Odisha Board Class 9 Odia Grammar Chapter 1 Question Answer : ଶବ୍ଦ ଗଠନ

୧। ଶବ୍ଦ କାହାକୁ କହନ୍ତି ?

ଉତ୍ତର : ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାହାକୁ ଶବ୍ଦ କହନ୍ତି।

୨। ଶବ୍ଦ କେତେ ପ୍ରକାର ଓ କ’ଣ କ’ଣ ?

ଉତ୍ତର : ଶବ୍ଦ ଚାରି ପ୍ରକାର — ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ।

୩। ‘ନଈ’ ଶବ୍ଦଟି କେଉଁ ମୂଳଶବ୍ଦରୁ ଉତ୍ପନ୍ନ ହୋଇଛି ?

ଉତ୍ତର : ‘ନଈ’ ଶବ୍ଦଟି ‘ନଦୀ’ ମୂଳଶବ୍ଦରୁ ଉତ୍ପନ୍ନ ହୋଇଛି।

୪। ‘ଗଧ’ର ତତ୍ସମ ରୂପଟି କ’ଣ ?

ଉତ୍ତର : ‘ଗଧ’ର ତତ୍ସମ ରୂପ ‘ଗର୍ଭ’ ।

୫। ହାବିଡ ଭାଷାରୁ ଆମ ଭାଷାକୁ ଆସିଥିବା ଦୁଇଟି ଶବ୍ଦର ନାମ ଲେଖ।

ଉତ୍ତର : ହାବିଡ ଭାଷାରୁ ଆସିଥିବା ଦୁଇଟି ଶବ୍ଦ — ଆରିସା, ଏଣ୍ଡୁରି।

୬। ‘ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?

ଉତ୍ତର : ‘ଅକଲ’ ଶବ୍ଦଟି ଯାବନିକ ଭାଷାରୁ ଆସିଛି।

୭। ଆମ ଭାଷାରେ ପ୍ରଚଳିତ ପାଞ୍ଚଟି ଇଂରାଜୀ ଶବ୍ଦର ନାମ କୁହ।

ଉତ୍ତର : ବେଞ୍ଚ୍, ଟେବୁଲ, ପେନ୍, କଲେଜ, ଇଞ୍ଜିନ।

୮। ନିମ୍ନଲିଖିତ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କର।

ଉତ୍ତର :

କିଶୋର — କିଶୋରୀ

ବଧୂ — ବର

ବଗୁଲୀ — ବଗୁଲା

ପିତା — ମାତା

ସ୍ଵାମୀ — ସ୍ତ୍ରୀ

୯। ବଚନର ସଂଜ୍ଞା ନିରୂପଣ କର।

ଉତ୍ତର : ଯେଉଁଥିରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ, ତାହାକୁ ‘ବଚନ’ କୁହାଯାଏ।

୧୦। ପୁତ – ପୂତ ମଧ୍ୟରେ ଥିବା ଅର୍ଥଗତ ପାର୍ଥକ୍ୟ ଦର୍ଶାଅ।

ଉତ୍ତର :

ପୁତ — ପୁଅ

ପୂତ — ପବିତ୍ର

୧୧। ‘କୃପଣ’ର ବିପରୀତାର୍ଥବୋଧକ ଶବ୍ଦଟି ଲେଖ।

ଉତ୍ତର : କୃପଣ — ଦାନୀ / ଅକୃପଣ

୧୨। ‘ଣିଜନ୍ତ’ ଓ ‘ଯନ୍ତ’ ମଧ୍ୟରେ କ’ଣ ପ୍ରଭେଦ ଅଛି ?

ଉତ୍ତର :

ଣିଜନ୍ତ — ଧାତୁ ସହିତ ‘ଘିଚ୍’ ପ୍ରତ୍ୟୟ ଯୋଗ ହୋଇ ଯେ ଧାତୁ ଗଠିତ ହୁଏ, ତାହାକୁ ଣିଜନ୍ତ ଧାତୁ କୁହାଯାଏ।

ଯନ୍ତ — ଧାତୁ ସହିତ ‘ଯଙ୍’ ପ୍ରତ୍ୟୟ ଯୋଗ ହୋଇ ଯେ ଧାତୁ ଗଠିତ ହୁଏ, ତାହାକୁ ଯନ୍ତ ଧାତୁ କୁହାଯାଏ। ଏଥିରେ ‘ମାନ’ ପ୍ରତ୍ୟୟ ଯୋଗ ହୋଇ ନୂତନ ଶବ୍ଦ ଗଠିତ ହୁଏ।

୧୩। ନିମ୍ନଲିଖିତ ବିଶେଷ୍ୟ ଶବ୍ଦଗୁଡ଼ିକୁ ବିଶେଷଣରେ ପରିଣତ କର।

ଉତ୍ତର :

ସ୍ଥାପନ — ସ୍ଥାପିତ

ଜ୍ଞାପନ — ଜ୍ଞାପିତ

ପାଳନ — ପାଳିତ

ଚାଳନ — ଚାଳିତ

ପାଠନ — ପାଠିତ

୧୪। ପ୍ରତ୍ୟେକ ଧାଡ଼ିରେ ଭିନ୍ନଧର୍ମୀ ଶବ୍ଦଟି ବାଛ।

(କ) ଧନରତ୍ନ, ଭଲମନ୍ଦ, କିଣାବିକା, ସୁଖଦୁଃଖ

(ଖ) ପେଟପାଟଣା, ବନ୍ଧୁବାନ୍ଧବ, ବାସନକୁସନ, ଲୁଗାପଟା

(ଗ) ପିପାସା, ଜିଜ୍ଞାସା, ତମାସା, ପିପିଳିଷା

ଉତ୍ତର :

(କ) ଧନରତ୍ନ

(ଖ) ବନ୍ଧୁବାନ୍ଧବ

(ଗ ) ତମାସା