CHSE Odisha Class 12 Math Solutions Chapter 7 Exercise 7(c) Continuity and Differentiability

CHSE Odisha Class 12 Elements Of Mathematics Solutions Chapter 7 Continuity and Differentiability Exercise 7(c)

ନିୟନ୍ତ୍ରଣ ଓ ସମନ୍ଵୟ

  •  ଜୀବଶରୀରର ବୃଦ୍ଧି ଓ ବିକାଶ ଏବଂ ସମସ୍ତ ଜୈବିକ ପ୍ରକ୍ରିୟା ନିୟନ୍ତ୍ରିତ ତଥା ସମନ୍ୱିତ ହୋଇଥାଏ |
  •  ଉଦ୍ଭିଦରେ ନିୟନ୍ତ୍ରଣ ତଥା ସମନ୍ଵୟ ରକ୍ଷା କରିବାରେ କେବଳ ରାସାୟନିକ ପଦ୍ଧତିରେ ହୋଇଥାଏ | କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ଉଭୟ ରାସାୟନିକ ଓ ସ୍ନାୟବିକ ପଦ୍ଧତି ଦ୍ଵାରା |

ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ଵୟ :-

  • ଉଦ୍ଭିଦ ମଧ୍ୟରେ ପ୍ରାଣୀମାନଙ୍କ ପରି କୌଣସି ସ୍ନାୟବିକ ତନ୍ତ୍ର ନ ଥାଏ, ତେଣୁ କେବଳ ଜୈବ ରାସାୟନିକ ପ୍ରକ୍ରିୟାରେ ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା ହୋଇଥାଏ |
  •  ଏଥିରେ ନିଯୋଜିତ ହେଉଥିବା ଜୈବ ରାସାୟନିକ ପଦାର୍ଥ ହେଉଛି ଉଦ୍ଭିଦ ହରମୋନ୍ |
  • ଉଦ୍ଭିଦ ମଧ୍ୟରେ ହରମୋନ୍ ଦ୍ଵାରା ଧୀର ଗତିରେ ଶରୀରରେ ଉଦ୍ଦୀପନାର ପ୍ରତିକ୍ରିୟା ସମ୍ପାଦିତ ହୋଇଥାଏ |

ଉଦ୍ଭିଦ ହରମୋନ : –

  •  ଉଦ୍ଭିଦର ନିୟନ୍ତ୍ରଣ ଓ ସମନ୍ଵୟ ପ୍ରକ୍ରିୟାକୁ ଉଦ୍ଭିଦ ହରମୋନ୍ ସୁବ୍ୟବସ୍ଥିତ କରିଥାଏ |
  • ଉଦ୍ଭିଦର ଅଭିବୃଦ୍ଧିର ଗୋଟିଏ ବା ଅନ୍ୟ ଏକ ଦିଗକୁ ସେଗୁଡିକ ନିୟନ୍ତ୍ରିତ କରନ୍ତି | ଏହି କାର୍ଯ୍ୟଟି ଉଦ୍ଭିଦ କୋଷରେ ତିନୋଟି ସୋପାନ ଦ୍ଵାରା ସମ୍ପନ୍ନ ହୁଏ |
  • ହରମୋନ୍ ଗୁଡିକ ଜୈବପଦାର୍ଥ ଏବଂ ସେମାନେ ଖୁବ୍ କମ୍ ପରିମାଣରେ ଓ କମ୍ ସାଂଦ୍ରତାରେ ବିଭିନ୍ନ କ୍ରିୟା ସମ୍ପାଦନ କରିଥାନ୍ତି |
  •  ହରମୋନ୍ ଗୁଡିକର ପ୍ରସ୍ତୁତି ସ୍ଥାନ ଓ କାର୍ଯ୍ୟକାରୀ ସ୍ଥାନ ଅଲଗା |
  • ହରମୋନ୍ ମାନଙ୍କର ନିୟନ୍ତ୍ରଣ ପ୍ରକ୍ରିୟା ଭିନ୍ନ କିନ୍ତୁ ଏକ ପ୍ରକାର ହରମୋନ୍ ମଧ୍ୟ ଏକାଧିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିପାରେ |
  • ଅକସିନ୍ ନାମକ ହରମୋନ୍ ଜୀବକୋଷର ବୃଦ୍ଧି, କାଣ୍ଡର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ |
  • ଉଦ୍ଭିଦରେ ଥିବା ହରମୋନ୍ କୁ ଫାଇଟୋହରମୋନ୍ କୁହାଯାଏ | ଏହା ମୁଖତଃ ପାଞ୍ଚ ପ୍ରକାରର , ଯଥା : ଅକସିନ୍, ଜୀବରେଲିନ୍, ସାଇଟୋକାଇନିନ୍, ଏଥିଲିନ୍ ଏବଂ ଆବସିସିକ୍ ଏସିଡ୍ |

