ତି ବା ସମୂହଗୁଡ଼ିକ ଏକ ନିର୍ଦ୍ଦିଟେ ଲକ୍ଷ୍ୟ ପୂରଣରେ ଅଂଶୀଦାର ହୋଇଥାଆନ୍ତି, ତାହାକୁ କ’ଣ କୁହାଯାଏ ?
ଉତ୍ତର :
ଆତ୍ମୀକରଣ/ସ୍ଵାଙ୍ଗୀକରଣ
5. ଦୁଇ ବା ତତୋଽଧ୍ଵକ ବ୍ୟକ୍ତି କେତେକ ପାରସ୍ପରିକ ବା ଉଦ୍ଦେଶ୍ୟ ପୂରଣ ନିମିତ୍ତ ପରସ୍ପର ମଧ୍ୟରେ କରୁଥିବା ନିରବଚ୍ଛିନ୍ନ ଉଦ୍ୟମକୁ କ’ଣ କୁହାଯାଏ ?
ଉତ୍ତର :
ପ୍ରତିଯୋଗିତା
6. ସମାଜରେ ଏକ ଉଚ୍ଚ ପ୍ରସ୍ଥିତି, ଯଶ ଓ ଖ୍ୟାତି ପାଇଁ ଲୋକେ ପରସ୍ପର ମଧ୍ୟରେ କରୁଥିବା ପ୍ରତିଯୋଗିତା କ’ଣ ଅଟେ ?
ଉତ୍ତର :
ସାମାଜିକ ପ୍ରତିଯୋଗିତା
7. “ଅନ୍ୟର ଇଚ୍ଛାକୁ ବିରୋଧ କରିବା, ବାଧାଦେବା କିମ୍ବା ଦମନ କରିବାର ସୁବିବେଚିତ ଚେଷ୍ଟାକୁ ସଂଘର୍ଷ କୁହାଯାଏ’’- ଏ ସଂଜ୍ଞାଟିଏ କିଏ ପ୍ରଦାନ କରିଥିଲେ ?
ଉତ୍ତର :
ଏ. ଡବ୍ଲ୍ୟୁ. ଗ୍ରୀନ୍ (A.W. Green)
8. ସେତେବେଳେ କରିନଥା ବ୍ୟକ୍ତି ବା ସମୂହଗୁଡ଼ିକ ସେମାନଙ୍କର ସଂଘର୍ଷ କନିତ ମନାଉାବାକୁ ପ୍ରକାଶ କରିନଥା’ନ୍ତି, ସେତେବେଳେ ତାହା କେଉଁ ନାମରେ ପରିଚିତ ହୋଇଥାଏ ?
ଉତ୍ତର :
ଅପ୍ରକାଶିତ ସଂଘର୍ଷ ଅବ୍ୟକ୍ତ ସଂଘର୍ଷ ।
9. ‘‘ସହଯୋଗିତା ଓ ସଂଘର୍ଷ, ସାମାଜିକ ପ୍ରଭେଦୀକରଣ ଓ ସଂକଳନ, ବିକାଶ, ଗତିରୋଧ ଓ କ୍ଷୟକୁ ମିଶାଇ ବ୍ୟକ୍ତି କିମ୍ବା ସମୂମହଗୁଡ଼ିକ ମଧ୍ୟରେ ସାମାଜିକ ଆନ୍ତଃକ୍ରିୟାର ବିଭିନ୍ନ ରୂପକୁ ସାମାଜିକ ପ୍ରକ୍ରିୟା କୁହାଯାଏ ।’- ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
ଉତ୍ତର :
ମୋରିସ୍ ଜିନ୍ସବର୍ଗ (Morris Ginsberg)
10. ‘ସମସ୍ୟାଗୁଡ଼ିକର ସମାଧାନ ଏବଂ ଲକ୍ଷ୍ୟ ପୂରଣ ପାଇଁ କରାଯାଉଥିବା ଉଦ୍ୟମଦ୍ୱାରା ବ୍ୟକ୍ତି ବା ସମୂହ ମଧ୍ଯରେ ସୃଷ୍ଟି ହେଉଥିବା ପାରସ୍ପରିକ ପ୍ରଭାବକୁ ସାମାଜିକ ଆନ୍ତଃକ୍ରିୟା କୁହାଯାଏ ।’’- ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
ଉତ୍ତର :
ଏ. ଡବ୍ଲ୍ୟୁ. ଗ୍ରୀନ୍ (A.W. Green)
C. ଭ୍ରମ ସଂଶୋଧନ କର :
1. ଯେତେବେଳେ ପାରସ୍ପରିକ କ୍ରିୟା ଗୋଟିଏ ନିର୍ଦ୍ଦିଷ୍ଟ ରୂପ ନେଇ ବହୁ ସମୟ ପର୍ଯ୍ୟନ୍ତ ବାରମ୍ବାର ଘଟିଥାଏ, ତାହାକୁ ସାମାଜିକ ସ୍ତରୀକରଣ କୁହାଯାଏ ।
ଉତ୍ତର :
ଯେତେବେଳେ ପାରସ୍ପରିକ କ୍ରିୟା ଗୋଟିଏ ନିର୍ଦ୍ଦିଷ୍ଟ ରୂପ ନେଇ ବହୁ ସମୟ ପର୍ଯ୍ୟନ୍ତ ବାରମ୍ବାର ଘଟିଥାଏ, ତାହାକୁ ‘ସାମାଜିକ ପ୍ରକ୍ରିୟା’ କୁହାଯାଏ ।
2. ସହଯୋଗିତା (Co-operation) ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘କୋ’ (Co) ଏବଂ ‘ଅପେରାରୀ’ (Operari) ର ସମ୍ମିଶ୍ରଣରେ ଗଠିତ।
ଉତ୍ତର :
ସହଯୋଗିତା (Cooperation) ଶବ୍ଦଟି ଦୁଇଟି ଲାଟିନ୍ ଶବ୍ଦ ‘କୋ’ (Co) ଏବଂ ‘ଅପୋରାରୀ’ (Operari) ର ସମ୍ମିଶ୍ରଣରେ ଗଠିତ ।
3. ଯେଉଁ ପ୍ରକ୍ରିୟା ବ୍ୟକ୍ତି-ବ୍ୟକ୍ତି ବା ସମୂହ-ସମୂହ ମଧ୍ୟରେ ସାମାଜିକ ସଂହତି ରକ୍ଷା କରିଥାଏ ତାହାକୁ ବିସମ୍ବନ୍ଧକାରୀ ପ୍ରକ୍ରିୟା କୁହାଯାଏ ।
ଉତ୍ତର :
ଯେଉଁ ପ୍ରକ୍ରିୟା ବ୍ୟକ୍ତି-ବ୍ୟକ୍ତି ବା ସମୂହ-ସମୂହ ମଧ୍ୟରେ ସାମାଜିକ ସଂହତି ରକ୍ଷା କରିଥାଏ ତାହାକୁ ସମ୍ବନ୍ଧକାରୀ ପ୍ରକ୍ରିୟା କୁହାଯାଏ ।
4. କୌଣସି ଏକ ସ୍ଵତନ୍ତ୍ର ପରିବେଶ ସହିତ ଖାପଖୁଆଇ ଚଳିବାକୁ ଆତ୍ମୀକରଣ କୁହାଯାଏ ।
ଉତ୍ତର :
କୌଣସି ଏକ ସ୍ବତନ୍ତ୍ର ପରିବେଶ ସହିତ ଖାପଖୁଆଇ ଚଳିବାକୁ ଅଭିଯୋଜନ (Accommodation) କୁହାଯାଏ ।
5. ଓର୍ବର୍ଣ୍ଣ ଏବଂ ନିମ୍ନଙ୍କ ମତରେ, ‘ଯେଉଁ ପ୍ରକ୍ରିୟାଦ୍ଵାରା ମନୁଷ୍ୟ ତା’ର ପରିବେଶ ସହିତ ସମନ୍ଵୟ ରକ୍ଷା କରିଥାଏ, ତାହାକୁ ଅଭିଯୋଜନ କୁହଯାଏ ।’’
ଉତ୍ତର :
ମାକାଇଭର୍ ଏବଂ ପେଜ୍ (MacIver & Page) ଙ୍କ ମତରେ, ‘‘ଯେଉଁ ପ୍ରକ୍ରିୟାଦ୍ଵାରା ମନୁଷ୍ୟ ତାର ପରିବେଶ ସହିତ ସମନ୍ଵୟ ରକ୍ଷା କରିଥାଏ, ତାହାକୁ ଅଭିଯୋଜନ କୁହାଯାଏ ।’’
D. ଶୂନ୍ୟସ୍ଥାନ ପୂରଣ କର । :
1. ଅଭିଯୋଜନ ______________ ର ଶେଷ ଫଳାଫଳ ।
ଉତ୍ତର :
ସଂଘର୍ଷ
2. ଯେତେବେଳେ ବ୍ୟକ୍ତିମାନେ କେତେକ ଆଦର୍ଶ ପୂରଣ କରିବାପାଇଁ ସଂଘର୍ଷ କରିଥାଆନ୍ତି, ସେତେବେଳେ ତାହାକୁ ___________ ସଂଘର୍ଷ କୁହାଯାଏ ।
ଉତ୍ତର :
ଅବୈୟକ୍ତିକ ଆଦର୍ଶର ।
3. ଏ.ଡବ୍ଲ୍ୟୁ.ଗ୍ରୀନ୍. (A.W.Green) ଙ୍କ ମତରେ, ‘‘ସମସ୍ୟାଗୁଡ଼ିକର ସମାଧାନ ଏବଂ ଲକ୍ଷ୍ୟ ପୂରଣ ପାଇଁ କରାଯାଉଥିବା ଉଦ୍ୟମଦ୍ୱାରା ବ୍ୟକ୍ତି ଓ ସମୂହ ମଧ୍ୟରେ ସୃଷ୍ଟି ହେଉଥିବା ପାରସ୍ପରିକ ପ୍ରଭାବକୁ __________ କୁହାଯାଏ ।
ଉତ୍ତର :
ସାମାଜିକ ଆନ୍ତଃକ୍ରିୟା
4. ମେରିଲ୍ ଏବଂ ଏଲ୍ଡ୍ରେଜ୍ (Merrill & Eldredge) ଙ୍କ ମତରେ, ‘ସହଯୋଗିତା ହେଉଛି ଏକପ୍ରକାର ସାମାଜିକ ଆନ୍ତଃକ୍ରିୟା ଯେଉଁଥିରେ ଦୁଇ ବା ତତୋଽଧ୍ୱକ ବ୍ୟକ୍ତି ଏକ ___________ ହାସଲ ନିମନ୍ତେ ଏକତ୍ର କାର୍ଯ୍ୟ କୁହାଯାଏ ।
ଉତ୍ତର :
ସାଧାରଶ ଲକ୍ଷ୍ୟ
5. ଓଗ୍ବର୍ଣ୍ଣ ଏବଂ ନିମ୍ଫ୍ (Ogburn & Nimkoff) ଙ୍କ ମତରେ, ___________ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଦୃଷ୍ଟିଭଙ୍ଗୀରେ ପରିଚୟ ଦେଇଥା’ନ୍ତି ।’’
ଉତ୍ତର :
ଆମ୍।କରଶ
6. ___________ ହେଉଛି ସାମାଜିକ ଆନ୍ତଃକ୍ରିୟାର ଏକ ନାଟ୍ୟାତ୍ମକ ପ୍ରକ୍ରିୟା, ଯାହାକି ସମାଜରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଏବଂ ବିଘଟନ ପାଇଁ ମୁଖ୍ୟତଃ ଦାୟୀ ।
ଉତ୍ତର :
ବିସମ୍ବନ୍ଧକାରୀ ପ୍ରକ୍ରିୟା
7. ଓର୍ବର୍ଣ୍ଣ ଓ ନିମ୍ଙ୍କ ମତରେ, ଯୋଗାଣ ଅପେକ୍ଷା ଚାହିଦା ଅଧ୍ବକ ହେଲେ ____________ ଦେଖାଯାଇଥାଏ ।
ଉତ୍ତର :
ପ୍ରତିଯୋଗିତା
8. କ୍ଷମତା ହାସଲ ପାଇଁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ସୃଷ୍ଟି ହେଉଥିବା ପ୍ରତିଯୋଗିତାକୁ ________ କୁହାଯାଏ ।
ଉତ୍ତର :
ରାଜନୀତିକ ପ୍ରତିଯୋଗିତା
9. ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହ ଯେକୌଣସି ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ନିମିତ୍ତ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହିଲେ ତାହାକୁ ____________ କୁହାଯାଏ ।
ଉତ୍ତର :
ସଂଘର୍ଷ /ଦ୍ବନ୍ଦ୍ବ
10. ପାର୍କ ଏବଂ ବର୍ଗେସ୍ (Park & Burgess) ଙ୍କ ମତରେ ___________ ସଦାସର୍ବଦା ସଚୈତନିକ ଅଟେ ।
ଉତ୍ତର :
ସଂଘର୍ଷ
11. ଏକ ସାମୂହିକ ଲକ୍ଷ୍ୟ ପୂରଣ ପାଇଁ ଲୋକମାନେ ବ୍ୟକ୍ତିଗତଭାବେ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କଲେ, ତାହାକୁ ___________ ସହଯୋଗିତା କୁହାଯାଏ ।
ଉତ୍ତର :
ପରୋକ୍ଷ
(ଖ) ସାମାଜିକ ସ୍ତରୀକରଣ (SOCIAL STRATIFICATION)
ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :
1. ‘ପ୍ରକୃତ ଭାରତ ଗ୍ରାମ ସମାଜରେ ହିଁ ପରିଦୃଷ୍ଟ ହୋଇଥାଏ ।’’ ଏହା କିଏ କହିଥିଲେ ?
(କ) ଏ.ଆର୍. ଦେଶାଇ
(ଖ) ଏମ୍.କେ. ଗାନ୍ଧୀ
(ଗ) ମାକ୍ସ ୱେବର
(ଘ) ଡି.ଏନ୍. ମଜୁମ୍ଦାର
ଉତ୍ତର :
(କ) ଏ.ଆର୍. ଦେଶାଇ
2. କାଷ୍ଟ (Caste) ଶବ୍ଦଟି କେଉଁ ଭାଷାରୁ ଆସିଛି ?
(କ) ଲାଟିନ୍
(ଖ) ଗ୍ରୀକ୍
(ଗ) ଜର୍ମାନ
(ଘ) ପର୍ତ୍ତୁଗୀଜ୍
ଉତ୍ତର :
(ଘ) ପର୍ତ୍ତୁଗୀଜ୍
3. ଗୋଟିଏ ଜାତିର ବୟସ୍କ, ମୁରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଗଠିତ ସଙ୍ଗଠନକୁ କ’ଣ କୁହାଯାଏ ?
(କ) ଜାତି ସମୂହ
(ଖ) ବଂଶ
(ଗ) ଜାତି ପଞ୍ଚାୟତ
(ଘ) ଶ୍ରେଣୀ ସମୂହ
ଉତ୍ତର :
(ଗ) ଜାତି ପଞ୍ଚାୟତ
4. ନିମ୍ନଲିଖତ ଲକ୍ଷଣଗୁଡ଼ିକ ମଧ୍ୟରୁ କେଉଁଟି ଜାତିର ଲକ୍ଷଣ ?
(କ) ଧାର୍ମିକ ସମୂହ
(ଖ) ନିର୍ଦ୍ଦିଷ୍ଟ ସଂଖ୍ୟା
(ଗ) ସାଧାରଣ ଖାଦ୍ୟ
(ଘ) କୌଳିକ ବୃତ୍ତି
ଉତ୍ତର :
(ଘ) କୌଳିକ ବୃତ୍ତି
5. କେଉଁ ଧର୍ମରେ ଜାତି ବ୍ୟବସ୍ଥା ଅତ୍ୟନ୍ତ କଠୋର ଅଟେ ?
(କ) ବୌଦ୍ଧ
(ଖ) ହିନ୍ଦୁ
(ଗ) ମୁସଲିମ୍
(ଘ) ଖ୍ରୀଷ୍ଟ
ଉତ୍ତର :
(ଖ) ହିନ୍ଦୁ
6. ନିମ୍ନଲିଖତ ଅନୁଷ୍ଠାନଗୁଡ଼ିକ ମଧ୍ୟରୁ କେଉଁଟି ଭାରତର ଏକ ମୌଳିକ ଓ ପୁରାତନ ସାମାଜିକ ଅନୁଷ୍ଠାନ ଭାବେ ପରିଚିତ ?
(କ) ଜାତି ବ୍ୟବସ୍ଥା
(ଖ) ଶିକ୍ଷା ବ୍ୟବସ୍ଥା
(ଗ) କୃଷି ବ୍ୟବସ୍ଥା
(ଘ) ଶିକୃ ବ୍ୟବସ୍ଥା
ଉତ୍ତର :
(କ) ଜାତି ବ୍ୟବସ୍ଥା
7. ଜାତିର ଉଚ୍ଚ-ନୀଚ କ୍ରମ କେଉଁ ଭାବନା ଉପରେ ପର୍ଯ୍ୟବସିତ ?
(କ) ପବିତ୍ର ଓ ଅପବିତ୍ର
(ଖ) ସାନ ଓ ବଡ଼
(ଗ) ଧନୀ ଗରିବ
(ଘ) ଗୋରା ଓ କଳା
ଉତ୍ତର :
(କ) ପବିତ୍ର ଓ ଅପବିତ୍ର
8. ଜାତି ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଆସିଛି ?
(କ) ଜାନା
(ଖ) ଜାତି
(ଗ) କାଷ୍ଟ
(ଘ) ଜନ
ଉତ୍ତର :
(କ) ଜାନା
9. ନିମ୍ନଲିଖତଗୁଡ଼ିକ ମଧ୍ୟରୁ ଜାତିର ଲକ୍ଷଣ କେଉଁଟି ?
(କ) ଆଧୁନିକ ଶିକ୍ଷା
(ଖ) ଶିଳ୍ପୀକରଣ
(ଗ) ଉଚ୍ଚ-ନୀଚ କ୍ରମ
(ଘ) ସହରାକରଣ
ଉତ୍ତର :
(ଗ) ଉଚ୍ଚ-ନୀଚ କ୍ରମ
10. ନିମ୍ନଲିଖତଗୁଡ଼ିକ ମଧ୍ୟରୁ ଜାତିର ଅପକାରିତା କେଉଁଟି ?
(କ) ଏହା ବୃତ୍ତି ସ୍ଥିର କରେ ।
(ଖ) ଏହା ମାନସିକ ସୁରକ୍ଷା ଦିଏ ।
(ଗ) ଏହା ଆର୍ଥନୀତିକ ପ୍ରଗତିର ବାଧା ସୃଷ୍ଟି କରେ ।
(ଘ) ଉଚ୍ଚ-ନୀଚ କ୍ରମ ସୃଷ୍ଟି କରେ ।
ଉତ୍ତର :
(ଗ) ଏହା ଆର୍ଥନୀତିକ ପ୍ରଗତିର ବାଧା ସୃଷ୍ଟି କରେ ।
11. ତାହାକୁ କ’ଣ କୁହନ୍ତି ?