ଉଦ୍ଭିଦ ହରମୋନ୍ ଦ୍ଵାରା ନିୟନ୍ତ୍ରଣ : –

  • ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ ପ୍ରଭୃତି ବାହ୍ୟ ଉଦ୍ଦୀପନା ଉଦ୍ଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥାନ୍ତି | ଫଳରେ ସେ ସମସ୍ତ ସ୍ଥାନରେ ହରମୋନ୍ କ୍ଷରଣ ବୃଦ୍ଧିପାଏ |
  • କ୍ଷରଣ ହେଉଥିବା ହରିମୋନ୍ ହିଁ ଉଦ୍ଭିଦର ବୃଦ୍ଧି ଓ ବିକାଶ ସହ ବିଭିନ୍ନ ଜୈବିକ କ୍ରିୟା ଗୁଡିକ ନିୟନ୍ତ୍ରଣ କରିଥାଏ |
  • ଏହା ଉଦ୍ଭିଦର ଆଲୋକାନୁବର୍ତ୍ତନ, ଜ୍ୟାନୁବର୍ତ୍ତନ, ଅନ୍ତର୍କୁଞ୍ଚନଗତି, ଫଳ ପାଚିବା ଇତ୍ୟାଦିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ |
  • ଉଦ୍ଭିଦ ଯେତେବେଳେ ଦରକାର ମୁତାବକ ଆଲୋକାବଧି ପାଏ, ସେତେବେଳେ ତା’ର ପତ୍ରରେ ଫ୍ଲୋରିଜେନ୍ ନାମକ ଫୁଲଧାରଣ ସହାୟକ ହରମୋନ୍ ତିଆରି ହୁଏ ଏବଂ ଉଦ୍ଭିଦର ଅଗ୍ରଭାଗକୁ ପ୍ରବାହିତ ହୋଇ ସେଠାରେ ଫୁଲ ଧରିବା ପ୍ରକ୍ରିୟାରେ ସାହାଯ୍ୟ କରେ, ଏହାକୁ ଫଟୋପିରିୟାଡିଜିମ୍ କୁହାଯାଏ |
  •  ହରମୋନ୍ ସହିତ ଫାଇଟୋକ୍ରୋମ୍ ଉଦ୍ଭିଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି |
  • ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍ ଉଦ୍ଭିଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି |

ଫାଇଟୋହରମୋନ୍ ର କାର୍ଯ୍ୟକାରିତା : –

  • ଫାଇଟୋହରମୋନ୍ ଉଦ୍ଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା କରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ, ଯଥା : ବୃଦ୍ଧି ନିୟନ୍ତ୍ରଣ ଓ ଚଳନଶକ୍ତିର ନିୟନ୍ତ୍ରଣ |

 ବୃଦ୍ଧି ନିୟନ୍ତ୍ରଣ : –

  • ଫାଇଟୋହରମୋନ୍ ମଧ୍ୟରୁ ଅକସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧି ନିୟନ୍ତ୍ରଣ କରିଥାନ୍ତି |
  •  ଜିବରେଲିନ୍, ଅକସିନ୍ ପରି ହରମୋନ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ |
  • ସାଇଟୋକାଇନିନ୍ କୋଷ ବିଭାଜନ ହାର ବୃଦ୍ଧି କରିଥାଏ |
  • କାଣ୍ଡ ଓ ମୂଳର ଅଗ୍ରଭାଗ, କଶିଫଳ ଓ ଫୁଲରେ ବୃଦ୍ଧି ନିୟନ୍ତ୍ରକ ହରମୋନ୍ ଅଧିକ ପରିମାଣରେ ଥାଏ | ହରମୋନ୍ ପରିମାଣ ଉପରେ ତାହାର କାର୍ଯ୍ୟକାରୀ କ୍ଷମତା ନିର୍ଭର କରେ |
  • ଅଗ୍ରଭାଗର ତଳକୁ ହରମୋନ୍ ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ୟ ତଦନୁସାରେ କମ୍ ହୋଇଥାଏ |
  • ଉଦ୍ଭିଦର ମଧ୍ୟରେ ଆବସିସିକ୍ ଏସିଡ୍ ଓ ଏଥିଲିନ୍ ଉଭୟ ବୃଦ୍ଧିହ୍ରାସକ ହରମୋନ୍ ରୂପେ କାର୍ଯ୍ୟ କରନ୍ତି |
  • ପତ୍ର, ଫୁଲ, ଫଳ ଝଡାଇବା ସହିତ ଉଦ୍ଭିଦର ବାର୍ଦ୍ଧକ୍ୟ ତ୍ଵରାନ୍ୱିତ କରିଥାନ୍ତି ଉଭୟ ଆବସିସିକ୍ ଏସିଡ୍ ଓ ଏଥିଲିନ୍ ହରମୋନ୍ |
  • ଉଦ୍ଭିଦ ମଧ୍ୟରେ ସମସ୍ତ ପ୍ରକାରର ହରମୋନ୍ ର କାର୍ଯ୍ୟକାରିତା ମଧ୍ୟରେ ସମନ୍ଵୟ ରହିଥାଏ ତେଣୁ ଉଦ୍ଭିଦର ଉପଯୁକ୍ତ ବୃଦ୍ଧି ସମ୍ଭବପର ହୁଏ |