(କ) ଧର୍ମ
(ଖ) ପରିବାର
(ଗ) ଜାତି
(ଘ) ଗୋଷ୍ଟ।
ଉତ୍ତର :
(ଗ) ଜାତି
12. “‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଯାଏ, ଆମେ ତାକୁ ଜାତି କହିଥାଉ ।”’ ଜାତିର ଏହି ସଂଜ୍ଞା କିଏ ଦେଇଥିଲେ ?
(କ) ରିସ
(ଖ) ସି.ଏଚ୍.କୁଲେ
(ଗ) ଏମ୍.ଏନ୍.ଶ୍ରୀନିବାସ
(ଘ) କେଟ୍ର
ଉତ୍ତର :
(ଖ) ସି.ଏଚ୍.କୁଲେ
13. ଭାରତର ହିନ୍ଦୁ ସମାଜରେ ସାଧାରଣତଃ କେତେ ପ୍ରକାର ଜାତି ବା ବର୍ଷ ଦେଖାଦେଇଥିଲା ?
(କ) ୪
(ଖ) ୩
(ଗ) ୫
(ଘ) ୬
ଉତ୍ତର :
(କ) ୪
14. ସମାଜର କ୍ଷୁଦ୍ର ବିଭାଜନ, ଉଚ୍ଚ-ନୀଚ କ୍ରମ, ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶାରେ ବାଧା, ବୃତ୍ତି ନିର୍ବାଚନରେ ବାଧା, ସଗୋତ୍ର ବିବାହ ଆଦି ଜାତିର ଲକ୍ଷଣଗୁଡ଼ିକ କିଏ ପ୍ରଦାନ କରିଥିଲେ ?
(କ) ସି.ଏଚ୍. କୁଲେ
(ଖ) କେଟ୍ର
(ଗ) ଆଣ୍ଡିବେତେ
(ଘ) ଜି.ଏସ୍.ଘୁରେ
ଉତ୍ତର :
(ଘ) ଜି.ଏସ୍.ଘୁରେ
15. ନିମ୍ନଲିଖୁତ ଗୁଳ୍ମକ ଲକ୍ଷଣ ମଧ୍ୟରୁ କେଉଁଟି ଶ୍ରେଣୀର ଲକ୍ଷଣ ?
(କ) ସଗୋତ୍ର ବିବାହ
(ଖ) କଠୋର ସଂରଚନା
(ଗ) ଅର୍ଜିତ ପ୍ରସ୍ଥିତି
(ଘ) ବଂଶାନୁକ୍ରମିକ ପ୍ରସ୍ଥିତି
ଉତ୍ତର :
(ଗ) ଅର୍ଜିତ ପ୍ରସ୍ଥିତି
16. ନିମ୍ନଲିଖତ କାରଣଗୁଡ଼ିକ ମଧ୍ୟରୁ କେଉଁଟି ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଛି ?
(କ) ଉଚ୍ଚ-ନୀଚ କ୍ରମ
(ଖ) ଶ୍ରମ ବିଭାଜନ
(ଗ) ନାରୀ ପ୍ରସ୍ଥିତି
(ଘ) ଆଧୁନିକ ଶିକ୍ଷା ବ୍ୟବସ୍ଥା
ଉତ୍ତର :
(ଘ) ଆଧୁନିକ ଶିକ୍ଷା ବ୍ୟବସ୍ଥା
17. ‘ଶ୍ରେଣୀ ମୁଖ୍ୟତଃ ଶିଳ୍ପଭିଭିକ ସମାଜରେ ଦେଖାଯାଇଥାଏ ??? କିଏ ଏକଥା କହିଥିଲେ ?
(କ) ଏମ୍.ଏନ୍. ଶ୍ରୀନିବାସ
(ଖ) ଟି.ବି. ବଟମୋର
(ଗ) ସି.ଏଚ୍.କୁଲେ
(ଘ) ମାକାଇଭର
ଉତ୍ତର :
(ଖ) ଟି.ବି. ବଟମୋର
18. “‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’ ଶ୍ରେଣୀର ଏ ସଂଜ୍ଞା କିଏ ଦେଇଥିଲେ ?
(କ) କାର୍ଲ ମାର୍କସ୍
(ଖ) ମାକାଇଭର ଏବଂ ପେଜ୍
(ଗ) ଅଗ୍ବର୍ଣ୍ଣ
(ଘ) ସି.ଏଚ୍.କୁଲେ
ଉତ୍ତର :
(ଖ) ମାକାଇଭର ଏବଂ ପେଜ୍
19. ହିନ୍ଦୁ ବିବାହ ଆଇନ କେବେ ପ୍ରଣୀତ ହୋଇଥିଲା ?
(କ) ୧୯୫୫
(ଖ) ୧୯୪୭
(ଗ) ୧୯୩୫
(ଘ) ୧୯୫୧
ଉତ୍ତର :
(କ) ୧୯୫୫
20. ଭାରତୀୟ ଶୂଦ୍ରଜାତିକୁ ମହାତ୍ମାଗାନ୍ଧୀ କେଉଁ ନାମରେ ଡାକୁଥିଲେ ?
(କ) ଗିରିଜନ
(ଖ) ଅସ୍ଵାସୀ
(ଗ) ଅସ୍ପୃଶ୍ୟ
(ଘ) ହରିଜନ
ଉତ୍ତର :
(ଘ) ହରିଜନ
21. କେଉଁ ଜାତିକୁ ସାଧାରଣତଃ ଅନୁସୂଚିତ ଜାତି କୁହାଯାଏ ?
(କ) ବ୍ରାହ୍ମଣ
(ଖ) ଶୂଦ୍ର
(ଗ) କ୍ଷତ୍ରିୟ
(ଘ) ବୈଶ୍ୟ
ଉତ୍ତର :
(ଖ) ଶୂଦ୍ର
22. ନିମ୍ନଲିଖତ ସମସ୍ୟାଗୁଡ଼ିକ ମଧ୍ୟରୁ କେଉଁଟି ଜନଜାତିର ପ୍ରମୁଖ ସମସ୍ୟା ?
(କ) ଜନସଂଖ୍ୟା
(ଖ) ଜଙ୍ଗଲରୁ ଅଧିକାର ହ୍ରାସ
(ଗ) ସାହୁକାର
(ଘ) ରାସୁଘାଟ
ଉତ୍ତର :
(ଖ) ଜଙ୍ଗଲରୁ ଅଧିକାର ହ୍ରାସ
23. ‘କୌଣସି ଏକ ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତିଦ୍ୱାରା ଅନୁପ୍ରାଣିତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଧୂକୃତ ଓ ସ୍ଵଳ୍ପ ଶିକ୍ଷାପ୍ରାପ୍ତ ସ୍ଥାନୀୟ ସମୂହର ସମଷ୍ଟିକୁ ଜନଜାତି କୁହାଯାଏ ।’’ ଏକଥା କିଏ କହିଥିଲେ ?
(କ) ଗିଲିନ୍ ଏବଂ ଗିଲିନ୍
(ଖ) ଲୁସି ମେୟର
(ଗ) ମଜୁମଦାର
(ଘ) ଅଗ୍ବର୍ଣ୍ଣ ଏବଂ ନିମ୍କଫ
ଉତ୍ତର :
(କ) ଗିଲିନ୍ ଏବଂ ଗିଲିନ
24. ବିଭିନ୍ନ ସୁଯୋଗ ପ୍ରାପ୍ତି ପାଇଁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ଅନୁନ୍ନତ ଜାତିମାନଙ୍କୁ କ’ଣ କୁହନ୍ତି ?
(କ) ଅନୁସୂଚିତ ଜାତି
(ଖ) ଜାତି ପଞ୍ଚାୟତ
(ଗ) ଶୂଦ୍ର
(ଘ) ଅନୁସୂଚିତ ଜନଜାତି
ଉତ୍ତର :
(କ) ଅନୁସୂଚିତ ଜାତି
25. ଭାରତର ସମୁଦାୟ ଜନସଂଖ୍ୟାର କେତେକ ଭାଗ ହେଉଛନ୍ତି ଅଧ୍ୟାବାସୀ ?
(କ) ୧୨
(ଖ) ୬
(ଗ)୨୪
(ଘ) ୮
ଉତ୍ତର :
(ଘ) ୮
26. ‘ଭାରତ ସର୍ବଦା ଗ୍ରାମମାନଙ୍କର ଏକ ଦେଶ’’ । ଏହା କିଏ କହିଥିଲେ ?
(କ) ଗାନ୍ଧୀ
(ଖ) ନେହେରୁ
(ଗ) ଦେଶାଇ
(ଘ) ୱେବର
ଉତ୍ତର :
(ଘ) ୱେବର
27. ‘ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ବିଭାଜନକୁ ଜନଜାତି କୁହାଯାଏ ।’’ ଏହି ସଂଜ୍ଞା କିଏ ଦେଇଥିଲେ ?
(କ) ଡି.ଏନ୍. ମଜୁମ୍ଦାର
(ଖ) ଗିଲିନ୍ ଏବଂ ଗିଲିନ୍
(ଗ) ମାକାଇଭର
(ଘ) ଲୁସି ମେୟର
ଉତ୍ତର :
(ଘ) ଲୁସି ମେୟର
28. ‘‘କେଉଁଠାରୁ ସହର ଶେଷ ଓ ଗ୍ରାମର ଆରମ୍ଭ ଏହା କହିବା କଷ୍ଟକର, ଉଭୟଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ ।’’ ଏହା କିଏ କହିଥିଲେ ?
(କ) ଏ.ଆର୍.ଦେଶାଇ
(ଖ) ଶ୍ରୀନିବାସ
(ଗ) କାର୍ଲ ମାର୍କସ୍
(ଘ) ମାକାଇଭର
ଉତ୍ତର :
(ଘ) ମାକାଇଭର
29. ‘‘ଗ୍ରାମ ସମୁଦାୟଗୁଡ଼ିକ ହେଉଛି ଏକ କ୍ଷୁଦ୍ର ସାଧାରଣତନ୍ତ୍ର ଯାହାର କି ଆବଶ୍ୟକ ଅନୁଯାୟୀ ପ୍ରାୟ ସମସ୍ତ ପଦାର୍ଥ ରହିଥାଏ ଏବଂ ଯାହାକି ସମସ୍ତ ପ୍ରକାରର ବୈଦେଶିକ ସମ୍ପର୍କଠାରୁ ସ୍ଵାଧୀନ ଅଟେ ।’’ ଏହା କିଏ କହିଥଲେ ?
(କ) ଦେଶାଇ
(ଖ) ଏମ୍.ଏନ୍. ଶ୍ରୀନିବାସ
(ଗ) ଚାର୍ଲସ୍ ମେଟାକାଫ୍
(ଘ) କୌଟିଲ୍ୟ
ଉତ୍ତର :
(ଗ) ଚାର୍ଲସ୍ ମେଟାକାଫ୍
30. ଆମ ସମ୍ବିଧାନର ଜନଜାତିକୁ କ’ଣ କୁହାଯାଇଛି ?
(କ) ଗିରିଜନ
(ଖ) ଆଦିମ ଅଧିବାସୀ
(ଗ) ତଫସିଲଭୁକ୍ତ ଉପଜାତି
(ଘ) ଜନଜାତି
ଉତ୍ତର :
(ଗ) ତଫସିଲଭୁକ୍ତ ଉପଜାତି
31. ପ୍ରାଚୀନ ଭାରତୀୟ ସମାଜରେ ବ୍ରାହ୍ମଣ, କ୍ଷତ୍ରିୟ ଓ ଶୂଦ୍ର କି ନାମରେ ପରିଚିତ ଥିଲେ ?
(କ) ଜାତି
(ଖ) ଶ୍ରେଣୀ
(ଗ) ବର୍ଣ୍ଣ
(ଘ) ଗୋଷୃ।
ଉତ୍ତର :
(ଗ) ବର୍ଣ୍ଣ
32. ‘‘ଭାରତ ତା’ର ଗ୍ରାମରେ ବାସ କରେ ।’’ ଏହା କିଏ କହିଥିଲେ ?
(କ) ଏ.ଆର୍.ଦେଶାଇ
(ଖ) ନେହେରୁ
(ଗ) ମହାତ୍ମାଗାନ୍ଧୀ
(ଘ) ୱେବର
ଉତ୍ତର :
(ଗ) ମହାତ୍ମାଗାନ୍ଧୀ
33. ସର୍ବପ୍ରଥମ ମାନବ ସଭ୍ୟତା କେଉଁଠି ଦେଖାଯାଇଥିଲା ?
(କ) ସହର
(ଖ) ଗ୍ରାମ
(ଗ) ନଗର
(ଘ) ବପୁି ଅଞ୍ଚଳ
ଉତ୍ତର :
(ଖ) ଗ୍ରାମ
34. କନ୍ୟାକ୍ରୟ ସମୟରେ ଦିଆଯାଉଥିବା ଟଙ୍କାକୁ କ’ଣ କୁହାଯାଏ ?
(କ) ଯୌତୁକ
(ଖ) କନ୍ୟାସୁନା
(ଗ) ବରସୁନା
(ଘ) କନ୍ୟା ସନ୍ତକ
ଉତ୍ତର :
(ଖ) କନ୍ୟାସୁନା
35. ସମାଜ ବିଜ୍ଞାନୀ ଏସ୍.ସି.ଦୁବେ (S.C. Dube) ଭାରତୀୟ ଜନଜାତିମାନଙ୍କୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
(କ) ୫
(ଖ) ୬
(ଗ) ୭
(ଘ) ୮
ଉତ୍ତର :
(କ) ୫
36. ନିମ୍ନଲିଖୁତ ଲକ୍ଷଣଗୁଡ଼ିକ ମଧ୍ୟରୁ କେଉଁଟି ଜନଜାତିର ଲକ୍ଷଣ ଅଟେ ?
(କ) ସ୍ତରୀକରଣ
(ଗ) ନିର୍ଦ୍ଦିଷ୍ଟ ଭୂଖଣ୍ଡ
(ଗ) ନିର୍ଦ୍ଦିଷ୍ଟ ଭୂଖଣ୍ଡ
(ଘ) ବୃଦ୍ଧି ନିର୍ବାଚନ
ଉତ୍ତର :
(ଗ) ନିର୍ଦ୍ଦିଷ୍ଟ ଭୂଖଣ୍ଡ
37. ‘ସହର କ’ଣ ପ୍ରତ୍ୟେକ ଲୋକ ଜାଣନ୍ତି; ମାତ୍ର କେହି ସହରର ସନ୍ତୋଷଜନକ ସଂଜ୍ଞା ଦେଇପାରିବେ ନାହିଁ ।’’ ଏହା କିଏ କହିଥିଲେ ?
(କ) ଦେଣାଇ
(ଖ) ବରଜେଲ
(ଗ) ମକାଇଭର
(ଘ) ଚାର୍ଲସ୍ ମେଟାକାଫ୍
ଉତ୍ତର :
(ଖ) ବରଜେଲ
38. କେଉଁଠି ଜନସଂଖ୍ୟାର ଅଧିକ ଘନତ୍ବ ପରିଲକ୍ଷିତ ହୋଇଥାଏ ?
(କ) ସହର ସମୁଦାୟ
(ଖ) ଗ୍ରାମ ସମୁଦାୟ
(ଗ) ପାହାଡ଼ିଆ ଅଞ୍ଚଳ
(ଘ) ସମତଳ ଅଞ୍ଚଳ
ଉତ୍ତର :
(କ) ସହର ସମୁଦାୟ
39. ସମୁଦାୟ ଭାରତର ଜନସଂଖ୍ୟାରୁ କେତେ ଭାଗ ଲୋକ ଗ୍ରାମରେ ବାସ କରନ୍ତି ?
(କ)୯୦
(ଖ) ୬୦
(ଗ) ୭୦
(ଘ) ୩୦
ଉତ୍ତର :
(ଗ) ୭୦
40. ଗ୍ରାମ ସମୁଦାୟ କ୍ଷୁଦ୍ର ଆକାର ଏହାର ସଦସ୍ୟମାନଙ୍କ ମଧ୍ୟରେ କ’ଣ ସୃଷ୍ଟି କରିଥାଏ ?
(କ) ଆମେ ଭାବନା
(ଖ) ଭେଦଭାବ
(ଗ) ଜାତି ଭାବ
(ଘ) ବିବାଦ
ଉତ୍ତର :
(କ) ଆମେ ଭାବନା
B. ଏକ ପଦରେ ଉତ୍ତର ଦିଅ :
1. ମନୁ ସଂହିତା କିଏ ରଚନା କରିଥିଲେ ?
ଉତ୍ତର :
ମନୁ
2. ଜାତି ବ୍ୟବସ୍ଥାରେ ଜଣକର ଜାତି କିପରି ସ୍ଥିର ହୋଇଥାଏ ?
ଉତ୍ତର :
ଜନ୍ମ ଭିଭିରେ
3. ଜାତିର ଇଂରାଜୀ ପ୍ରତିଶବ୍ଦ କାଷ୍ଟ (Caste) କେଉଁ ଶବ୍ଦରୁ ଆସିଛି ?
ଉତ୍ତର :
ପର୍ତ୍ତୁଗୀଜ୍ ଶବ୍ଦ କାଷ୍ଟ (Caste)
4. ଜାତିର ମୁରବୀ, ବୟସ୍କ ଓ ମାନଗଣ୍ୟ ବ୍ୟକ୍ତିଙ୍କୁ ନେଇ ଗଠିତ ପରିଷଦକୁ କ’ଣ କହନ୍ତି ?
ଉତ୍ତର :
ଜାତି ପଞ୍ଚାୟତ
5. ଆଦିମ ଅଧିବାସୀ ଓ ଆଦିବାସୀମାନଙ୍କୁ କ’ଣ କହନ୍ତି ?
ଉତ୍ତର :
ଜନଜ।ତି
6. ଉଚ୍ଚ ଜାତିର ପୁରୁଷ ସହିତ ନୀଚ ଜାତିର କନ୍ୟାର ବିବାହକୁ କ’ଣ କହନ୍ତି ?
ଉତ୍ତର :
ଅନୁଲୋମା ବିବାହ
7. ଶ୍ରେଣୀର ଯେକୌଣସି ଗୋଟିଏ ଲକ୍ଷଣ ଲେଖ ।
ଉତ୍ତର :
ଅର୍ଜିତ ପ୍ରସ୍ଥିତି
8. ଜାତି ବ୍ୟବସ୍ଥାର ଏକ ଅପ୍ରକାର୍ଯ୍ୟ ବା ଅପକାରିତା ଲେଖ ।
ଉତ୍ତର :
ଆର୍ଥନୀତିକ ପ୍ରଗତିରେ ବାଧା ।
9. ଜାତି ବ୍ୟବସ୍ଥାରେ ସଦସ୍ୟମାନଙ୍କର ବୃତ୍ତି କିପରି ସ୍ଥିର ହେଉଥ୍ଲା ?