ଚଳନଶକ୍ତି ନିୟନ୍ତ୍ରଣ/ ଗତି ନିୟନ୍ତ୍ରଣ : –

  • ସାଧାରଣତଃ ଉଦ୍ଭିଦଗୁଡିକ ଆପାତତଃ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବଢୁଥିଲେ ସୁଦ୍ଧା ସେଗୁଡିକରେ ଚଳନକାର୍ଯ୍ୟ ସର୍ବଦାଜାରି ରହିଥାଏ |
  • ସେହି ଅନୁସାରେ ଗୋଟିଏ ପ୍ରକାର ଚଳନ ପ୍ରକ୍ରିୟା ବୃଦ୍ଧି ନିର୍ଭରଶୀଳ ଏବଂ ଅନ୍ୟଟି ବୃଦ୍ଧିଠାରୁ ସ୍ଵତନ୍ତ୍ର ଥାଏ |

ବୃଦ୍ଧି ନିର୍ଭରଶୀଳ ଚଳନ :-

  •  ଉଦ୍ଭିଦର ସବୁ ପ୍ରକାର ଚଳନ /ଗତିକୁ ବାହ୍ୟ ଉଦ୍ଦୀପନା ଯଥା : – ଆଲୋକ , ମାଧ୍ୟାକର୍ଷଣ ବଳ ଇତ୍ୟାଦି ପ୍ରଭାବିତ କରେ ଏବଂ ହରମୋନ୍ ମାଧ୍ୟମରେ ତାହାର ପରିପ୍ରକାଶ ହୁଏ |
  • ଏଗୁଡିକର ପ୍ରଭାବରେ ଉଦ୍ଭିଦର ବୃଦ୍ଧିଜନିତ ଚଳଙ୍କୁ ଅନୁବର୍ତ୍ତନ ବା ଅନୁବର୍ତ୍ତନୀୟ ଚଳନ କୁହାଯାଏ |

ଆଲୋକାନୁବର୍ତ୍ତନ : –

  •  ଏହା ଉଦ୍ଭିଦମାନଙ୍କର ଏକ ବିଶେଷ ଲକ୍ଷଣ |
  • ଉଦ୍ଭିଦର କାଣ୍ଡ ଆଲୋକ ଆଡକୁ ଗତି କରିଥାଏ , ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ କୁହାଯାଏ |
  • କିନ୍ତୁ ଚେର ଆଲୋକର ବିପରୀତ ଦିଗକୁ ଗତିକରେ ଅର୍ଥାତ ଆଲୋକ ଠାରୁ ଦୂରରେ ରହେ | ଏହାକୁ ପ୍ରତିକୂଳ ଆଲୋକାନୁବର୍ତ୍ତନ କୁହାଯାଏ |
  • ଅନୁକୂଳ ଏବଂ ପ୍ରତିକୂଳ ଆଲୋକାନୁବର୍ତ୍ତନକୁ ଦର୍ଶାଇବା ପାଇଁ ପ୍ରଥମେ ଚାର୍ଲସ ଡାରଉଇନ କିଛି ଗଜା ବୁଟକୁ ନେଇ ପରୀକ୍ଷଣ ଦ୍ଵାରା ଦର୍ଶାଇଥିଲେ |

Leave a Comment