ଉତ୍ତର :
ଜାତି ଅନୁସାରେ
10. ଜାତି ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଆସିଛି ?
ଉତ୍ତର :
ଜାନା (Jana)
11. କିଏ ପ୍ରଥମ ହିନ୍ଦୁ ଆଇନଦାତା ଭାବେ ପରିଚିତ ?
ଉତ୍ତର :
ମନୁ
12. ‘‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଯାଏ, ଆମେ ତାକୁ ଜାତି କହିଥାଉ ।’’ ଜାତିର ଏହି ସଂଜ୍ଞା କିଏ ଦେଇଥିଲେ ?
ଉତ୍ତର :
ସି.ଏଚ୍.କୁଲେ
13. ଜାତି ନୀତିନିୟମ ଅମାନ୍ୟ କଲେ ଏହାର ବିଚାର କେଉଁଠି ହେଉଥିଲା ?
ଉତ୍ତର :
ଜାତି ପଞ୍ଚାୟତ
14. କେଉଁ ବ୍ୟବସ୍ଥାରେ ବ୍ରାହ୍ମଣମାନେ ଉଚ୍ଚରେ ଓ ଶୂଦ୍ରମାନେ ନୀଚରେ ରହିଛନ୍ତି ?
ଉତ୍ତର :
ଭାରତୀୟ ଜାତି ବ୍ୟବସ୍ଥା
15. ଭାରତୀୟ ଜାତି ବ୍ୟବସ୍ଥାରେ ଉଚ୍ଚ-ନୀଚ କ୍ରମ କେଉଁ ଭାବନା ଉପରେ ପର୍ଯ୍ୟବସିତ ?
ଉତ୍ତର :
ପବିତ୍ରତା ଓ ଅପବିତ୍ରତା
16. ଜାତି ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ମଧ୍ୟରୁ ଗୋଟିଏ ଉଲ୍ଲେଖ କର ।
ଉତ୍ତର :
ଜାତି ବୃତ୍ତିରେ ପରିବର୍ତ୍ତନ
17. ଭାରତୀୟ ଜାତି ବ୍ୟବସ୍ଥା ପୂର୍ବେ କେଉଁ ନାମରେ ପରିଚିତ ଥିଲା ?
ଉତ୍ତର :
ବର୍ଣ୍ଣବ୍ୟବସ୍ଥ।
18. ଏକ ପାରମ୍ପରିକ ଜୀବିକା ଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଓ ଉଚ୍ଚ-ନୀଚ କ୍ରମରେ ସଜ୍ଜିତ ଏକ ଗୋଷ୍ଠୀକୁ କ’ଣ କୁହାଯାଏ ?
ଉତ୍ତର :
ଜାତି ବା କାଷ୍ଟ (Caste)
19. ‘‘କୌଣସି ଏକ ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତିଦ୍ୱାରା ଅନୁପ୍ରାଣିତ, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଧ୍ଵକୃତ ଓ ସ୍ଵଳ୍ପ ଶିକ୍ଷାପ୍ରାପ୍ତ ସ୍ଥାନୀୟ ସମୂହର ସମଷ୍ଟିକୁ ଜନଜାତି କୁହାଯାଏ ?’’ ଏହି ସଂଜ୍ଞା କିଏ ଦେଇଥିଲେ ।
ଉତ୍ତର :
ଗିଲିନ୍ ଏବଂ ଗିଲିନ୍
20. ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ଲେଖ ।
ଉତ୍ତର :
ଆଧୁନିକୀକରଣ
21. ଓଡ଼ିଶାରେ ଦେଖାଯାଉଥିବା ଦୁଇଟି ଜନଜାତିର ନାମ ଲେଖ ।
ଉତ୍ତର :
ସାନ୍ତାଳ, ମୁଣ୍ଡା
22. “‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଏକ ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ୱାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’ ଏହି ସଂଜ୍ଞା କିଏ ଦେଇଥିଲେ ?
ଉତ୍ତର :
ମାକାଇଭର ଏବଂ ପେଜ୍
23. ଟଙ୍କା ବା ପଦାର୍ଥଦ୍ଵାରା କନ୍ୟାକୁ କ୍ରୟ କରାଯାଇ ବିବାହ କରାଯିବାର ପ୍ରଥାକୁ କ’ଣ କୁହାଯାଏ ?
ଉତ୍ତର :
କ୍ରୟ ବିବାହ
24. ବ୍ୟକ୍ତି ପାଇଁ ଜାତି ସମ୍ପାଦନ କରୁଥିବା ପ୍ରକ୍ରିୟାଗୁଡ଼ିକ ମଧ୍ୟରୁ ଗୋଟିକର ନାମ ଲେଖ ।
ଉତ୍ତର :
ସାମାଜିକ ପ୍ରସ୍ଥିତି ପ୍ରଦାନ କରେ ।
25. ଜନଜାତିମାନେ ସମ୍ମୁଖୀନ ହେଉଥିବା ଯେକୌଣସି ଗୋଟିଏ ସମସ୍ୟା ଲେଖ ।
ଉତ୍ତର :
ଧର୍ମ।ନୁରାକରଣ
26. ଜନସଂଖ୍ୟାର ଅଧିକ ଘନତ୍ଵ ଏବଂ ୭୫ ଭାଗରୁ ଅଧିକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିଲେ ସେହି ସମୁଦାୟକୁ କ’ଣ କହନ୍ତି ?
ଉତ୍ତର :
ସହର ସମୁଦାୟ
27. ମନୁଷ୍ୟ ସମାଜର ସର୍ବପ୍ରଥମ ଅଧ୍ବସତି କେଉଁଠି ଗଢ଼ି ଉଠିଥିଲା ?
ଉତ୍ତର :
ଗ୍ରାମ ସମୁଦାୟ
28. ଗ୍ରାମ ଓ ସହର ସମୁଦାୟ ମଧ୍ୟରେ ଥିବା ଯେକୌଣସି ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
ଉତ୍ତର :
ଜନସଂଖ୍ୟା ଘନତ୍ବର ପାର୍ଥକ୍ୟ
29. ଭାରତରେ ସମୁଦାୟ ଗ୍ରାମ ସଂଖ୍ୟା କେତେ ?
ଉତ୍ତର :
୬ ଲକ୍ଷରୁ ଊର୍ଦ୍ଧ୍ବ
30. ଗ୍ରାମ ସମୁଦାୟର ଯେକୌଣସି ଗୋଟିଏ ଲକ୍ଷଣ ଲେଖ ।
ଉତ୍ତର :
କ୍ଷୁଦ୍ର ଆକାର
31. ଭାରତର ସମୁଦାୟ ଜନସଂଖ୍ୟାର କେତେ ଭାଗ ଲୋକ ଗ୍ରାମରେ ବାସ କରନ୍ତି ?
ଉତ୍ତର :
୭୦ ଭାଗରୁ ବେଶି ।
32. ‘‘କେଉଁଠାରୁ ସହରର ଶେଷ ଓ ଗ୍ରାମର ଆରମ୍ଭ ଏହା କହିବା କଷ୍ଟକର, ଉଭୟଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ ।’? ଏହା କିଏ କହିଥିଲେ ?
ଉତ୍ତର :
ମାକାଇଭର
33. ‘‘ଭାରତ ତା’ର ଗ୍ରାମରେ ବାସ କରେ ।’’ ଏହା କିଏ କହିଥିଲେ ?
ଉତ୍ତର :
ମହାମ୍।ଗାଦା
34. ‘‘ଗ୍ରାମ ସମୁଦାୟ ହେଉଛି ଏକ କ୍ଷୁଦ୍ର ସାଧାରଣତନ୍ତ୍ର, ଯାହାର କି ଆବଶ୍ୟକତା ଅନୁଯାୟୀ ସମସ୍ତ ଜିନିଷ ରହିଛି ଏବଂ ଯାହାକି ସମସ୍ତ ପ୍ରକାରର ବୈଦେଶିକ ସମ୍ପର୍କଠାରୁ ସ୍ଵାଧୀନ ଅଟେ ।’? ଏହି ସଂଜ୍ଞା କିଏ ଦେଇଥିଲେ ?
ଉତ୍ତର :
ଚାର୍ଲସ୍ ମେଟାକାଫ୍
C. ଭ୍ରମ ସଂଶୋଧନ କର :
1. ହିନ୍ଦୁ ସମାଜରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଆର୍ଥିକ ସ୍ଥିତିଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
ଉତ୍ତର :
ହିନ୍ଦୁ ସମାଜରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଜାତିଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
2. ଜାତି ଇଂରାଜୀ ପ୍ରତିଶବ୍ଦ କାଷ୍ଟ ଲାଟିନ୍ ଶବ୍ଦ କାଷ୍ଠା (Casta) ରୁ ଆସିଛି ।
ଉତ୍ତର :
ଜାତିର ଇଂରାଜୀ ପ୍ରତିଶବ୍ଦ କାଷ୍ଟ ପର୍ତ୍ତୁଗୀଜ୍ ଶବ୍ଦ କାଷ୍ଟା (Casta) ରୁ ଆସିଛି ।
3. ମାର୍କସ୍ଙ୍କ ମତରେ, ‘‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଥାଏ, ଆମେ ତାକୁ ଜାତି କହିଥାଉ ।”?
Answer;
ସି.ଏଚ୍ କୁଲେଙ୍କ ମତରେ ‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଯାଏ, ଆମେ ତାକୁ ଜାତି କହିଥାଉ ।’’
4. ଜନ୍ମ ଉପରେ ପର୍ଯ୍ୟବସିତ ଏକ ସମୂହକୁ କୁହାଯାଏ ।
ଉତ୍ତର :
ଜନ୍ମ ଉପରେ ପର୍ଯ୍ୟବସିତ ଏକ ସମୂହକୁ ଜାତି କୁହାଯାଏ ।
5. ଜାତି ଶବ୍ଦଟି ଗ୍ରୀକ୍ ଶବ୍ଦ ଜାନା (Jana) ରୁ ଆସିଛି ।
ଉତ୍ତର :
ଜାତି ଶବ୍ଦଟି ସଂସ୍କୃତ ଶବ୍ଦ ଜାନା (Jana) ରୁ ଆସିଛି ।
6. ଯେଉଁ ଟଙ୍କା ବା ପଦାର୍ଥଦ୍ଵାରା କନ୍ୟାକୁ କ୍ରୟ କରି ବିବାହ କରାଯାଏ, ତାକୁ ଯୌତୁକ କହନ୍ତି ।
ଉତ୍ତର :
ଯେଉଁ ଟଙ୍କା ବା ପଦାର୍ଥଦ୍ବାରା କନ୍ୟାକୁ କ୍ରୟ କରି ବିବାହ କରାଯାଏ, ତାକୁ କନ୍ୟାସୁନା ବା କନ୍ୟାଧନ କୁହାଯାଏ ।
7. ଜାତି ଏକ ବହିଁବିବାହୀ ଦଳ।
ଉତ୍ତର :
ଜାତି ଏକ ଅନ୍ତର୍ବିବାହୀ ଦଳ ।
8. ‘ପ୍ରକୃତ ଭାରତ ଗ୍ରାମରେ ପରିଦୃଷ୍ଟ ହୋଇଥାଏ ।’’ ଏହା ମାକାଇଭର କହିଥିଲେ ।
ଉତ୍ତର :
‘ପ୍ରକୃତ ଭାରତ ଗ୍ରାମରେ ପରିଦୃଷ୍ଟ ହୋଇଥାଏ ।’’ ଏହା ସମାଜବିଜ୍ଞାନୀ ଏ.ଆର୍.ଦେଶାଇ କହିଥିଲେ ।
9. ଜନଜାତି ଏକ ଧାର୍ମିକ ସମୂହ ।
ଉତ୍ତର :
ଜନଜାତି ଏକ ଆଞ୍ଚଳିକ ସମୂହ ଅଟେ ।
10. ଅଗବର୍ଣ୍ଣ ଓ ନିମ୍କଙ୍କ ମତରେ, ‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଏକ ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ୱାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’
ଉତ୍ତର :
ମାକାଇଭର ଓ ପେଜଙ୍କ ମତରେ, ‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟଅଂଶଠାରୁ ଚିହ୍ନିତ ହୋଇଥାଏ ।’’
11. ଭାରତରେ ପାଞ୍ଚଲକ୍ଷ ଗ୍ରାମ ରହିଛି ।
ଉତ୍ତର :
ଭାରତରେ ଛଅଲକ୍ଷରୁ ଊର୍ଦ୍ଧ୍ଵ ଗ୍ରାମ ରହିଛି ।
12. ଗିଲିନ୍ ଏବଂ ଗିଲିନ୍ଙ୍କ ମତରେ, ‘‘ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ ।’’
ଉତ୍ତର :
ଲୁସି ମେୟରଙ୍କ ମତରେ, ‘ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ ।
13. ଉଚ୍ଚ-ନୀଚ କ୍ରମ ଶ୍ରେଣୀର ଏକ ପ୍ରଧାନ ଲକ୍ଷଣ ଅଟେ ।
ଉତ୍ତର :
ଶ୍ରେଣୀ ସଚେତନତା ଶ୍ରେଣୀର ଏକ ପ୍ରଧାନ ଲକ୍ଷଣ ଅଟେ ।
14. ଜନଜାତିମାନଙ୍କର ଉନ୍ନତି ପାଇଁ କେବଳ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।
ଉତ୍ତର :
ଜନଜାତିମାନଙ୍କର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ।
15. ଗ୍ରାମ ସମୁଦାୟରେ ଶତକଡ଼ା ୭୫ ଭାଗରୁ ଅଧ୍ଵ ଲୋକ ଅଣକୃଷିକାର୍ଯ୍ୟରେ ନିୟୋଜିତ ।
ଉତ୍ତର :
ସହର ସମୁଦାୟରେ ଶତକଡ଼ା ୭୫ ଭାଗରୁ ଅଧିକ ଲୋକ ଅଣକୃଷିକାର୍ଯ୍ୟରେ ନିୟୋଜିତ ।
D. ଶୂନ୍ୟସ୍ଥାନ ପୂରଣ କର । :
1. _____________ ଙ୍କ ମତରେ, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାୟ ୨୦୦୦ ଜାତି ଓ ୩୦୦୦ ଉପଜାତି ରହିଥା’ନ୍ତି ।
ଉତ୍ତର :
ପ୍ରଫେସର ଜି.ଏସ୍.ଘୁରେ
2. ଗାର୍ଡିଆ ଡି.ଓର୍ଟା _____________ ଖ୍ରୀଷ୍ଟାବ୍ଦରେ କାଷ୍ଟ ବା ଜାତି ଶବ୍ଦର ପ୍ରୟୋଗ କରିଥିଲେ ।
ଉତ୍ତର :
୧୫୬୩
3. ଉଚ୍ଚଜାତିର ପୁରୁଷ ସହ ନୀଚଜାତିର କନ୍ୟାର ବିବାହକୁ ________ ବିବାହ କହନ୍ତି ।
ଉତ୍ତର :
ଅନୁଲୋମା
4. _____________ ଙ୍କ ମତରେ, ‘‘ପ୍ରତ୍ୟେକ ସମାଜ ସ୍ତରୀକୃତ ଅଟେ ।’’
ଉତ୍ତର :
ପି.ସରୋଜିନ
5. ___________ ଜାତିର ଏକ ପ୍ରଧାନ ଲକ୍ଷଣ ଅଟେ ।
ଭଜନାଚ
6. ଜାତି ଶବ୍ଦଟି ______________ ଶବ୍ଦ ‘ଜାନା’ରୁ ଆସିଛି ।_________
ଉତ୍ତର :
ସଂସ୍କୃତ
7. ଜାତି ଏକ ____________ ଦଳ ଅଟେ ।
ଉତ୍ତର :
ବଂଶାନୁକ୍ରମିକ
8. ___________ ଙ୍କ ମତରେ, କେଉଁଠାରୁ ସହରର ଶେଷ ଓ ଗ୍ରାମର ଆରମ୍ଭ ଏହା କହିବା କଷ୍ଟକର । ଉଭୟଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ ।
ଉତ୍ତର :
ମାକାଇଭର
9. ___________ ଜନଜାତିମାନଙ୍କର ଏକ ପ୍ରଧାନ ସମସ୍ୟା ।
ଉତ୍ତର :
ଧର୍ମ।ନୁରାକରଣ
10. ______________ ଜନଜାତିମାନଙ୍କୁ ଗିରିଜନ ବୋଲି ସମ୍ବୋଧନ କରିଥିଲେ ।
ଉତ୍ତର :
ମହାତ୍ମାଗାନ୍ଧୀ
11. ଗ୍ରାମ ସମୁଦାୟର ଆକାର _____________ ଅଟେ ।
ଉତ୍ତର :
କ୍ଷୁଦ୍ର
12. ହିନ୍ଦୁ ବିବାହ ଆଇନ ___________ ମସିହାରେ ପ୍ରଣୟନ କରାଯାଇଥିଲା ।
ଉତ୍ତର :
୧୯୫୫
13. ____________ ମତରେ ଭାରତ ତା’ର ଗ୍ରାମରେ ବାସ କରେ ।
ଉତ୍ତର :
ମହାତ୍ମାଗାନ୍ଧୀ
14. ଆମ ସମ୍ବିଧାନରେ ଜନଜାତିମାନଙ୍କୁ __________ ବୋଲି କୁହାଯାଇଛି ।
ଉତ୍ତର :
ତଫସିଲଭୁକ୍ତ ଉପଜାତି
15. __________ ଙ୍କ ମତରେ, ‘‘ଭାରତ ସର୍ବଦା ଗ୍ରାମମାନଙ୍କର ଏକ ଦେଶ ।’’
ଉତ୍ତର :
ୱେବର
16. _________ ମତରେ, ‘ଜଣଙ୍କର ଶ୍ରେଣୀ ପ୍ରସ୍ଥିତି ଉତ୍ପାଦନର ଉତ୍ପାଦକ ସହ ଥିବା ଏହାର ସମ୍ପର୍କଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।’’
ଉତ୍ତର :
କାର୍ଲ ମାର୍କସ୍
17. ଗ୍ରାମ ସମୁଦାୟର କ୍ଷୁଦ୍ର ଆକାର ଏହାର ସଦସ୍ୟମାନଙ୍କ ମଧ୍ୟରେ ____________ ଭାବନା ସୃଷ୍ଟି କରିଥାଏ ।
ଉତ୍ତର :
ଦୃଢ଼ ଆମ୍ବିକ
(ଗ) ସାମାଜିକ ପରିବର୍ତ୍ତନ (SOCIAL CHANGE)
ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :
1. ‘ସାମାଜିକ ପରିବର୍ତ୍ତନ କହିଲେ, କେବଳ ସେହି ପରିବର୍ତ୍ତନକୁ ବୁଜାଏ, ଯାହା ସାମାଜିକ ସଙ୍ଗଠନ ଓ ସଂରଚନା କ୍ଷେତ୍ରରେ ହିଁ ସଂଘଟିତ ହୋଇଥାଏ ।’’– ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) କେ, ଡେଭିସ୍
(ଖ) ମାକାଇଭର୍
(ଗ) କୁଣ୍ଡବର୍ଗ
(ଘ) ଓଗ୍ବର୍ଣ୍ଣ
ଉତ୍ତର :
(କ) କେ.ଡେଭିସ୍
2. କେଉଁଟି ସାମାଜିକ ପରିବର୍ତ୍ତନର ଏକ ଲକ୍ଷଣ ନୁହେଁ ?
(କ) ପରିବର୍ତ୍ତନ ସାମୁଦାୟିକ ପରିବର୍ତ୍ତନ ଅଟେ
(ଖ) ପରିବର୍ତ୍ତନ ସମୟ କାରକଦ୍ବାରା ପ୍ରଭାବିତ
(ଗ) ସାର୍ବଜନୀନ ଘଟଣା
(ଘ) ଅବୈୟକ୍ତିକ ପ୍ରକ୍ରିୟା
ଉତ୍ତର :
(ଘ) ଅବୈୟଲ୍ଲିକ ପ୍ରକ୍ରିୟା
3. କେଉଁଟି ସାମାଜିକ ପରିବର୍ତ୍ତନର ଏକ କାରକ ନୁହେଁ ?
(କ) ଭୌତିକ
(ଖ) ସାଂସ୍କୃତିକ
(ଗ) ରାଜନୀତିକ
(ଘ) ପ୍ରାଦ୍ୟୋଗିକ
ଉତ୍ତର :
(ଗ) ରାଜନୀତିକ
4. ସାଧାରଣତଃ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ହ୍ରାସ, ଏ ଦୁଇଗୋଟି ଜନସଂଖ୍ୟାତ୍ମକ କାରଣ ଯୋଗୁଁ ସାମାଜିକ ପରିବର୍ତ୍ତନ ହୋଇଥାଏ । – ଏକଥା କିଏ କହିଥିଲେ ?
(କ) କାର୍ଲ ମାକ୍ସ
(ଖ) ମାଲଥସ୍
(ଗ) ଓଗ୍ବର୍ଣ୍ଣ
(ଘ) ଏମାନଙ୍କ ମଧ୍ୟରୁ କେହି ନୁହେଁ
ଉତ୍ତର :
(ଖ) ମାଲଥସ୍
5. କେଉଁଟି ସାମାଜିକ ପରିବର୍ତ୍ତନର ଏକ ସାଂସ୍କୃତିକ କାରକ ନୁହେଁ ?
(କ) ସାଂସ୍କୃତିକ ସଂଘର୍ଷ
(ଖ) ଅନ୍ୟ ସଂସ୍କୃତି ଗ୍ରହଣ
(ଗ) ଧାର୍ମିକ ପ୍ରଭେଦତା
(ଘ) ସାଂସ୍କୃତିକ ପ୍ରସାରଣ
ଉତ୍ତର :
(ଗ) ଧାର୍ମିକ ପ୍ରଭେଦତା
6. ‘ସାଂସ୍କୃତିକ ବିଳମ୍ବନ’ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ?
(କ) ଡବ୍ଲ୍ୟୁ.ଏଫ୍.ଓଗ୍ବର୍ଣ୍ଣ
(ଖ) ସମ୍ବନର
(ଗ) ମାଲିନସ୍କି
(ଘ) ସାଂସ୍କୃତିକ ପ୍ରସାରଣ
ଉତ୍ତର :
(କ) ଡବ୍ଲ୍ୟୁ.ଏଫ୍.ଓର୍ବର୍ଣ୍ଣ
7. ସଂସ୍କୃତୀକରଣ ଶବ୍ଦଟିକୁ କିଏ ରୂପରେଖ ଦେଇଥିଲେ ?
(କ) ଅଗଷ୍ଟ କମ୍
(ଖ) ମାକ୍ସ ୱେବର
(ଗ) ଏମ୍.ଏନ୍.ଶ୍ରୀନିବାସ
(ଘ) ସମ୍ବନର
ଉତ୍ତର :
(ଗ) ଏମ୍.ଏନ୍.ଶ୍ରୀନିବାସ
8. “‘ପ୍ରଦ୍ୟୋଗ ଆମ୍ଭମାନଙ୍କ ପରିବେଶକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ । ଏହି ପରିବର୍ତ୍ତନ ଭୌତିକ ପରିବେଶରେ ଘଟିଥାଏ ଏବଂ ଏହା ପ୍ରଚଳିତ ସମାଜର ପ୍ରଥା ଏବଂ ସାମାଜିକ ଅନୁଷ୍ଠାନରେ ମଧ୍ୟ ପରିବର୍ତ୍ତନ ଆଣିଥାଏ’’– ଏକଥା କିଏ କହିଥିଲେ ?
(କ) କୁଲେ
(ଖ) ମାଲ୍ସ୍
(ଗ) ସେନ୍ସର
(ଘ) ଡବ୍ଲ୍ୟୁ.ଏଫ୍.ଓଗ୍ବର୍ଣ୍ଣ
ଉତ୍ତର :
(ଘ) ଡବ୍ଲ୍ୟୁ.ଏଫ୍.ଓଗ୍ବର୍ଣ୍ଣ
9. “‘ସଂସ୍କୃତୀକରଣ ହେଉଛି ଏକ ପ୍ରକ୍ରିୟା, ଯାହାଦ୍ୱାରା ଏକ ନିମ୍ନ ଜାତିର ହିନ୍ଦୁ ବା ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, କାର୍ଯ୍ୟକଳାପ, ବିଚାରଧାରା ଏବଂ ଜୀବନଶୈଳୀକୁ ପରିବର୍ତ୍ତନ କରି ଉଚ୍ଚଜାତିର ମର୍ଯ୍ୟାଦାଲାଭ କରିବାକୁ ଚେଷ୍ଟା କରିଥା’ନ୍ତି ।’’ ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ।
(କ) ଏମ୍.ଏନ୍.ଶ୍ରୀନିବାସ
(ଖ) ମାକ୍ସ ୱେବର୍
(ଗ) ଓଗ୍ବର୍ଣ୍ଣ
(ଘ) ଏମାନଙ୍କ ମଧ୍ୟରୁ କେହି ନୁହେଁ
ଉତ୍ତର :
(କ) ଏମ୍.ଏନ୍.ଶ୍ରୀନିବାସ
10. ନିମ୍ନସ୍ଥ କେଉଁଟି ଅଭୌତିକ ସଂସ୍କୃତି ନୁହେଁ ?
(କ) ପୁସ୍ତକ
(ଖ) ପରମ୍ପରା
(ଗ) ପ୍ରଥା
(ଘ) ମୂଲ୍ୟବୋଧ
ଉତ୍ତର :
(କ) ପୁସ୍ତକ
B. ଏକ ପଦରେ ଉତ୍ତର ଦିଅ :
1. ପ୍ରଫେସର ଏମ୍.ଏନ୍. ଶ୍ରୀନିବାସ କେଉଁ ପୁସ୍ତକରେ ସଂସ୍କୃତୀକରଣ ଶବ୍ଦର ପ୍ରୟୋଗ କରିଥିଲେ ?
ଉତ୍ତର :
‘କୁର୍ଗମାନଙ୍କ ଧର୍ମ ଏବଂ ସମାଜ’
2. ସଂସ୍କୃତୀକରଣ ଶବ୍ଦଟି କେବେ ସୃଷ୍ଟି ହୋଇଥିଲା ?
ଉତ୍ତର :
୧୯୫୨ ମସିହାରେ
3. ଭୌତିକ ସଂସ୍କୃତିର ଦୁଇଗୋଟି ଉଦାହରଣ ପ୍ରଦାନ କର ।
ଉତ୍ତର :
(i) ପୁସ୍ତକ (ii) ବାସଗୃହ
4. ସାମାଜିକ ପରିବର୍ତ୍ତନର ଦୁଇଗୋଟି ମୁଖ୍ୟ ପ୍ରକ୍ରିୟା ଉଲ୍ଲେଖ କର ।
ଉତ୍ତର :
(i) ଆଧୁନିକୀକରଣ (ii) ପାଶ୍ଚାତ୍ୟକରଣ
5. ପ୍ରଦ୍ୟୋଗ କହିଲେ ତୁମେ କ’ଣ ବୁଝ ?
ଉତ୍ତର :
ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ କୌଶଳର ପ୍ରୟୋଗକୁ ପ୍ରାଦ୍ୟୋଗ ବୋଲି କୁହାଯାଇଥାଏ ।
6. କିଏ ସଂସ୍କୃତିକୁ ବସ୍ତୁଭିଭିକ ଓ ଅବସ୍ତୁଭିତ୍ତିକ ସଂସ୍କୃତି ଭାବରେ ବର୍ଗୀକୃତ କରିଥିଲେ ?
ଉତ୍ତର :
ଡବ୍ଲ୍ୟୁ.ଏଫ୍. ଓର୍ବର୍ଣ୍ଣ
7. ସାମାଜିକ ପରିବର୍ତ୍ତନର ଦୁଇଗୋଟି କାରକ ଲେଖ ।
ଉତ୍ତର :
(i) ସାଂସ୍କୃତିକ କାରକ (ii) ପ୍ରାଦ୍ୟୋଗିକ କାରକ
8. ସାମାଜିକ ପରିବର୍ତ୍ତନର ଦୁଇଗୋଟି ଲକ୍ଷଣ କ’ଣ ?
ଉତ୍ତର :
(i) ସାର୍ବଜନୀନତା (ii) ଗତିଶୀଳ ପ୍ରକ୍ରିୟା
9. ସମାଜ ବିଜ୍ଞାନୀ ଭାବେ ଆମ୍ଭେମାନେ ସାମାଜିକ ସମ୍ପର୍କ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ । ଏହି ସାମାଜିକ ସମ୍ପର୍କର ପରିବର୍ତ୍ତନକୁ ହିଁ କେବଳ ଆମ୍ଭେମାନେ ସାମାଜିକ ପରିବର୍ତ୍ତନ ଭାବେ ଅଭିହିତ କରିଥାଉ ।?’– ଏ ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ।
ଉତ୍ତର :
ମାକାଇଭର୍ ଏବଂ ପେଜ୍ (Maclver & Page)
10. ସାମାଜିକ ପରିବର୍ତ୍ତନର ଭୌତିକ କାରକଗୁଡ଼ିକ ମୁଖ୍ୟତଃ କେଉଁ କାରକଗୁଡ଼ିକୁ ବୁଝାଇଥାଏ ?
ଉତ୍ତର :
ପ୍ରାକୃତିକ କାରକ
C. ଭ୍ରମ ସଂଶୋଧନ କର :
1. ସାମାଜିକ ସମ୍ପର୍କରେ ପରିବର୍ତ୍ତନକୁ ଭୌତିକ ପରିବର୍ତ୍ତନ କୁହାଯାଏ ।
ଉତ୍ତର :
ସାମାଜିକ ସମ୍ପର୍କରେ ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଏ ।
2. ପ୍ରଖ୍ୟାତ ଜନବିବରଣବିତ୍ ଅଗଷ୍ଟ କମ୍ ଜନସଂଖ୍ୟାର ବୃଦ୍ଧି ଓ ଜନସଂଖ୍ୟାର ହ୍ରାସକୁ ଦୁଇଗୋଟି ମୁଖ୍ୟ ଜନସଂଖ୍ୟାତ୍ମକ କାରକରୂପେ ଅଭିହିତ କରିଛନ୍ତି ।
ଉତ୍ତର :
ପ୍ରଖ୍ୟାତ ଜନବିବରଣବିତ୍ ମାଲ୍ସ୍ (Malthus) ଜନସଂଖ୍ୟାର ବୃଦ୍ଧି ଓ ଜନସଂଖ୍ୟାର ହ୍ରାସକୁ ଦୁଇଗୋଟି ମୁଖ୍ୟ ଜନସଂଖ୍ୟାତ୍ମକ କାରକରୂପେ ଅଭିହିତ କରିଛନ୍ତି ।
3. ମୋରିସ୍ ଜିନ୍ସବର୍ଗଙ୍କ ମତରେ, ସାଂସ୍କୃତିକ ସଂଘର୍ଷ, ସାଂସ୍କୃତିକ ବିଷମଯୁକ୍ତତା, ଅନ୍ୟ ସଂସ୍କୃତିଗ୍ରହଣ ତଥା ସାଂସ୍କୃତିକ ପ୍ରସାରଣ ଫଳରେ ସମାଜରେ ପରିବର୍ତ୍ତନ ହୋଇଥାଏ ।
ଉତ୍ତର :
ଡବ୍ଲ୍ୟୁ.ଇ.ମୁରେ (W.E. Moore) ଙ୍କ ମତରେ, ସାଂସ୍କୃତିକ ସଂଘର୍ଷ, ସାଂସ୍କୃତିକ ବିଷମଯୁକ୍ତତା, ଅନ୍ୟ ସଂସ୍କୃତି ଗ୍ରହଣ ତଥା ସାଂସ୍କୃତିକ ପ୍ରସାରଣ ଫଳରେ ସମାଜରେ ପରିବର୍ତ୍ତନ ହୋଇଥାଏ ।
4. ସାଂସ୍କୃତିକ ପ୍ରସାରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ସଂସ୍କୃତି ଗୋଟିଏ ସମାଜରୁ ଅନ୍ୟ ଏକ ଦିଗକୁ ପ୍ରସାରିତ ହୋଇଥାଏ ।
ଉତ୍ତର :
ସାଂସ୍କୃତିକ ପ୍ରସାରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ବାରା ସଂସ୍କୃତି ଗୋଟିଏ ସମାଜରୁ ଅନ୍ୟ ଏକ ସମାଜକୁ ପ୍ରସାରିତ ହୋଇଥାଏ ।
5. ପ୍ରଖ୍ୟାତ ସମାଜବିଜ୍ଞାନୀ ମାକ୍ସ ୱେବର ସର୍ବପ୍ରଥମେ ‘ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ ନିଜ ପୁସ୍ତକ ‘ସାମାଜିକ ପରିବର୍ତ୍ତନ’ରେ ଉଲ୍ଲେଖ କରିଥିଲେ ।
ଉତ୍ତର :
ପ୍ରଖ୍ୟାତ ସମାଜବିଜ୍ଞାନୀ ଡବ୍ଲ୍ୟୁ.ଏଫ୍.ଓର୍ବର୍ଣ୍ଣ (W.F.Ogburn) ସର୍ବପ୍ରଥମେ ‘ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ ନିଜ ପୁସ୍ତକ ‘ସାମାଜିକ ପରିବର୍ତ୍ତନ’ରେ ଉଲ୍ଲେଖ କରିଥିଲେ ।
6. ଓ ଗ୍ବର୍ଣ୍ଣ ସଂସ୍କୃତିକୁ ଦୁଇ ଭାଗରେ ଯଥା- ଭୌତିକ ବା ବସ୍ତୁଭିଭିକ ଏବଂ ସାଂସ୍କୃତିକ ଶ୍ରେଣୀରେ ବର୍ଗୀକୃତ କରିଛନ୍ତି ।
ଉତ୍ତର :
ଓଗ୍ବର୍ଣ୍ଣ ସଂସ୍କୃତିକୁ ଦୁଇ ଭାଗରେ ଯଥା- ଭୌତିକ ବା ବସ୍ତୁଭିଭିକ ଏବଂ ଅଭୌତିକ ବା ବୱେଭର ଶ୍ରେଣୀରେ ବର୍ଗୀକୃତ କରିଛନ୍ତି ।
D. ଶୂନ୍ୟସ୍ଥାନ ପୂରଣ କର । :
1. ସାମାଜିକ ପ୍ରକ୍ରିୟା, ସାମାଜିକ ସଂରୂପ ଏବଂ ସାମାଜିକ ଆନ୍ତଃକ୍ରିୟାର ଯେକୌଣସି ବିଭାଗର ପରିବର୍ତ୍ତନକୁ ___________ କୁହାଯାଏ ।
ଉତ୍ତର :
ସାମାଜିକ ପରିବର୍ତ୍ତନ
2. _____________ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ବା ଅପରିବର୍ତ୍ତନୀୟ ନିୟମ ।
ଉତ୍ତର :
ସୃଷ୍ଟି
3. ପ୍ରଥା, ପରମ୍ପରା, ମୂଲ୍ୟବୋଧ, ବିଶ୍ଵାସ, ଧର୍ମଧାରଣା, ଆଦର୍ଶ ଆଦି ଉପାଦାନଗୁଡ଼ିକୁ ନେଇ _________ ଗଠିତ ।
ଉତ୍ତର :
ସଂସ୍କୃତି
4. ଯେତେବେଳେ ଗୋଟିଏ ସମୂହ ଅନ୍ୟ ଏକ ଭିନ୍ନ ସଂସ୍କୃତିର ଆକର୍ଷଣ ଫଳରେ ସେହି ସଂସ୍କୃତିର ଆଦର୍ଶଗୁଡ଼ିକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥାଏ, ମାତ୍ର ନିଜର ମୂଳ ସଂସ୍କୃତିକୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନଥାଏ, ସେହି ପରିବର୍ତ୍ତନକୁ __________ କୁହାଯାଏ ।
ଉତ୍ତର :
ସାଂସ୍କୃତିକ ବିଷମଯୁକ୍ତତା
5. ବସ୍ତୁଭିତ୍ତିକ ଓ ଅବସ୍ତୁଭିତ୍ତିକ ସଂସ୍କୃତି ମଧ୍ୟରେ ଥିବା ବ୍ୟବଧାନକୁ ଓଗ୍ବର୍ଣ୍ଣ _________ ଆଖ୍ୟା ଦେଇଛନ୍ତି ।
ଉତ୍ତର :
‘ସାଂସ୍କୃତିକ ବିଳମ୍ବନ’
6. ବୈଜ୍ଞାନିକ ଜ୍ଞାନକୌଶଳର ଉଦ୍ଭାବନ ଓ ପ୍ରୟୋଗକୁ ____________ କୁହାଯାଏ ।
ଉତ୍ତର :
ପ୍ରଦ୍ୟୋଗ
7. ଏମ୍.ଡ଼ି. ଜେସନ୍(M.D. Jenson) ଙ୍କ ‘‘ଲୋକମାନଙ୍କର କାର୍ଯ୍ୟ କରିବା ଏବଂ ଚିନ୍ତା କରିବା ପ୍ରଣାଳୀରେ ____________ କୁହାଯାଏ।
ଉତ୍ତର :
ସାମାଜିକ ପରିବର୍ତ୍ତନ
8. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ବିଶିଷ୍ଠ ସମାଜବିଜ୍ଞାନୀ
ଉତ୍ତର :
ଡବ୍ଲ୍ୟୁ. ଏଫ୍. ଓର୍ବର୍ଣ୍ଣ (W. F. Ogburn).